ଧରିତ୍ରୀ କାର୍ଯ୍ୟାଳୟରେ ଯୁବକଙ୍କ ଉନ୍ମତ୍ତକାଣ୍ଡ; ଫୁଟପାଥରେ ଯୁବକଙ୍କୁ ଘୋଷାଡ଼ି ପିଟିଲେ, ପଥରରେ ଛେଚିଲେ

କଟକ,୮।୫(କାର୍ତ୍ତିକ ସାହୁ): ବାଦାମବାଡ଼ି ଥାନା ଅନ୍ତର୍ଗତ ହାଇକୋର୍ଟ କଲୋନୀ ଛକ ତଥା ଧରିତ୍ରୀ କାର୍ଯ୍ୟାଳୟ ନିକଟରେ ଗୁରୁବାର ସନ୍ଧ୍ୟାରେ କେତେଜଣ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସାମାନ୍ୟ କଥାରେ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏପରିକି ପଥରରେ ଛେଚିବା ସହ ତଳେ ଘୋଷାଡ଼ି ପ୍ରବଳ ପିଟିଛନ୍ତି। ଯୁବକ ଜଣକ ଆତ୍ମରକ୍ଷା ପାଇଁ ଧରିତ୍ରୀ ଅଫିସ ଭିତରକୁ ପଶିଯାଇଥିବା ବେଳେ ସେମାନେ ମଧ୍ୟ ଅଫିସ ଭିତରକୁ ଯାଇ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏପରିକି ଧରିତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଖବରଦାତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି। ଘଟଣା ଘଟିବାର କିଛି ସମୟ ପରେ ପିସିଆର ଭ୍ୟାନ୍‌ ପହଞ୍ଚତ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ଏନେଇ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି।

ସୂଚନାନୁସାରେ, ହାଇକୋର୍ଟ କଲୋନୀ ଛକରେ ଥିବା ଏକ ଦୋକାନ ସମ୍ମୁଖରୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬.୪୫ ମିନିଟରେ ପ୍ରବଳ ପାଟିତୁଣ୍ଡ ଶୁଭିଥିଲା। ସାମାନ୍ୟ କଥାରୁ ଉତ୍ତ୍ୟକ୍ତ ହୋଇ ପ୍ରାୟ ୧୫ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ଘେରିଯାଇଥିଲେ। ସେମାନେ ତାଙ୍କୁ ଘୋଷାଡ଼ି ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ଆକ୍ରମଣ କରିଥିଲେ। ଯୁବକଙ୍କ ସାଙ୍ଗ ଅଟକାଇବାକୁ ଯିବାରୁ ତାଙ୍କୁ ମଧ୍ୟ ସେମାନେ ପିଟିଥିଲେ। ଏତେସବୁ ପରେ ବି ରାଗ ଥଣ୍ଡା ହୋଇ ନ ଥିଲା। ଯୁବକ ଜଣଙ୍କ ନିକକୁ ସୁରକ୍ଷା କରିବାକୁ ଗୋଟିଏ ସ୍ଥାନରେ ଲୁଚି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଲୁଚିଥିବା ଯୁବକଙ୍କୁ ଦେଖିଦେଇ ଅନ୍ୟମାନଙ୍କୁ ଡାକ ପକାଇଥିଲେ। ଫଳରେ ଯୁବକ ଜଣକ ଭୟରେ ଆତ୍ମରକ୍ଷା ପାଇଁ ଧରିତ୍ରୀ କାର୍ଯ୍ୟାଳୟ ଭିତରକୁ ପଶିଯାଇଥିଲେ। ଅନ୍ୟମାନେ ଯୁବକଙ୍କ ପିଛା କରି ସେଠାରେ ପଶି ମାଡ଼ ମାରିବା ପରେ ପଳାଇ ଯାଇଥିଲେ। ଛକରେ ଲୋକମାନେ ଏସବୁ ଦେଖଣାହାରୀ ଭାବେ ଉପଭୋଗ କରୁଥିଲେ। ମାତ୍ର କେହି ଅଟକାଇବାକୁ ଆଗେଇ ଆସି ନ ଥିଲେ। ସ୍ଥାନୀୟ ଅଞ୍ଚଳରେ ଚୋରା ମାଦକଦ୍ରବ୍ୟ କାରବାର ହିଁ ଯୁବଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରୁଥିବା ଆଲୋଚନା ହେଉଛି। ପୋଲିସ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?