ପିଟରଙ୍କ ନୂଆ ରଣନୀତି

ହଙ୍ଗେରୀରେ ପିଟର ମାଗୟାରଙ୍କ ବିପୁଳ ବିଜୟ ଏକ ବିଶ୍ୱସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ହଙ୍ଗେରୀର ଅନୁଭୂତି ପ୍ରାୟତଃ ଦର୍ଶାଏ, ଜଣେ ଜିତିବାକୁ ହେଲେ ବର୍ତ୍ତମାନର ଦୁର୍ନୀତି ଉପରେ ଧ୍ୟାନଦେବା କିମ୍ବା ବିରୋଧୀଙ୍କୁ ଏକଜୁଟ କରିବା ଆବଶ୍ୟକ। ଯଦି ପପୁଲିଷ୍ଟ ବା ଲୋକଙ୍କ ଆବଶ୍ୟକତା ତଥା ସମସ୍ୟା ଉପରେ ଧ୍ୟାନଦେବା କଥା କହି ଶାସନକୁ ଆସୁଥିବା ଏକଚ୍ଛତ୍ରବାଦୀଙ୍କୁ ସିଧାସଳଖ ଭାବେ ପରାସ୍ତ କରିହେଉଥାଆନ୍ତା, ତେବେ ବହୁଦିନ ପୂର୍ବରୁ ଭିକ୍ଟର ଅର୍ବାନ ଓ ରିସେପ ତଇପ ଏର୍ଦୋଗାନ ବିତାଡ଼ିତ ହୋଇଥାଆନ୍ତେ। ହେଲେ ମାଗୟାର ଏବେ ଭିନ୍ନ ପଥ ଆପଣାଇ ବିଜୟୀ ହୋଇଛନ୍ତି। ବାସ୍ତବରେ ମାଗୟାରଙ୍କ ବହୁମୁଖୀ ନିର୍ବାଚନ ପ୍ରଚାରରୁ କିଛି ଶିକ୍ଷା ନିଆଯାଇପାରେ। ଏବେ ଯେମିତି ନିର୍ବାଚନରେ ଉସୁକାଇବା ଭଳି ବିବାଦୀୟ ତଥା ଉତ୍ତେଜକ ମନ୍ତବ୍ୟ ଦିଆଯାଉଛି ତାହା ତୁଳନାରେ ଏହି ଶିକ୍ଷା ସୂକ୍ଷ୍ମ ଏବଂ କେତେକ ବୃହତ୍‌ ଦେଶଗୁଡ଼ିକ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇ ନ ପାରେ। ଦକ୍ଷିଣପନ୍ଥୀ ଓ ରକ୍ଷଣଶୀଳ ଦଳ ଫିଡେଜ ଦଳର ପୂର୍ବତନ ସଦସ୍ୟ ଭାବରେ ମାଗୟାର ବୁଝିଥିଲେ ଯେ ନିର୍ବାଚନ ବ୍ୟବସ୍ଥାରେ ଦୁଇଟି ଦୁର୍ବଳତା ରହିଛି। ବିରୋଧୀ ଦଳ ଭାବେ ଫିଡେଜ ସବୁବେଳେ ବିଭାଜିତ ହୋଇ ରହୁଥିଲା ଏବଂ ଗ୍ରାମାଞ୍ଚଳରେ ଚ୍ୟାଲେଞ୍ଜରମାନେ କଦାପି ମହତ୍ତ୍ୱପୂର୍ଣ୍ଣ ସମର୍ଥନ ହାସଲ କରିବେ ନାହିଁ ବୋଲି ମନେହେଉଥିଲା। ବିଶେଷକରି ଗ୍ରାମାଞ୍ଚଳରେ ଅର୍ବାନଙ୍କ ଘନିଷ୍ଠ ବ୍ୟକ୍ତିମାନେ ସ୍ଥାନୀୟ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଥିଲେ। ଏପରି କି ସେଠାରେ ଗରିବ ନାଗରିକଙ୍କୁ ଲାଞ୍ଚ ଦିଆଯାଉଥିଲା ଏବଂ ସରକାରଙ୍କୁ ଭୋଟ ଦେବାପାଇଁ ଧମକ ଦିଆଯାଇଥିଲା। ମାଗୟାର ଉଭୟ ପରିସରକୁ ଲକ୍ଷ୍ୟ କରିଥିଲେ ଏବଂ ସେଥିରୁ ଲାଭ ଉଠାଇବା ପାଇଁ ପଦକ୍ଷେପ ନେଲେ। ୨୦୨୨ ନିର୍ବାଚନରେ, ହଙ୍ଗେରୀର ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ୫୦,୦୦୦ରୁ କମ୍‌ ବାସିନ୍ଦା ଥିବା ସହରର ଜଣେ ମେୟରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇଥିଲେ। କିନ୍ତୁ ଏହି ମିଳିତ ମଞ୍ଚ ମଧ୍ୟରେ ଅତ୍ୟଧିକ ବିଭେଦ ଦେଖାଗଲା ଏବଂ ନିର୍ବାଚନରେ ବିଜୟୀ ହେଲେ ପ୍ରକୃତରେ କେଉଁ ନୀତି ଆପଣେଇବେ ତାହାକୁ ନେଇ ପ୍ରଶ୍ନ ଉଠିଲା। ତେବେ ଗ୍ରାମାଞ୍ଚଳରେ ବିରୋଧୀଙ୍କ ଦ୍ୱାରା ଅଳ୍ପ ପ୍ରଚାର କରାଯାଇଥିଲେ ବି ଏକ ଛୋଟ ସହରର ମେୟର ପସନ୍ଦୀୟ ହେବା ଏକ ପ୍ରତିକାତ୍ମକ ପଦକ୍ଷେପ ଭଳି ମନେହେଉଥିଲା। ଅପରପକ୍ଷେ, ମାଗୟାର ଦୁଇ ବର୍ଷ ସାରା ଦେଶରେ ଭ୍ରମଣ କରି ପ୍ରତିଦିନ ଏକାଧିକ ରାଲି କରିଥିଲେ ଏବଂ ନ୍ୟୁୟର୍କର ଜୋହରନ ମମଦାନୀଙ୍କ ପରି ସେ ମଧ୍ୟ ଏହି ପାରମ୍ପରିକ ରିଟେଲ-ପଲିଟିକ୍ସ ରଣନୀତିକୁ ସୋସିଆଲ ମିଡିଆ ରଣନୀତି ସହିତ ଜଡ଼ିତ କରିପାରିଥିଲେ। ପରିଶେଷରେ, ଇମିଗ୍ରେସନ ଭଳି ବଡ଼ ପ୍ରସଙ୍ଗରେ ତାଙ୍କର ନିର୍ଦ୍ଦିଷ୍ଟ ନୀତିଗତ ସ୍ଥିତି ଅପେକ୍ଷା ଛୋଟ ଗ୍ରାମଗୁଡ଼ିକରେ ତାଙ୍କର ନିରନ୍ତର ଉପସ୍ଥିତି କିଛି ପାର୍ଥକ୍ୟ ଆଣିଦେଲା।
ମାଗୟାର ମଧ୍ୟ କିଛି ଉପାୟରେ ଭାଗ୍ୟବାନ ଥିଲେ। ଅନ୍ୟତ୍ର ବିରୋଧ ପ୍ରଦର୍ଶନ ସମୟରେ ସେ ପ୍ରାୟତଃ ଦଳଗୁଡ଼ିକ ସହ ମିଶି କରୁ ନ ଥିଲେ, ସେମାନଙ୍କଠାରୁ ଦୂରତ୍ୱ ରଖୁଥିଲେ। କାରଣ ସେ ଭାବୁଥିଲେ ଯେ ସେମାନଙ୍କ ସହ ମେଣ୍ଟ ତାଙ୍କ ନୈତିକ ସଚ୍ଚୋଟତାକୁ କ୍ଷୁଣ୍ଣ କରିପାରେ। ମାଗୟାରଙ୍କ ଲୋକପ୍ରିୟତା ବଢ଼ିବା ସହିତ କେତେକ ପୁରାତନ ଦଳ ସମ୍ପୂର୍ଣ୍ଣ ଭାବେ ଓହରି ଯାଇଥିଲେ ଏବଂ ଅନ୍ୟମାନେ ନିର୍ବାଚନ ଦିନ ପ୍ରଭାବଶାଳୀ ଭାବରେ ପୋଛି ହୋଇଗଲେ। ଏହିପରି ଭାବରେ ସେ ଦଶନ୍ଧି ଧରି ରହିଆସିଥିବା ସମସ୍ତ ପ୍ରତିଷ୍ଠିତ ରାଜନେତାଙ୍କଠାରୁ ଦୂରେଇ ରହିଛନ୍ତି ବୋଲି ଭୋଟରଙ୍କୁ ସଙ୍କେତ ଦେଇପାରିଥିଲେ। ବିଶେଷକରି ପୁରାତନ ବିରୋଧୀମାନେ ତାଙ୍କୁ ସ୍ବଚ୍ଛ ମନେକରିଥିଲେ। ଫଳରେ ସେ ନାଗରିକ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକୁ ଏକତ୍ର କରିପାରିଥିଲେ। ନାଗରିକଙ୍କ ମଧ୍ୟରୁ ଅନେକ ତାଙ୍କୁ ରହିବା ଏବଂ କାର୍‌ ଯୋଗାଇ ଦେଇଥିଲେ।
ଦୁର୍ନୀତି ଉପରେ ମାଗୟାର ଯେଭଳି ତାଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ତାହା ମଧ୍ୟ ସମାନ ଭାବରେ ଶିକ୍ଷଣୀୟ ଥିଲା। ସେ ତାହାକୁ ହଙ୍ଗେରୀଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ଏକ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିଥିଲେ। ଅର୍ବାନଙ୍କ ‘ମାଫିଆ ରାଜ’ ସିଧାସଳଖ ଗଣତନ୍ତ୍ର ଏବଂ ସାମାଜିକ ବୁଝାମଣାକୁ ଦୁର୍ବଳ କରିଦେଇଥିବା ସେ ଦର୍ଶାଇଥିଲେ। ଦେଶର ଶିକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବାଧା ଉପୁଜିଥିଲା କାରଣ ଅର୍ବାନଙ୍କ ଘନିଷ୍ଠଙ୍କ ପାଖକୁ ସବୁପାଣ୍ଠି ଯାଉଥିଲା। ଏହି ଲୁଟ୍‌ ସମ୍ପର୍କରେ କୌଣସି ଯାଞ୍ଚ ହୋଇ ନ ଥିଲା କାରଣ ଫିଡେଜ ଆଇନର ନିୟମକୁ ବଦଳାଇବା ପାଇଁ ରାଜନୈତିକ ବ୍ୟବସ୍ଥାକୁ ଦୃଢ଼ ଭାବରେ ନିୟନ୍ତ୍ରଣ କରିଥିଲା। ମାଗୟାର ଏହାର ବଡ଼ ହିସାବ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦେଖାଯାଏ ଯେତେବେଳେ ଲୋକମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ଯନ୍ତ୍ରଣା ଭୋଗନ୍ତି ସେତେବେଳେ ସରକାରୀ ଧନ ଲୁଟ କରୁଥିବା ନେତାମାନେ ଧନୀ ହୋଇଥାନ୍ତି, ଯାହା ଘଟିଥିଲା ପୂର୍ବ ଶାସନରେ। ଏହି କ୍ଷେତ୍ରରେ ଉତ୍ତରଦାୟିତ୍ୱକୁ ପୁନଃସ୍ଥାପିତ କରିବାର ଆଶା ଏକ ଅପାର ରାଜନୈତିକ ଶକ୍ତି ସୃଷ୍ଟି କରିପାରେ। ଅର୍ବାନଙ୍କ ନିୟମ ଉଲ୍ଲଂଘନ ଯୋଗୁ ୟୁରୋପୀୟ ୟୁନିୟନ ଫଣ୍ଡ ବନ୍ଦ କରିବା ନିଷ୍ପତ୍ତି ହେତୁ ହଙ୍ଗେରୀ ଅର୍ଥ ବ୍ୟବସ୍ଥା ମାନ୍ଦା ରହିଆସିଛି ଏବଂ ଜୀବନ ଜୀବିକା ସଙ୍କଟ ଗମ୍ଭୀର ହୋଇଛି।
ହଙ୍ଗେରୀର ଅର୍ଥନୈତିକ ଦୁଃଖର ଏହି ପ୍ରମୁଖ ଉତ୍ସ ସ୍ପଷ୍ଟ ହୋଇଥିବାରୁ, ମାଗୟାର ଏକ ସମାଧାନର ପ୍ରତିଶ୍ରୁତି ଦେଇପାରିଥିଲେ। ହଙ୍ଗେରୀକୁ ୟୁରୋପୀୟ ପବ୍ଲିକ ପ୍ରସେକ୍ୟୁଟର ଅଫିସରେ ଯୋଗଦେଇ ଚୋରି ହୋଇଥିବା ସମ୍ପତ୍ତିର ପୁନରୁଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଆହ୍ବାନ ଦେଇଥିଲେ। ଅବଶ୍ୟ, ପୁରୁଣା ଶାସନ ପକ୍ଷରୁ ପ୍ରତିରୋଧର ସମ୍ଭାବନା ଅଛି । କିନ୍ତୁ ମାଗୟାର ସମ୍ବିଧାନ ପରିବର୍ତ୍ତନ କରିବାକୁ ଯଥେଷ୍ଟ ସଂଖ୍ୟା ନ ଥିଲେ ବି ସେ କିଛି ପଦକ୍ଷେପ ନେଇପାରନ୍ତି। ଫିଡେଜ ତୁଳନାରେ ଅଧିକ ଭୋଟ ଜିତିଛନ୍ତି ମାଗୟାର। ଅର୍ବାନଙ୍କ ସମ୍ପୂର୍ଣ୍ଣ ପ୍ରକଳ୍ପକୁ ବିଫଳ କରିବାକୁ ଏକ ପଦକ୍ଷେପ ନେଇପାରିବେ। ଏହା ଭାବିବା ସାନ୍ତ୍ୱନାଜନକ ଯେ ମାଗୟାରଙ୍କ ବିଜୟ ଉଦାରବାଦକୁ ପ୍ରମାଣିତ କରିଛି । କିନ୍ତୁ ଏକ ସମୟରେ ଯେତେବେଳେ ଉଦାରବାଦୀମାନେ ଦକ୍ଷିଣପନ୍ଥୀଙ୍କ ପ୍ରତି (ଇମିଗ୍ରେସନ, ଟ୍ରାନ୍ସଜେଣ୍ଡର ଅଧିକାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ) କୋହଳ ମନୋଭାବ ପ୍ରକାଶ କରିଛନ୍ତି, ସେତେବେଳେ ଏଭଳି ସ୍ଥିତି ମାଧ୍ୟମରେ ନିର୍ବାଚନ ଜିତିବା ସିଦ୍ଧାନ୍ତ ନେବା ଭୁଲ୍‌ ହେବ । ବିଜେତାମାନେ ହେଉଛନ୍ତି ସେଇମାନେ ଯେଉଁମାନେ ବୁଝନ୍ତି ଯେ ରାଜନୈତିକ ବ୍ୟବସ୍ଥା କିପରି କାର୍ଯ୍ୟ କରେ ଏବଂ ଏହା ସେମାନଙ୍କ ବରୋଧରେ କିପରି ପ୍ରତିକୂଳ ହୋଇଛି । ଏବକାର ସ୍ଥିତିରୁ ଦୂରେଇ ରହିବା ଏବଂ ଏକ ଭଲ ଭବିଷ୍ୟତର ମହତ୍ତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଅନେକ ପପୁଲିଷ୍ଟମାନେ ନିଜ ପାଇଁ ଗଢ଼ିଥିବା ବାତାବରଣକୁ ନଷ୍ଟ କରିବା ପାଇଁ ଏହି ବିଜୟ ସକ୍ଷମ ହୋଇପାରିବ।

ଜାନ-ଓ୍ବେର୍ନର ମୁଲର

ପ୍ରାଧ୍ୟାପକ, ରାଜନୀତି ବିଜ୍ଞାନ, ପ୍ରିନଷ୍ଟନ ବିଶ୍ୱବିଦ୍ୟାଳୟ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri