ଚାଲି ଚାଲି ଥକିପଡିବାରୁ ଆମ୍ବୁଲାନ୍ସକୁ ଫୋନ୍‌ କଲେ ମଦ୍ୟପ, କହିଲେ, ଶୀଘ୍ର ଆସି ନେଇଯାଅ ନହେଲେ ବେହୋସ ହୋଇଯିବି

ହାଇଦ୍ରାବାଦ,୨।୨: ଆଖପାଖ ସ୍ଥାନକୁ ଯିବାକୁ ହେଲେ ଲୋକେ ଚାଲି ଚାଲି ଯାଇଥାନ୍ତି। ଯଦି ଦୂର ବାଟକୁ ଯିବାକୁ ପଡେ ତେବେ ଲୋକ ବାଇକ୍‌/ସ୍କୁଟି କିମ୍ବା ବସ, କ୍ୟାବରେ ଯାତାୟତ କରିଥାନ୍ତି। କିନ୍ତୁ ତେଲଙ୍ଗାନାରେ ଜଣେ ମଦ୍ୟପ ଚାଲି ଚାଲି ଥକିଯିବାରୁ ଏମିତି କିଛି କାମ କରିଛନ୍ତି ଯାହାକୁ ଯେ କେହି ବି ଶୁଣିଲେ ତାଜୁବ ହୋଇଯିବ ।

ମଦ୍ୟପ ଜଣକ ଚାଲିଚାଲି ଥକିଯିବାକରୁ ବସ, ଟ୍ରେନ କିମ୍ବା କ୍ୟାବ ସେବା ନେବା ପରିବର୍ତ୍ତେ ସିଧାସଳଖ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆଉ ତା’ପରେ ଯାହା କହିଥିଲେ ସେ ସବୁ ଶୁଣିଲେ ତାଜୁବ ହୋଇଯିବେ। ଫୋନ କରି ସେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ, ‘ମୋର ଆଉ ବଳ ପାଉନି, ମୁଁ ଆଉ ଚାଲିପାରୁ ନାହିଁ। ଭୁବନାଗିରିକୁ ଶୀଘ୍ର ଗାଡି ପଠାନ୍ତୁ। ମୋତେ ଟିକେ ଲିଫ୍ଟ ଦିଅନ୍ତୁ’। ଏତିକି କହି ସେ ସାଙ୍ଗେ ସାଙ୍ଗେ କଲ୍‌ କାଟି ଦେଇଥିଲେ।

ସୂଚନାଥାଉ କି, ତେଲଙ୍ଗାନାର ଭୁବନାଗିରି ଜିଲାରୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମଦ୍ୟପ ଜଣକ ହେଲେ ରମେଶ । ହଠାତ୍‌ ସେ ଗୋଟିଏ ସରକାରୀ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ । କଲ୍‌ କାଟିବା ପରେ ମଦ୍ୟପଙ୍କ କଲକୁ ଜରୁରୀକାଳୀନ ଭାବେ ବିଚାର କରି କଲ ପାଇଥିବା କର୍ମଚାରୀ ତୁରନ୍ତ ଫୋନରେ ସୂଚନା ଦିଆଯାଇଥିବା ସ୍ଥାନକୁ ଆମ୍ବୁଲାନ୍ସ ପଠାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଯେତେବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ପୁନର୍ବାର ରମେଶଙ୍କୁ ଫୋନ କରିଥିଲେ। ରମେଶ ସାଙ୍ଗେ ସାଙ୍ଗେ ଆସି ଗାଡି ପାଖରେ ପହଞ୍ଚିଥିଲେ। ପରେ କର୍ମଚାରୀଜଣକ ତାଙ୍କୁ ଡାକିବାର କାରଣ ପଚାରିଥିଲେ। ଉତ୍ତରରେ ରମେଶ କହିଥିଲେ, ମୋ ଘର ଜଙ୍ଗୋନ ଜିଲାରେ । ଭୁବନଗିରରୁ ସେଠାକୁ ଯିବା କଷ୍ଟକର। ରାତି ବି ବହୁତ ହେଲାଣି। ଯିବା ପାଇଁ ବସ, ଟ୍ୟାକ୍ସି କିମ୍ବା ଅନ୍ୟ କୌଣସି ଗାଡି ଖୋଜିବାକୁ ମୁଁ ସକ୍ଷମ ନୁହେଁ । ମୋତେ କିଛି ନ ହେଲେ ଜନଗାଁ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ନତୁବା ମୁଁ ବେହୋସ ହୋଇଯିବି।

ରମେଶଙ୍କ କଥା ଶୁଣି ଆମ୍ବୁଲାନ୍ସ କର୍ମଚାରୀ ତାଜୁବ ହୋଇଯାଇଥିଲେ। ପରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ଆମ୍ବୁଲାନ୍ସ ସେବା କେବଳ ଜରୁରୀକାଳୀନ ରୋଗୀଙ୍କ ପାଇଁ। ଏଥିରେ କାହାକୁ ଲିଫ୍ଟ ଦିଆଯାଇ ନ ଥାଏ। କର୍ମଚାରୀମାନେ ଯେତେ ବୁଝାଇଲେ ବି ରମେଶ ଥିଲେ ନଛୋଡବନ୍ଧା। ସେ ବାରମ୍ବାର ତାଙ୍କ କଥା ଦୋହରାଇବାକୁ ଲାଗିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri