କେନ୍ଦୁଝର ମାଟିରେ ରାମାୟଣ ଗାଥା: ପୁଣି ଚର୍ଚ୍ଚାରେ ସୀତାବିଞ୍ଜ 

କେନ୍ଦୁଝର,୨୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୨ ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ପ୍ରାଣପ୍ରତିଷ୍ଠା ହେବ। ଏହାକୁ ନେଇ ଦେଶରେ ଉତ୍ସାହ ଏବଂ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ରାମାୟଣ ଯୁଗ ସହିତ କେନ୍ଦୁଝର ଜିଲାର ସମ୍ପର୍କ ମନେ ପକାଇଦେଉଛି। ରାମାୟଣରେ ରାମଙ୍କ ଗାଥା ସହିତ ସୀତାଙ୍କ ଗାଥା ଜଡିତ। ଏଣୁ  ଘଟଗାଁ ବ୍ଲକ ଡାଙ୍ଗୁଆପଶି ଗ୍ରାମ ନିକଟରେ ଥିବା ପର୍ଯ୍ୟଟନ କେନ୍ଦ୍ର ସୀତାବିଞ୍ଜ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି। ଦିନେ ଏଠାକୁ ମା’ ସୀତା ଆସିଥିଲେ। ଏଠାରେ ଲବକୁଶ ଜନ୍ମ ହୋଇଥିବା ପୌରାଣିକ କଥାବସ୍ତୁ ରହିଛି। ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନରେ ମା’ ସୀତା ଲବକୁଶଙ୍କ ସହିତ ସମୟ ବିତାଇବା ସହ ବାଲ୍ମୀକି ଋଷିଙ୍କ ଆଶ୍ରମରେ ପାଠ ପଢିଥିଲେ ।  ଏଭଳି ବହୁ ରାମାୟଣର ଗାଥା କହୁଛି କେନ୍ଦୁଝର ମାଟି ା ତାଙ୍କ ସ୍ମୃତିରେ ଏଠାରେ କାହିଁ କେଉଁ କାଳରୁ ମା’ ସୀତା ଲବକୁଶଙ୍କ ସହିତ ପୂଜାପାଇ ଆସୁଛନ୍ତି ା
ଏହି ସ୍ଥାନଟି ପୌରାଣିକ ସମୃଦ୍ଧ ରାମାୟଣ ଯୁଗ ସହିତ ସମ୍ପର୍କ ଥିବା ନେଇ ଅନେକ ଲୋକମତ ରହିଛି। ସୀତାଙ୍କ ନାମରୁ ଏହି ସ୍ଥାନର ନାମ ସୀତାବିଞ୍ଜ ହୋଇଥିବା ଅନୁମାନ କରାଯାଏ ।  ଏଥିପାଇଁ ଏହି ସ୍ଥାନଟି ପୌରାଣିକ ଦୃଷ୍ଟିରୁ ଗୁରୁତ୍ୱବହନ କରିଆସୁଥିବା ବେଳେ ପ୍ରସିଦ୍ଧି ଲାଭ କରିଛି।
ଏଠାରେ ରହିଛି ବାଲ୍ମୀକି ଆଶ୍ରମ । ଏଠାରେ ଦସ୍ୟୁ ରତ୍ନାକର ତପସ୍ୟା କରି ବାଲ୍ମୀକି ଋଷି ହୋଇଥିଲେ ବୋଲି ପୌରାଣିକ ଆଖ୍ୟାନ ରହିଛି। ଏଠାରେ ଏକ ବିଶାଳ ଅର୍ଦ୍ଧବର୍ତ୍ତୁଳାକାୟ ପଥର ରହିଛି, ଯାହାକୁ ଦସ୍ୟୁ ରତ୍ନାକରଙ୍କ ଭଣ୍ଡାର ଘର ବୋଲି କୁହାଯାଏ। ତ୍ରେତୟା ଯୁଗରେ ମା’ ସୀତ ବନବାସ ସମୟରେ ଏହି ସ୍ଥାନକୁ ଆସିଥିଲେ। ଏଠାରେ ଦେବୀ ସୀତା ଲବକୁଶଙ୍କୁ ଜନ୍ମ ଦେଇଥିବା କୁହାଯାଏ। ଯେଉଁଠି ତିନୋଟି ବୃହଦାକାୟ ପଥର ମା’ ସୀତା ତଥା ଲବ ଏବଂ କୁଶଙ୍କ ପ୍ରତୀକ ଭାବେ ବହୁ ବର୍ଷ ହେଲା ପୂଜା ପାଇ ଆସୁଛନ୍ତି।  ଏଠାରେ ଶୁଦ୍ଧ ମନରେ ପୂଜାର୍ଚ୍ଚନା କଲେ ନିଃସନ୍ତାନ ପୁତ୍ରବତୀ ହୋଇଥାନ୍ତି ବୋଲି ଲୋକବିଶ୍ୱାସ ଥିବା ସ୍ଥାନୀୟ ସ୍ବେଚ୍ଛାସେବୀ ମନୋଜ ନାୟକ କୁହନ୍ତି।
ସେହିପରି ଏଠାରେ ବାଲ୍ମୀକି ଆଶ୍ରମରେ ଲବକୁଶ ରହି ପାଠ ପଢୁଥିଲେ ବୋଲି କୁହାଯାଏ। ଏପରିକି  ଉକ୍ତ ସ୍ଥାନରେ ଅନେକ ଶିଳାଲେଖ  ରହିଛି  । ଏହି ପ୍ରସ୍ତର ଉପରେ ଲିଖିତ ଲିପିକୁ ବର୍ତ୍ତମାନ ଗବେଷଣା ଚାଲିଛି ।
ସେହିପରି ଏଠାରେ ରହିଥିବା ବିରଳ ରାବଣଛାୟା ତୈଳ ଚିତ୍ରରେ ମଧ୍ୟ ବହୁ ଲୋକକଥା ଛପି ରହିଛି। ତେବେ ଏହାର ଏଭଳି ନାମକରଣ କିଭଳି ହୋଇଛି, ତାହାର ସଠିକ ତଥ୍ୟ କାହାପାଖରେ ନାହିଁ। ତେବେ ସାଧାରଣତଃ ରାବଣଛାୟାର ଅର୍ଥ ଅସୁର ରାଜା ରାବଣଙ୍କ ଛାୟା। ୨୨ ଫୁଟ ଉଚ୍ଚରେ ଛତା ଭଳି ଅର୍ଦ୍ଧବର୍ତ୍ତୃଳକାୟ ପ୍ରାୟ ୧୨୫୦ ବର୍ଗ ସେଣ୍ଟିମିଟର ପରିସୀମା ପଥରର ତଳ ପାର୍ଶ୍ୱରେ ଏହି ଚିତ୍ର ଅଙ୍କିତ ହୋଇଛି। ଏହି ବିରଳ ତୈଳ ଚିତ୍ର ଦେଖିବାକୁ ବହୁ ପର୍ଯ୍ୟଟକ ତଥା ଗବେଷକ ଏଠାକୁ ଆସିଥାନ୍ତି।
କେନ୍ଦୁଝରଠାରୁ ପ୍ରାୟ ୩୨କି.ମି. ଦୂର ଏବଂ ଘଟଗାଁ ବ୍ଲକ କଟରାବେଡା ଗ୍ରାମ (ଏନ୍‌ଏଚ୍‌ ୨୦) ଠାରୁ ପ୍ରାୟ ୬କି.ମି. ଦୂର ଡାଙ୍ଗୁଆପଶି ନିକଟରେ ଏହି ରମଣୀୟ ସ୍ଥାନ ଅବସ୍ଥିତ। ବିଶାଳକାୟ ବିଭିନ୍ନ ଡିଜାଇନର ପଥର ଖଣ୍ଡ ଓ ପାହାଡ ପରିବେଷ୍ଟିତ ଏହି ସ୍ଥାନଟି ଜିଲାର ଅନ୍ୟ ଅଞ୍ଚଳଠାରୁ ସମ୍ପୂର୍ଣ ଅଲଗା।  ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।  ରଜ ସମୟରେ ଏଠାରେ ଦୀର୍ଘ ୭ ଦିନ ଧରି ମେଳା ବସେ। ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକ ଆସିଥାନ୍ତି ।
ଏହି ସ୍ଥାନଟି ପୌରାଣିକ ଦୃଷ୍ଟିକୋଣରୁ ବିଶେଷ କରି ରାମାୟଣ ଯୁଗ ସମୟକୁ ନେଇ ଥିବା ଲୋକକଥା ବହୁଗୁରୁତ୍ୱ ବହନ କରୁଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ତଥା ଭକ୍ତ ଏଠାକୁ ଆସିଥାନ୍ତି। ଏଣୁ ଏହାର ବିକାଶ ଓ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସହକାରୀ ପର୍ଯ୍ୟଟକ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ କୁହନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri