ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର,୭।୨(ସୁନିତ୍‌ ମିଶ୍ର): କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଏବଂ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟ ସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି) ଆଦେଶ (ସଂଶୋଧନ) ବିଲ୍‌ – ୨୦୨୪ ଉପରେ ବିବୃତିି ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଏହି ଐତିହାସିକ ବିଲ୍‌ ମାଧ୍ୟମରେ ଓଡ଼ିଶାର ୪ଟି ବିଶେଷରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡ଼ି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବଣ୍ଡା ଓ ମାଙ୍କଡ଼ିଆଙ୍କ ସହ ୧୫ ଜନଜାତି ସମୁଦାୟରେ ୫୦ରୁ ଊର୍ଦ୍ଧ୍ୱ ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି। ଯେଉଁମାନେ ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିଲେ, ସେମାନଙ୍କୁ ମୋଦି ସରକାରରେ ସୁରକ୍ଷା ସହ ଅଧିକାର ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାଢେ ୪କୋଟି ଓଡ଼ିଆଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଜନଜାତିଙ୍କ ପ୍ରତି ପୂର୍ବରୁ ହୋଇଥିବା ଐତିହାସିକ ଭୁଲ୍‌କୁ ସୁଧାରିଛନ୍ତି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଜନଜାତି ସମୁଦାୟଙ୍କ ପାଇଁ ଏହି ବିଧେୟକ ଆର୍ଥିକ-ସାମାଜିକ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇବ। ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହେବା ସମୟରେ ଯେଉଁ ଉତ୍ସାହ ଥିଲା, ଏହି ବିଧେୟକ ଆଇନରେ ପରିଣତ ହେଲେ ଓଡ଼ିଶାର ଜନଜାତି ସମାଜର ବିଶେଷତଃ ୪ଟି ଆଦିମ ଜନଜାତି ସମୁଦାୟଙ୍କ ମଧ୍ୟରେ ସେହି ଉତ୍ସାହ ଦେଖାଯିବ। ଏହି ସମୁଦାୟଙ୍କୁ ନ୍ୟାୟ ଏବଂ ସାମ୍ବିଧାନିକ ଅଧିକାର ଦେବା ଏବଂ ସେମାନଙ୍କୁ ଆକାଂକ୍ଷା ତଥା ଅଭିଳାଷକୁ ପୂରଣ କରିବା ଦିଗରେ ଏହି ପଦକ୍ଷେପ ସଫଳ ହେବ। ଦେଶରେ ଜନଜାତିଙ୍କ ଅଧିକାରକୁ ସୁରକ୍ଷା ପାଇଁ ସମ୍ବିଧାନରେ ପ୍ରାବଧାନ ରହିଛି। କିନ୍ତୁ ଏପରି ଅନେକ ଉଦାହରଣ ରହିଛି, ଯେତେବେଳେ ସମ୍ବିଧାନକୁ ବଦଳାଇବାର ପ୍ରୟାସ କରାଯାଇଛି। ଓଡ଼ିଶାରେ ମଧ୍ୟ ଏପରି ଦୁର୍ଭାଗ୍ୟଜନକ ପଦକ୍ଷେପ ନିଆଯାଇଥିଲା। ନିକଟରେ ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଥିଲା। ଏହି ସମ୍ବିଧାନ ବିରୋଧୀ ନିଷ୍ପତ୍ତିକୁ ଜନଜାତିଙ୍କ ସମେତ ସବୁ ଆଡୁ ବିରୋଧ ହେବା ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଜନଜାତିଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ସହ ସାଲିସ୍‌ କରିବାର ଅଧିକାର କାହାର ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri