ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ହୋଇଗଲା ମେଗା ଡିଲ୍‌, ହଜାର ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୮ା୫(ଅନୁରାଧା ମହାରଣା): ଗୁଜରାଟ ଗସ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରତିଶ୍ରୁତି ସହ ଓଡ଼ିଶା ଫେରିଛନ୍ତି। ଅହମ୍ମଦାବାଦ, ମୁନ୍ଦ୍ରା ଏବଂ ଭଦୋଦରାରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍‌ ଶୋ’ରେ ରାଜ୍ୟ ସରକାର ୭୧ଟି ବିନିଯୋଗ ପ୍ରସ୍ତାବ ପାଇଛନ୍ତି; ଯେଉଁଥିରେ ୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ଏବଂ ୬୩ଟି ଇନ୍‌ଭେଷ୍ଟମେଣ୍ଟ ଇଣ୍ଟେନ୍‌ଶନ ଫର୍ମ ସାମିଲ୍‌ ରହିଛି। ଏହି ବିନିଯୋଗ ମାଧ୍ୟମରେ ଓଡ଼ିଶାରେ ପ୍ରାୟ ୬୭,୮୩୮ଟି ନୂଆ ରୋଜଗାର ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ଗୁରୁବାର ଭଦୋଦରାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ଦେଶର ଶିଳ୍ପ ବିକାଶରେ ପଶ୍ଚିମ ଭାରତ ଆଗୁଆ ରହିଛି। ବିକଶିତ ଭାରତ ଗଠନ ପାଇଁ ଏବେ ପୂର୍ବ ଭାରତକୁ ଉଠିବାକୁ ପଡ଼ିବ ଏବଂ ଓଡ଼ିଶା ସେହି ବିକାଶର ନେତୃତ୍ୱ ନେବାକୁ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ଏହି ସମୟ ହେଉଛି ଉଚିତ ସମୟ। ଓଡ଼ିଶାକୁ ପୂର୍ବ ଭାରତର ବିକାଶ ଇଞ୍ଜିନ୍‌ ଭାବେ ପ୍ରତିଷ୍ଠିତ କରିବା ସହ ପୂର୍ବୋଦୟ ଭିଜନ୍‌ ଅନୁଯାୟୀ ରାଜ୍ୟର ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ କଞ୍ଚାମାଲ୍‌ର ପ୍ରାଚୁର୍ଯ୍ୟ, ଆଧୁନିକ ଅବସଂରଚନା, ବନ୍ଦରଭିତ୍ତିକ ଲଜିଷ୍ଟିକ୍ସ, ନୀତି ସ୍ଥିରତା ଏବଂ ତୁରନ୍ତ ପ୍ରକଳ୍ପ କାର୍ଯ୍ୟକାରିତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଗୁଜରାଟର ଶିଳ୍ପପତିମାନଙ୍କୁ ଓଡ଼ିଶାରେ ବିନିଯୋଗ ପାଇଁ ଆହ୍ବାନ ଜଣାଇଛନ୍ତି।

ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର ମାଧ୍ୟମରେ ଓଡ଼ିଶା ପୂର୍ବ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଏବଂ ଇଣ୍ଡୋ-ପ୍ରଶାନ୍ତ ବଜାର ସହିତ ସଂଯୁକ୍ତ ହୋଇଥିବାରୁ ଏହାକୁ ଭାରତର ଦ୍ରୁତତମ ବାଣିଜ୍ୟ କରିଡରର ଦ୍ୱାର ବୋଲି ବର୍ଣ୍ଣନା କରାଯାଇଛି। ରୋଡ୍‌ ଶୋ’ରେ ମୋଟ୍‌ ୧୩୨ଟି ବୈଠକ, ୪ଟି ସେକ୍ଟରାଲ୍‌ ରାଉଣ୍ଡ ଟେବୁଲ୍‌ ଏବଂ ଦୁଇଟି ବୃହତ୍‌ ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୭୦୦ରୁ ଅଧିକ ଶିଳ୍ପପତି ଯୋଗଦେଇଥିଲେ। ମେଟାଲ୍‌ ଡାଉନଷ୍ଟ୍ରିମ୍‌, କେମିକାଲ୍ସ, ଫାର୍ମାସ୍ୟୁଟିକାଲ୍ସ, ଗ୍ରୀନ୍‌ ଏନର୍ଜି, ଇନ୍‌ଫ୍ରାଷ୍ଟ୍ରକ୍ଚର, ଫୁଡ୍‌ ପ୍ରୋସେସିଂ, ଟେକ୍ସଟାଇଲ୍‌, ଆଇଟି, ସେମିକଣ୍ଡକ୍ଟର୍‌, ଟୁରିଜମ୍‌, ଏରୋସ୍ପେସ୍‌ ଓ ଡିଫେନ୍ସ ସମେତ ବିଭିନ୍ନ କ୍ଷେତ୍ରରେ ବିନିଯୋଗ ପ୍ରତିଶ୍ରୁତି ମିଳିଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଓଡ଼ିଶା କେବଳ ଏକ ବିନିଯୋଗ ଗନ୍ତବ୍ୟ ନୁହେଁ, ବରଂ ଦୀର୍ଘକାଳୀନ ବିଶ୍ୱାସ ଓ ଭାଗୀଦାରିର ପ୍ରତୀକ ହେବାକୁ ଯାଉଛି। ସୂଚନାଥାଉ କି, ରାଜ୍ୟ ସରକାର ଗୋ-ସ୍ବିଫ୍ଟ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ବିନିଯୋଗକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରୁଛନ୍ତିି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?