ସଫା କରାଯାଉନି ଅଳିଆ ଆବର୍ଜନା

ସେମିଳିଗୁଡ଼ା/ସୁନାବେଡ଼ା,୨୯ା୧(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ସମଗ୍ର ରାଜ୍ୟରେ ସର୍ବବୃହତ୍‌ ଆଦର୍ଶ ବଜାରର ମାନ୍ୟତା ପାଇଥିବା କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ହାଟ ଏବେ ଅବହେଳିତ ଅବସ୍ଥାରେ ରହିଛି। ଏକଦା ଚାଷୀ ଓ ଚାଷ ଉତ୍ପାଦିତ ସାମଗ୍ରୀ ବିକ୍ରିକୁ ନେଇ ବେଶ୍‌ ଚଳଚଞ୍ଚଳ ଥିବା ଏହି ହାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ହାଟସାରା ଅଳିଆ ଆବର୍ଜନା ପଡ଼ିଥିବା ବେଳେ କୁଢ଼ କୁଢ଼ ଆବର୍ଜନା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ୨୦୧୭ରେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଆର୍‌ଏମ୍‌ସି ଏଠାରେ ଗୋଟିଏ କୃଷକ ବଜାର ନିର୍ମାଣ କରିଥିଲା। ହାଟରେ ବ୍ୟବସାୟୀମାନେ ବସିବା ପାଇଁ ପିଣ୍ଡି ନିର୍ମାଣ ସହ କୃଷିଜାତ ସାମଗ୍ରୀ ରଖିବା ପାଇଁ ଷ୍ଟଲ କରାଯାଇଥିଲା। ମାତ୍ର ନିୟନ୍ତ୍ରିତ ବଜାର କମିଟିର ଉଦାସୀନତା ଯୋଗୁ ବ୍ୟବସାୟୀମାନେ ସେଠାରେ ନ ବସି ରାସ୍ତା କଡ଼ରେ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି। ନିର୍ମାଣ କରାଯାଇଥିବା ସ୍ଥାନଟି ମୁଖ୍ୟ ରାସ୍ତାଠାରୁ ଦୂରରେ ଥିବାରୁ ସେଠାକୁ ଗ୍ରାହକ ଯିବାକୁ ପସନ୍ଦ କରୁ ନ ଥିବା କେତେ ଜଣ ବ୍ୟବସାୟୀ କହିଛନ୍ତି। ଏବେ ବ୍ୟବସାୟୀମାନେ ବସୁଥିବା ରାସ୍ତା କଡ଼ ହାଟରୁ ନିୟନ୍ତ୍ରିତ ବଜାର କମିଟି ପ୍ରତିଦିନ ଟିକସ ଆଦାୟ କରୁଥିବା ବେଳେ ଅଳିଆ ଆବର୍ଜନା ସଫା କରିବାକୁ ଭୁଲିଯାଉଛି। ଏନେଇ କମିଟିରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ ରାସ୍ତା କଡ଼ରେ ହାଟ ବସୁଥିବାରୁ ରାସ୍ତା ଅବରୋଧ ହେବା ସହ ସଂକୀର୍ଣ୍ଣ ହୋଇଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ବିଶ୍ବ ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଦେଓମାଳି, କୋଟିଆ ଓ ପଟାଙ୍ଗିର ଗାଲିଗବଦରକୁ ଯିବାକୁ କୁନ୍ଦୁଲି ହେଉଛି କେନ୍ଦ୍ରସ୍ଥଳ। ଏହି ରାସ୍ତା ଦେଇ ପର୍ଯ୍ୟଟନ ସ୍ଥଳୀଗୁଡିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟକ ପର୍ଯ୍ୟଟକ ଯାଇଥାନ୍ତି। ଏ ସମ୍ପର୍କରେ କୁନ୍ଦୁଲି ଜାତୀୟ କୃଷି ବଜାର କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ଜେନାଙ୍କୁ ପଚାରିବାରୁ ସେ କହିଲେ, ସେଠାରୁ କୌଣସି ଟିକସ ଆଦାୟ କରାଯାଉ ନାହିଁ। ନିୟମିତ ବ୍ୟବଧାନରେ ଅଳିଆ ସଫା କରାଯାଉଛି। ଲୋକଙ୍କୁ ବାରମ୍ବାର ସଚେତନ କରିବା ସତ୍ତ୍ୱେ ସେମାନେ ଅଳିଆ ଗଦା କରୁଛନ୍ତି। ତେବେ ଯଦି କିଛି ସମସ୍ୟା ରହିଛି, ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri