Posted inଖେଳ

ଭାରତ ପାଇଁ ୫୦୦ରୁ ଅଧିକ ପାଳି ଖେଳିଛନ୍ତି ମାତ୍ର ତିନି ଖେଳାଳି

କ୍ରିକେଟ ଏମିତି ଏକ ଖେଳ ଯେଉଁଠି ପ୍ରତି ମ୍ୟାଚ୍‌ରେ କିଛି ରେକର୍ଡ ସଷ୍ଟି ହୁଏ, ଆଉ କିଛି ରେକର୍ଡ ଭାଙ୍ଗେ। କେଉଁ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ରେକର୍ଡ କରନ୍ତି ତ ଆଉ କେବେ ବୋଲ୍‌ର କୀର୍ତ୍ତିମାନ ହାସଲ କରନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟ ଉପରେ ଯଦି ନଜର ପକାଇବା ତେବେ, ଅଧିକାଂଶ ରେକର୍ଡ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମରେ ହିଁ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ପାଳି ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ସେ ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦କୁ ମିଶାଇ ମୋଟ ୭୮୨ଟି ଇନିଂଶ ଖେଳିଛନ୍ତି। ତେବେ ଭାରତ ପାଇଁ ଆଉ ଦୁଇଜଣ ଖେଳାଳି ୫୦୦ରୁ ଅଧିକ ଇନିଶଂ ଖେଳିଛନ୍ତି। ସେହି ଦୁଇଜଣ ଖେଳାଳି ହେଲେ ରାହୁଲ ଦ୍ରାଭିଡ ଏବଂ ମହେନ୍ଦ୍ର ସିଂ ଧୋନୀ। ସଚିନ୍‌ ୭୮୨ଟି ଇନିଂଶ ଖେଳି ୪୮.୫୨ ହାରରେ ୩୪,୩୫୭ ରନ୍‌ କରିଥିବାବେଳେ ସେଥିରେ ୧୦୦ଟି ଶତକ ଏବଂ ୧୬୪ଟି ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ଦ୍ରାଭିଡ ୬୦୫ଟି ଇନିଂଶ ଖେଳି ୪୫.୪୫ ହାରରେ ୨୪,୨୦୮ ରନ୍‌ ସ୍କୋର କରିବା ସହ ୪୮ ଶତକ ଏବଂ ୧୪୬ଟି ଅର୍ଦ୍ଧଶତକ ମାରିଛନ୍ତି। ଧୋନୀ ଏପର୍ଯ୍ୟନ୍ତ ୫୨୬ଟି ପାଳି ଖେଳି ୪୫ ହାରରେ ୧୭,୨୬୬ରନ୍‌ ସ୍କୋର କରିଛନ୍ତି। ସେଥିରେ ୧୬ଟି ଶତକ ଏବଂ ୧୦୮ଟି ଅର୍ଦ୍ଧଶତକ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri