Posted inଜାତୀୟ

ଅପରେଶନ ସିନ୍ଦୂରକୁ ବର୍ଷେ, ସିନ୍ଧୁଜଳ ଚୁକ୍ତିକୁ ନେଇ ବୁଝାମଣା ହେବ ନାହିଁ କହିଲେ ଜୟସ୍ବାଲ

ନୂଆଦିଲ୍ଲୀ,୮।୫: ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନକୁ ଭାରତ ଠିକଣା ଜବାବ ଦେଇଛି। ପାକିସ୍ତାନ ଯଦି କୌଣସି ସମୟରେ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ କରିବାକୁ ଉଦ୍ୟମ କରେ ତେବେ ଭାରତ ଏଥିପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୨୫ ମେ’୭ରେ ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂରକୁ ବର୍ଷେ ପୂରିଥିଲାବେଳେ ଏହି ପରିପ୍ରେକ୍ଷୀରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟଓ୍ବାଲ କହିଛନ୍ତି, ୨୦୨୫ ଏପ୍ରିଲ ପହଲଗାମ୍‌ ଆତଙ୍କବାଦ ଘଟଣାକୁ ନେଇ ଭାରତ ପାକିସ୍ତାନ ବିରୋଧରେ ଯେଭଳି ପଦକ୍ଷେପ ନେଇଥିଲା ତାହାକୁ ବିଶ୍ୱସ୍ତରରେ ସମର୍ଥନ ମିଳିଛି ।

ଆତଙ୍କବାଦକୁ ରୋକିବା ସହ ଦେଶର ସୁରକ୍ଷା ପାଇଁ ଭାରତ ସବୁସ୍ତରରେ ମୁକାବିଲାକରି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ରାଷ୍ଟ୍ର ପ୍ରତି ଉଚିତ ପଦକ୍ଷେପ ନେବାର ଅଧିକାର ରଖିଛି। ପାକିସ୍ତାନ କେବଳ ପରମାଣୁ ଅସ୍ତ୍ର ଭୟ ଦେଖାଇ ଭାରତକୁ ବ୍ଲାକ୍‌ମେଲ୍‌ କରିପାରିବ ନାହିଁ। ସୀମାପାର ଆତଙ୍କବାଦକୁ ପାକିସ୍ତାନ ଜାତୀୟ ନୀତି କରି ଭାରତ ବିରୋଧୀ କାର୍ଯ୍ୟ ଚଳାଇଛି। କିନ୍ତୁ ଏଭଳି କାର୍ଯ୍ୟ ପାଇଁ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଭାରତ ପ୍ରସ୍ତୁତ ଏବଂ ଆବଶ୍ୟକ ସ୍ଥଳେ ଜବାବ ଦିଆଯିବ ବୋଲି ଜୟସ୍ବାଲ କହିଛନ୍ତି। ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ଚଳାଇଥିବାରୁ ସିନ୍ଧୁ ନଦୀଜଳ ଚୁକ୍ତିକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ ରୋକ୍‌ଠୋକ୍‌ କହିଛନ୍ତି। ଗତବର୍ଷ ଭାରତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରିଦେଇଥିଲାବେଳେ ବାଗଲିଘର ଡ୍ୟାମ୍‌ ଏବଂ ଚେନାବ ନଦୀର ସମସ୍ତ ଦ୍ୱାର ବନ୍ଦ କରିଦିଆଯାଇଛି।

ଏହାଦ୍ୱାରା ପାକିସ୍ତାନକୁ ଯାଉଥିବା ପାଣି ବନ୍ଦ ରହିଛି। ଏବେ ଗ୍ରୀଷ୍ମକାଳରେ ପୂର୍ବ ପାକିସ୍ତାନର ଅନେକ ଅଞ୍ଚଳରେ ପାଣି ସମସ୍ୟା ଉତ୍କଟ ହୋଇଥିବାବେଳେ ଭାରତ ସିନ୍ଧୁଜଳ ଚୁକ୍ତିକୁ ନେଇ ବୁଝାମଣା କରୁ ବୋଲି ପାକିସ୍ତାନ ଦାରମ୍ବାର ଦାବି କରୁଛି। ହେଲେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ ନ କରିବା ଯାଏ ଏହି ଚକ୍ତିକୁ ନେଇ କୌଣସି ବୁଝାମଣା କରାଯିବ ନାହିଁ ବୋଲି ଜୟସ୍ବାଲ ସ୍ପଷ୍ଟ କରିଛନ୍ତି। ଅପରେଶନ ସିନ୍ଦୁରର ପ୍ରଥମ ବାର୍ଷିକ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଏକ ଫିଲ୍ମ ଉନ୍ମୋଚିତ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?