Posted inଜାତୀୟ

୨୪ ଘଣ୍ଟାରେ ହେବ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ

ନୂଆଦିଲ୍ଲୀ,୩୧।୧: ଡିଟରଜେଣ୍ଟରେ ଥିବା ଏନ୍‌ଜାଇମ୍‌ ଗୋଟିଏ ଥର ବ୍ୟବହୃତ ବାୟୋପ୍ଲାଷ୍ଟିକ୍‌କୁ ରିସାଇକ୍ଲିଂ (ପୁନଃ ଚକ୍ରଣ) କରିବାରେ ସହାୟକ ହୋଇପାରିବ। ଏଥିପାଇଁ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ବିକଶିତ କରିଛନ୍ତି। ସେଲ୍‌ ରିପୋର୍ଟସ ଫିଜିକାଲ ସାଇନ୍ସ ପତ୍ରିକାରେ ଉକ୍ତ ପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ରିପୋର୍ଟ ଅନୁଯାୟୀ ମାତ୍ର ୨୪ ଘଣ୍ଟା ମଧ୍ୟରେ ଉକ୍ତ ଏନ୍‌ଜାଇମ୍‌ ବାୟୋପ୍ଲାଷ୍ଟିକ୍‌ଗୁଡ଼ିକୁ ଡିପଲିମେରାଇଜ୍‌ ବା ବିଘଟନ କରିପାରିବ। ବାୟୋପ୍ଲାଷ୍ଟିକ୍‌ ସାମଗ୍ରୀଗୁଡ଼ିକୁ କମ୍ପୋଷ୍ଟରେ ପରିଣତ କରିବା ପାଇଁ ବ୍ୟବହୃତ ଔଦ୍ୟୋଗିକ ପ୍ରକ୍ରିୟାରେ ୧୨ ସପ୍ତାହ ସମୟ ଲାଗୁଥିବାବେଳେ ନୂତନ ପ୍ରକ୍ରିୟାରେ ବାୟୋପ୍ଲାଷ୍ଟିକ୍‌ ପଲିଲାକ୍ଟିକ୍‌ ଏସିଡ୍‌ (ପିଏଲ୍‌ଏ) ତୁରନ୍ତ ସମ୍ପୂର୍ଣ୍ଣ ଡିଗ୍ରେଡେଶନ ହୋଇଥାଏ। ଅର୍ଥାତ୍‌ ନୂତନ ପ୍ରକ୍ରିୟା ୮୪ ଗୁଣ ଦ୍ରୁତ କାର୍ଯ୍ୟ କରିଥାଏ ବୋଲି ଗବେଷକମାନେ କହିଛନ୍ତି। ବୈଜ୍ଞାନିକମାନଙ୍କର ଏହି ନୂଆ ଆବିଷ୍କାର ଏକକ ବ୍ୟବହୃତ ପିଏଲ୍‌ଏ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ ଦିଗରେ ଏକ ବଡ଼ ସମାଧାନ ହେବାକୁ ଯାଉଛି। ବାୟୋପ୍ଲାଷ୍ଟିକ୍‌କୁ ୯୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଅଧିକ ୨୪ ଘଣ୍ଟା ରଖିଲେ, ସେଗୁଡ଼ିକ ବିଘଟିତ ହୋଇ ରାସାୟନିକ ବିନ୍ୟାସ ବ୍ଲକ୍‌ରେ ପରିଣତ ହୋଇଥାଏ ବୋଲି ଲଣ୍ଡନର କିଙ୍ଗସ୍‌ କଲେଜର ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ବାୟୋପ୍ଲାଷ୍ଟିକ୍‌ ବିଘଟିତ ହୋଇ ମନୋମର ବା ଏକକ ଅଣୁରେ ପରିଣତ ହେବା ପରେ ତାହାକୁ ପୁନର୍ବାର ବିଭିନ୍ନ ପ୍ରକାର ପୁନଃ ବ୍ୟବହାରଯୋଗ୍ୟ ଉଚ୍ଚ ମାନର ପ୍ଲାଷ୍ଟିକ୍‌ରେ ପରିବର୍ତ୍ତନ କରାଯାଇପାରିବ। ବର୍ତ୍ତମାନ ଯେଉଁ ହାରରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେଉଛି, ତାହାକୁ ନଷ୍ଟ କରିବା ସାମର୍ଥ୍ୟ ସ୍ଥାୟୀ ଭାବେ ବଢ଼ିପାରିବ ବୋଲି ଗବେଷକମାନେ କହିଛନ୍ତି। ପ୍ଲାଷ୍ଟିକ୍‌ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ ହେଉଥିବାବେଳେ ସେହି ଅନୁପାତରେ ଏହାକୁ ରିସାଇକ୍ଲିଂ କରିବା ପାଇଁ ଆମ ପାଖରେ ସାମର୍ଥ୍ୟ ନ ଥିବାରୁ ସାରା ବିଶ୍ୱରେ କେବଳ ୨୦୨୩ ବର୍ଷରେ ୬୮ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌କୁ ପ୍ରାକୃତିକ ପରିବେଶରେ ଛାଡ଼ିଦିଆଯାଇଛି। ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ ଡେଭେଲପ୍‌ମେଣ୍ଟ (ଇଓସିଡି) ସଂଗଠନର ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ୨୦୬୦ ବେଳକୁ ୩ ଗୁଣ ହୋଇଯିବ। ସେଥିରୁ ଅଧା ଭାଗ ପଡ଼ିରହୁଥିବାବେଳେ ମାତ୍ର ଏକ-ପଞ୍ଚମାଂଶରୁ କମ୍‌ ରିସାଇକ୍ଲିଂ ହେଉଥିବ ବୋଲି ଉକ୍ତ ସଂସ୍ଥା ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri