ଗାନ୍ଧୀ ଆଦର୍ଶର ହତ୍ୟାକାରୀ

ମଣିଷ ଇତିହାସ ସୃଷ୍ଟି କରିଥାଏ ଓ ଇତିହାସ ମଧ୍ୟ ଅନେକ ସମୟରେ ନିଷ୍ଠୁର ସତ୍ୟକୁ ପ୍ରତିପାଦନ କରିବାକୁ ଯାଇ ମଣିଷକୁ କ୍ଷମା କରି ନ ଥାଏ। ବର୍ତ୍ତମାନର ଉନ୍ମତ୍ତରେ ମଣିଷ ବେଳେବେଳେ ଦିଗହରା ହୋଇ ଏକ ଭୁଲ୍‌ ଇତିହାସ ସୃଷ୍ଟି କରିଥାଏ, ଯେଉଁଠି ତାହା କ୍ଷମଣୀୟ ହୋଇନଥାଏ। ସେହି ଅକ୍ଷମଣୀୟ ଇତିହାସ ଦିନେ ସମଗ୍ର ପୃଥିବୀକୁ ସ୍ତବ୍ଧ କରିଦେଇଥିଲା ଓ ଭାରତବର୍ଷରେ ଅନ୍ଧକାରର ବାଦଲ ଆଚ୍ଛାଦିତ ହୋଇଯାଇଥିଲା, ଯେଉଁଦିନ ଭାରତର ଚିନ୍ତାନାୟକ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଜାନୁଆରୀ ୩୦ ତାରିଖ ୧୯୪୮ ମସିହାରେ ନୂଆଦିଲ୍ଲୀଠାରେ ନାଥୁରାମ୍‌ ଗଡ୍‌ସେ ହତ୍ୟା କରିଥିଲେ। ଗାନ୍ଧୀ ହତ୍ୟା ମାମଲାର ଶୁଣାଣି କରାଯାଇ ମୁଖ୍ୟ ଅଭିଯୁକ୍ତ ଗଡ୍‌ସେ ଓ ତାଙ୍କ ସହଯୋଗୀ ନାରାୟଣ ଆପ୍ତେଙ୍କୁ ୮ ନଭେମ୍ବର ୧୯୪୯ରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା ଓ ଅନ୍ୟ ଦୋଷୀମାନଙ୍କୁ ଆଜୀବନ କାରାବାସ ଦଣ୍ଡ ଦିଆଯାଇଥିଲା। ୧୫ ନଭେମ୍ବର ୧୯୪୯ରେ ଗଡ୍‌ସେ ଓ ଆପ୍ତେଙ୍କୁ ଅମ୍ବାଲା ଜେଲରେ ଫାଶୀ ଦିଆଯାଇଥିଲା। ଗଡ୍‌ସେଙ୍କ ଫାଶୀ ପରେ ଗାନ୍ଧୀ ହତ୍ୟାକାରୀର କଳଙ୍କିତ ଅଧ୍ୟାୟ ଇତିହାସ ହୋଇ ପରବର୍ତ୍ତୀ ସମାଜ ପାଇଁ ଏକ ଦସ୍ତାବିଜ୍‌ ହୋଇଗଲା ଓ ଗାନ୍ଧୀଙ୍କ ଶରୀର ଚିରଦିନ ପାଇଁ ଅଦୃଶ୍ୟ ହୋଇଗଲା। ଗାନ୍ଧୀ ଓ ଗାନ୍ଧୀ ହତ୍ୟାକାରୀ ଯେତେବେଳେ ଇତିହାସ ହୋଇଗଲେ, ସେତେବେଳେ ସୃଷ୍ଟି ହେଲା ଗାନ୍ଧୀଙ୍କ ଅବର୍ତ୍ତମାନରେ ଗାନ୍ଧୀଙ୍କ ଜୀବନାଦର୍ଶ। ଗାନ୍ଧୀଙ୍କୁ ଏ ସମାଜ ଆଦର୍ଶରେ ଜୀବନ୍ତ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଗାନ୍ଧୀ ଏକ ନୀତି, ଦର୍ଶନ ଓ ଶାନ୍ତିର ଆଧାର ଉପରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ଗାନ୍ଧୀ ଥିଲେ ସମଗ୍ର ଜନତାଙ୍କର ଆଦରର ନେତା ଓ ଆଦର୍ଶ। ମାତ୍ର ତାଙ୍କୁ ଯିଏ ହତ୍ୟା କଲେ, ସିଏ ଥିଲେ ଏକ ବ୍ୟକ୍ତି; ଯିଏ ଗାନ୍ଧୀ ହତ୍ୟାକାରୀ ଭାବରେ ଚିତ୍ରିତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇ ନିଜର କୃତକର୍ମର ଫଳ ଭୋଗ କଲେ । ବିଚାର ବ୍ୟବସ୍ଥା ମଧ୍ୟ ସନ୍ତୋଷ ଲାଭ କଲା ଯେ ଗାନ୍ଧୀ ହତ୍ୟାକାରୀଙ୍କୁ ଦଣ୍ଡବିଧାନ କରି ତାହା କାର୍ଯ୍ୟକାରୀ କରାଯାଇଛି। ଅତଏବ ଗାନ୍ଧୀ ହତ୍ୟାକାରୀର ଯବନିକା ପଡ଼ିଲା ବୋଲି ଆଧୁନିକ ସମାଜ ହୃଦ୍‌ବୋଧ କଲା, ହେଲେ ଯେଉଁ ସମାଜ ଗାନ୍ଧୀଙ୍କ ଅବର୍ତ୍ତମାନରେ ଗାନ୍ଧୀ ନୀତି, ଆଦର୍ଶ, ଦର୍ଶନ, ଜୀବନ ଚରିତ୍ର ଆଦିକୁ ନେଇ ଗର୍ବ ଅନୁଭବ କରି ଗାନ୍ଧୀ ଆଦର୍ଶରେ ନିମଜ୍ଜିତ ହେବା ପାଇଁ ପ୍ରୟାସ କଲା ଓ ତାହା ଅଧିକରୁ ଅଧିକ କ୍ରିୟାଶୀଳ କଲା, ସେହି ସମାଜରେ ଧୀରେ ଧୀରେ ଗାନ୍ଧୀ ଆଦର୍ଶ, ନୀତି, ଦର୍ଶନ ଓ ବ୍ୟବସ୍ଥାକୁ ଭୂଲୁଣ୍ଠିତ କରିବା ପାଇଁ କିଛି ବ୍ୟକ୍ତି ଅଦ୍ୟାବଧି ତତ୍ପରତା ପ୍ରକାଶ କରି ସେଥିରେ ନିମଜ୍ଜିତ ଅଛନ୍ତି ଓ ସେମାନଙ୍କୁ ଗାନ୍ଧୀ ହତ୍ୟାକାରୀ ଭାବେ କ’ଣ ବିବେଚନା କରାଯାଇ ପାରିବ ନାହିଁ?
ଆଜି ସମାଜରେ ଅନେକ ସ୍ଥାନରେ ଗାନ୍ଧୀଙ୍କ ଫଟୋଚିତ୍ରକୁ ନେଇ ଯେଉଁ ବିଚିତ୍ର ପରିସ୍ଥିତି ରୂପାୟନ କରାଯାଉଛି, ତାହା କ’ଣ ଗାନ୍ଧୀଙ୍କ ଆଦର୍ଶ। ଆଧୁନିକ ସମାଜରେ ଗାନ୍ଧୀ ଓ ତାଙ୍କର ନୀତିଗୁଡ଼ିକ ବ୍ୟାବହାରିକ ପାଇଁ କ୍ଷେତ୍ର ପର୍ଯ୍ୟାପ୍ତ ନୁହେଁ ବୋଲି କେତେକାଂଶରେ ଅନୁମାନ କରାଯାଏ। ଅହିଂସା ଉପରେ ହିଂସା ବହୁଗୁଣିତ ହୋଇ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଯାଉଛି। ମହାତ୍ମା ଗାନ୍ଧୀଙ୍କ ଜୀବନର ନୀତି ଓ ନୈତିକ ମୂଲ୍ୟବୋଧର ଧାରା ତାଙ୍କ ନିଜ ଜୀବନର ଅନୁଭୂତିରୁ ଉତ୍ପନ୍ନ ହୋଇଥିଲା। ସେ ଚାହୁଁଥିଲେ ଯେ ସମାଜରେ ସମସ୍ତଙ୍କୁ ସମାନ ବ୍ୟବହାର କରାଯିବା ଆବଶ୍ୟକ। ସେ ସତ୍ୟ ଓ ଅହିଂସାର ଅନୁଗାମୀ ଥିଲେ ଓ ସର୍ବଦା ଲୋକଙ୍କୁ ବୁଝାଉଥିଲେ ଯେ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ। ଗାନ୍ଧିଜୀ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ଓ ତାଙ୍କର ନୀତି ଏବଂ ନୈତିକ ମୂଲ୍ୟବୋଧ ତାଙ୍କୁ ଜନତାଙ୍କ ପ୍ରିୟଭାଜନ କରାଇଲା। ସେ ପ୍ରଥମେ ଭାରତରେ ସ୍ବଦେଶୀ ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହା ଦ୍ୱାରା ଜାତିର ଲୋକମାନେ ଆତ୍ମନିର୍ଭରଶୀଳ ହେବା ଶିଖିବା ଆବଶ୍ୟକ। ଗାନ୍ଧିଜୀଙ୍କ ମୂଳ ଉଦ୍ଦେଶ୍ୟ ଥିଲା ଜାତିର ଲୋକଙ୍କ ମଧ୍ୟରେ ମାନବିକତା, ସତ୍ୟତା ଓ ଅହିଂସା ସୃଷ୍ଟି କରିବା; ଯାହା ପରବର୍ତ୍ତୀ ସମୟରେ ସମାଜ ଓ ରାଷ୍ଟ୍ରକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ । ଜ୍ଞାନ ଆହରଣ ପାଇଁ ଶିକ୍ଷା ଏକ ଅତ୍ୟାବଶ୍ୟକ ଉପକରଣ। ମୂଲ୍ୟବୋଧ ଓ ନୈତିକତା ବିନା ଛାତ୍ରୀଛାତ୍ରମାନଙ୍କର ଶିକ୍ଷା ଅସମ୍ପୂର୍ଣ୍ଣ । ବିଭିନ୍ନ କାର୍ଯ୍ୟକଳାପ ଓ ବ୍ୟାବହାରିକ ଉଦାହରଣ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ଗାନ୍ଧୀ ନୀତି ଓ ନୈତିକ ମୂଲ୍ୟବୋଧ ଶିକ୍ଷା ଦିଆଯାଏ, ଯାହା ବ୍ୟକ୍ତି ଓ ସମାଜକୁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ନୈତିକ ମୂଲ୍ୟବୋଧ ଓ ନୀତିଗୁଡ଼ିକ ବୁଝିବାକୁ ଅନୁସରଣ କରେ।
ଗାନ୍ଧୀଙ୍କ ଅବର୍ତ୍ତମାନରେ ତାଙ୍କର ସମସ୍ତ ନୀତି ଆଦର୍ଶକୁ ଅନେକ ହତ୍ୟା କରୁଛନ୍ତି। ଆଜି ସମାଜ କେବଳ ଆର୍ଥିକ ଭିତ୍ତିରେ ନୁହେଁ, ଜାତୀୟ, ଆଞ୍ଚଳିକ ଓ ଧାର୍ମିକ ଭିତ୍ତିରେ ବିଭକ୍ତ ହୋଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ବୈଷୟିକ ଜଗତୀକରଣ ମାଧ୍ୟମରେ ବିଶ୍ୱକୁ ଏକ କରିବାରେ ସମ୍ଭବ କରିପାରିଛି। କିନ୍ତୁ ଏହି ବୈଷୟିକ ଜଗତୀକରଣ ବ୍ୟକ୍ତିର ମାନସିକ ଗଠନକୁ କୌଣସି ପ୍ରକାରେ ପ୍ରଭାବିତ କରି ନାହିଁ। ଆବଶ୍ୟକତା ଓ ଆଗ୍ରହ ମଧ୍ୟରେ ପାର୍ଥକ୍ୟ ଆମେ ଜାଣିନାହୁଁ ଓ ଆନ୍ତରିକତା ପ୍ରଦର୍ଶନ କରିବାରେ କୌଣସି ସ୍ବତଃ ପ୍ରବୃତ୍ତତା ବିନା ଦ୍ୱନ୍ଦ୍ୱରେ ଆମେ ଲକ୍ଷ୍ୟଗୁଡ଼ିକୁ ଅନୁଭବ କରୁ। ବର୍ତ୍ତମାନ ରାଜନୈତିକ, ସାମାଜିକ-ଅର୍ଥନୈତିକ ଜୀବନକୁ ପୁନଃ ନିର୍ମାଣ କରିବାରେ ବିଫଳ ହୋଇଛି ଓ ଏହା କେବଳ ଦ୍ୱନ୍ଦ୍ୱ ଓ ନିରାଶାକୁ ସଂଯୋଗ କରିଛି। ଏକବିଂଶ ଶତାବ୍ଦୀର ଅନ୍ୟତମ ପ୍ରତିକୂଳ ପରିସ୍ଥିତି ଦୃଶ୍ୟମାନ ହୋଇଥାଏ ଯେ, ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠା ମାନବ ସଭ୍ୟତାର ବଞ୍ଚତ୍ବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଥିବା ବେଳେ ଅନ୍ୟ ପଟେ ଶାନ୍ତି ରକ୍ଷା କରିବାର ପାରମ୍ପରିକ ଉପକରଣଗୁଡ଼ିକ କମ୍‌ ହୋଇଯାଇଛି। ଗାନ୍ଧୀଙ୍କ ମୁଣ୍ଡ ଥିବା ଚିତ୍ରରେ ଜୀବନର ଗଣିତ ନିହିତ ଥାଇ ଯେଉଁ ଟଙ୍କାକୁ ଆମେ ସଚ୍ଚୋଟତାରେ ଜୀବନ ଧାରଣ କରିବା ପାଇଁ ବ୍ୟବହାର କରୁଛୁ, ସେଇ ଗାନ୍ଧୀମୁଣ୍ଡ ଥିବା ଟଙ୍କାକୁ ଆଜି ଗାନ୍ଧୀ ଆଦର୍ଶର ଜଳାଞ୍ଜଳି ଦେଇ କେତେ ଲାଞ୍ଚ, ଅନ୍ୟାୟ, ଅନୀତି, ଦୁର୍ନୀତି, ହିଂସା, ନରସଂହାର, ନିର୍ବାଚନ ସମୟରେ ରାଜନୈତିକ ପ୍ରତିଯୋଗିତା ଆଦି ଗାନ୍ଧୀ ଦର୍ଶନକୁ ହତ୍ୟା କରୁଛି। ସତ୍ୟ, ଧର୍ମ, ଅହିଂସା, କର୍ମ, ସ୍ତ୍ରୀ ଜାତି ପ୍ରତି ସମ୍ମାନ ଆଦି ଗାନ୍ଧୀ ନୀତି ଓ ଦର୍ଶନର ଆଧାରକୁ ପର୍ଯ୍ୟବସିତ କରିଥାଏ, ମାତ୍ର ସମ୍ପ୍ରତି ଗାନ୍ଧୀଙ୍କ ଫଟୋଟିଏ ରଖି ଗେଣ୍ଡୁମାଳଟିଏ ଦେଇ ନିଜକୁ ଗାନ୍ଧୀ ଆଦର୍ଶରେ ନିମଜ୍ଜିତ ବୋଲି ପ୍ରତିପାଦନ କରାଯାଉଛି ଓ ଗାନ୍ଧୀ ନୀତିକୁ ହତ୍ୟାକରି ନିଜର ପ୍ରତିପତ୍ତିକୁ ଜାହିର କରାଯାଉଛି।
ବର୍ତ୍ତମାନ ଗାନ୍ଧୀନୀତି, ଦର୍ଶନ, ଆଦର୍ଶ ହତ୍ୟାକାରୀମାନଙ୍କର ସଂଖ୍ୟା ଅଧିକ ବୃଦ୍ଧି ହୋଇଯାଉଥିବା ବେଳେ ସାମାଜିକ ଅସ୍ଥିରତା ଅଧିକ ଗୁରୁତର ଦିଗକୁ ଗତିଶୀଳ ହେଉଛି। ଭାରତବର୍ଷର ନାଗରିକ ଗାନ୍ଧୀଙ୍କୁ ଜାତିର ଜନକ ବୋଲି ସମ୍ବୋଧନ କରୁଥିବାର ଅର୍ଥ ସେ ସମଗ୍ର ଭାରତ ଜାତିର ପିତା ବା ବାପା। କିନ୍ତୁ ଆଜି ତୋଙ୍କର ଆଦର୍ଶ, ନୀତି ଆଦିକୁ ହତ୍ୟା କରାଯାଉଛି। ଅତଏବ ସମ୍ପ୍ରତି ଉକ୍ତ ଗାନ୍ଧୀନୀତି, ଦର୍ଶନ ଇତ୍ୟାଦିର ହତ୍ୟାକାରୀଙ୍କୁ ଦଣ୍ଡବିଧାନ କରାଯିବା ଉଚିତ, ଅନ୍ୟଥା ଗାନ୍ଧୀ ନୀତି ଆଦର୍ଶ ଓ ଦର୍ଶନ ସମୟକ୍ରମେ ନିଜର ଅସ୍ତିତ୍ୱକୁ ଚିହ୍ନଟ କରିବାରେ ଅସମର୍ଥ ପ୍ରକାଶ କରିବ ଓ ଗାନ୍ଧୀ ହତ୍ୟାକାରୀମାନଙ୍କର ସଂଖ୍ୟା ବୃଦ୍ଧି ହେବ।

ଡ଼. ସତ୍ୟ ନାରାୟଣ ମିଶ୍ର

ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶ୍ବର
ମୋ: ୯୯୩୭୩୪୫୯୦୦

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?