କାନ୍ଥ ସୂଚନାରେ ସ୍ବଚ୍ଛତା ସୀମିତ, ଟୋଲ୍‌ ଫ୍ରି’ରୁ ଉତ୍ତର ମିଳୁନି

ବ୍ରହ୍ମପୁର,୭।୨ (ସ୍ମୃତି ରଞ୍ଜନ ମହାଲିକ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ସମସ୍ତଙ୍କ କର୍ତ୍ତବ୍ୟ। ‘ଆମ ସହର, ଆମ ଗର୍ବ’ ଏଭଳି ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ପକ୍ଷରୁ ସହରର ପ୍ରତି ୱାର୍ଡର କାନ୍ଥରେ ସୂଚନା ରହିଛି। ଉକ୍ତ ୱାର୍ଡର ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ୱାର୍ଡ ଅଫିସର ଓ ସାନିଟାରୀ ଇନିସପେକ୍ଟରଙ୍କ ନାମ ଓ ଫୋନ ନମ୍ବର ମଧ୍ୟ କାନ୍ଥରେ ଦିଆଯାଇଛି। ତେବେ ସହରର ସ୍ବଚ୍ଛତା କେବଳ କାନ୍ଥ ସୂଚନାରେ ସୀମିତ ରହିଥିବା ପରିଲକ୍ଷିତ ହେଉଛି। ସୂଚନାଥାଉ କି, ବର୍ତ୍ତମାନ ବିଇଏମସି ପକ୍ଷରୁ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନୂତନ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ଏଥିମଧ୍ୟରେ ପ୍ରତ୍ୟୁଷ, ସଫେଇ ଅଭିଯାନ ଓ ପିଏମ୍‌ଆର ଭଳି ଏଜେନ୍ସି ରହିଛି। ଏହି ଏଜେନ୍ସିଗୁଡିକୁ ୫ଟି ଜୋନ ଜରିଆରେ ରହିଥିବା ୱାର୍ଡ ଗୁଡିକୁ ସହରର ପରିମଳ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏଥିସହ ବିଇଏମସି ପକ୍ଷରୁ ଆବର୍ଜନା ସଂଗ୍ରହ ଗାଡି ୫୩ ଓ ସଫେଇ କର୍ମଚାରୀଙ୍କ ସଂଖ୍ୟା ୧୩୩୪କୁ ବୃଦ୍ଧି କରାଯାଇଛି। ଗତ ମାସ ୨୬ ତାରିଖ ନୂତନ ଗାଡି ଉଦଘାଟନ ସହ ନୂଆ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ପରିମଳ ବାବଦକୁ ବର୍ଷକୁ ୨୯.୪୨ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ନିଗମ ସୂଚନା ଦେଇଛି। ତେବେ କାର୍ଯ୍ୟ ଆରମ୍ଭରୁ ହିଁ ଏହା ବେଲଗାମ ହେଉଥିବା ଅଭିଯୋଗ ହୋଇଛି। ନିଗମର ୨୫ ନଂ ୱାର୍ଡ ଅନ୍ତର୍ଗତ ଅମ୍ବିକା ନଗର ପ୍ରଥମ ଲେନ୍‌ ହିଁ ଏହାର ଉଦାହରଣ ପାଲଟିଛି। ଏହି ଲେନ୍‌କୁ ଦୀର୍ଘ ଦିନ ଧରି ସଫେଇ କର୍ମଚାରୀମାନେ ଆସୁନାହାନ୍ତି। ଆବର୍ଜନା ବି ସଫେଇ ହେଉନାହିଁ। ଡ୍ରେନଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇ ରହିବାରୁ ନର୍ଦ୍ଦମା ଜଳ ନିଷ୍କାସନ ହୋଇନପାରି ମଶାଙ୍କ ପ୍ରଦୁର୍ଭାବ ବଢ଼ିଛି। ଦୁର୍ଗନ୍ଧରେ ଅଞ୍ଚଳ ଦୂଷିତ ହୋଇପଡିଛି। ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉକ୍ତ ୱାର୍ଡର ସାନିଟେସନ ଇନିସପେକ୍ଟରଙ୍କୁ ବାରମ୍ବାର ଅବଗତ କରାଗଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ନିଗମ ପକ୍ଷରୁ ଜାରି କରାଯାଇଥିବା ଟୋଲି ଫ୍ର ନଂ.୧୮୦୦୩୪୫୬୭୯ ବୈଧ ନ ଥିବା ବେଳେ ୧୪୪୨୦ ନଂ.ରେ ଫୋନ କଲେ କୌଣସି ଉତ୍ତର ମିଳୁନି। ସେହିପରି ଦାୟିତ୍ୱରେ କର୍ମଚାରୀଙ୍କୁ ଫୋନ କଲେ ବି କୌଣସି ଉତ୍ତର ମିଳୁନି। ଏପରିକି ଉକ୍ତ ୱାର୍ଡକୁ ଆସୁଥିବା ସଫେଇ କର୍ମଚାରୀଙ୍କୁ ଆବର୍ଜନା ଉଠାଇବା ପାଇଁ କହିଲେ ବି ସେମାନେ ଆବର୍ଜନା ଉଠାଉ ନ ଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଏଭଳି ଅବ୍ୟବସ୍ଥା ଲାଗିରହେ ତେବେ ସହରର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ବିଇଏମସି ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆବର୍ଜନା ସଫେଇ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri