ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା: ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୬ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଦାୟର ମାମଲାରେ ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗାମୀ ୨ ସପ୍ତାହ ମଧ୍ୟରେ ଏହି ସତ୍ୟପାଠ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାର ଶୁଣାଣିକୁ ୨ ସପ୍ତାହ ଯାଏ ସ୍ଥଗିତ ରଖିଥିବା ଜଣାଯାଇଛି। ଆବେଦନକାରୀ ଭାରତୀୟ ବିକାଶ ପରିଷଦ ଓ ଜଗନ୍ନାଥ ସେନା ସେମାନଙ୍କ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ନକଲେ ଆବେଦନକୁ ଖାରଜ କରିଦେବା ନିମନ୍ତେ ହାଇକୋର୍ଟ ଚେତାବନୀ ଦେଇଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ କେବଳ ୪ଗୋଟି ଶୌଚାଳୟ ଓ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ରାସ୍ତା ନିର୍ମାଣ କରାଯାଇଛି। ଏହାର ଉଦ୍‌ଘାଟନ ପାଇଁ ୧୫୫.୮୮ କୋଟି ଟଙ୍କା ରାଜକୋଷରୁ ବଦଖର୍ଚ୍ଚ ସହିତ ୩୧୮୫ ବସ୍‌ରେ ଲକ୍ଷାଧିକ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ପୁରୀରେ ସମାବେଶ କରାଯାଉଛିି। ଏତେଲୋକ ସମାବେଶ ଦ୍ୱାରା ଓଡ଼ିଶାରେ କରୋନା ପ୍ରସାର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରୋକିବା ପାଇଁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି। ସେଥିରେ ଦର୍ଶାଯାଇଛି ଯେ, ୨୦୨୩ ଡିସେମ୍ବର ୩୦ ତାରିଖରେ ରାଜ୍ୟ କ୍ୟାବିନେଟ ୧୦ଟି ବିଭାଗର ୧୩ଗୋଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କିନ୍ତୁ ଜନବିରୋଧୀ, ବେନିୟମ, ଅସାମ୍ବିଧାନିକ ଏବଂ ରାଜକୋଷ ଲୁଣ୍ଠନ କରି ଲକ୍ଷାଧିକ ବିଜେଡି କର୍ମୀ ଓ ନେତାଙ୍କୁ ପୁରୀ ବୁଲାଇବା ସହିତ କରୋନା ମୁହଁକୁ ଠେଲି ଦିଆଯାଉଛି। ଜଗନାଥ ମନ୍ଦିରର ଚାରି ପାର୍ଶ୍ୱ ରାସ୍ତା ଓ ଚାରିଗୋଟି ଶୌଚାଳୟ ଉଦ୍‌ଘାଟନ ପାଇଁ ଜଗନ୍ନାଥ ରଥ ଓଡ଼ିଶାର ପ୍ରତିଗ୍ରାମରେ ଭଜନ ଓ କୀର୍ତ୍ତନ ସହ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିବା କାର୍ଯ୍ୟରେ ସମସ୍ତ ସରକାରୀ କଳ ନିୟୋଜିତ ହୋଇଛି। ପ୍ରତି ଗ୍ରାମ ପଞ୍ଚାୟତ ପିଛା ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି ଅର୍ଥ ରାଶି ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ପାଇଁ ୧୩୫.୮୮ କୋଟି ଟଙ୍କା ମୋଟ ଖର୍ଚ୍ଚ କରାଯାଉଛି। ପୁଣି ସବୁ ଗ୍ରାମପଞ୍ଚାୟତରୁ ସଂଗୃହିତ ଗୁଆ, ଚାଉଳ ପ୍ରତି ବ୍ଲକ୍‌ର ଏକ ସୁସଜ୍ଜିତ ମନ୍ଦିରରେ ରଖାଯିବ। ସେହି ମନ୍ଦିରର ଚତୁଃପାର୍ଶ୍ୱରେ ଭଜନ କୀର୍ତ୍ତନ ସହିତ ହଜାର ହଜାର ବିଜେଡି କର୍ମକର୍ତ୍ତାଙ୍କ ପାଇଁ ଖାଇବା ଖର୍ଚ୍ଚ ମଧ୍ୟ ରାଜକୋଷରୁ ଭରଣା କରାଯିବ। ପ୍ରତି ଗ୍ରାମ ପଂଚାୟତରୁ ୨୦ ଜଣ ଲେଖାଏଁ ବିଜେଡି ନେତା ମୋଟ ୬୭୯୪ ପଞ୍ଚାୟତରୁ ମୋଟ ୧,୩୫,୦୦୦ ଟଙ୍କା ବିଜେଡି କର୍ମକର୍ତ୍ତାଙ୍କୁ ପୁରୀ ନେବା ଓ ଆଣିବା ପାଇଁ ଖର୍ଚ୍ଚ ହେବ। ଏଥିସହ ୩୧୮୫ଟି ବସ୍‌ର ବ୍ୟବସ୍ଥା ସହିତ ପ୍ରତି ଲୋକ ପିଛା ଖାଇବା ବାବଦକୁ ଖର୍ଚ୍ଚ ୨୫୦ ଟଙ୍କା ଲେଖାଏଁ ମୋଟ ୨୦ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି। ଏସବୁ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରସ୍ତାବ ଅନୁମୋଦନ କରାଯାଇଛି। ଏହା ଅଗଣତାନ୍ତ୍ରିକ, ବେନିୟମ ଓ ଅସମ୍ବିଧାନିକ। ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ ବିଜେଡି କର୍ମୀ ଓ ନେତାଙ୍କୁ ପୁରୀ ଦର୍ଶନ ପାଇଁ ଓଡ଼ିଶା ଭଳି ଗରିବ ରାଜ୍ୟର ରାଜକୋଷରୁ ୧୫୮.୮୮ କୋଟି ବଦଖର୍ଚ୍ଚ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହେଇଛି ତାହାକୁ ତୁରନ୍ତ ହାଇକୋର୍ଟ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଗତ ୯ ତାରିଖରେ ଦାୟର ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ଅର୍ଥ ବିଭାଗ ସଚିବ, ମୁଖ୍ୟ ପ୍ରଶାସକ ପୁରୀ, ପୁରୀ ଜିଲାପାଳ, ପୁରୀ ଏସପି ଓ ଶ୍ରୀମନ୍ଦିର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri