ପୃଥିବୀରେ ବଢ଼ୁଛି କୃତ୍ରିମ ଆଲୋକ

ଓ୍ବାଶିଂଟନ,୨୧ା୪: ପୃଥିବୀ ପ୍ରତିବର୍ଷ ଉଜ୍ଜ୍ୱଳ ହେବାରେ ଲାଗିଛି। କୃତ୍ରିମ ଆଲୋକ ଯୋଗୁ ଏପରି ଘଟୁଥିବାରୁ ଏହି ପରିବର୍ତ୍ତନ ସବୁ ଭାଗରେ ସମାନ ରହି ନ ଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ତେବେ ଗବେଷକଙ୍କ ମତରେ ଏହି ଧାରା ମନ୍ଥର ନୁହେଁ। କାରଣ କେତେକ ଅଞ୍ଚଳ ସ୍ବଳ୍ପ ଆଲୋକିତ ହେଉଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ଅଧିକ ଆଲୋକ ଦେଖିବାକୁ ମିଳିଥାଏ।
ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଗବେଷକମାନେ କନେକ୍ଟିକଟ୍‌ ୟୁନିଭର୍ସିଟିରେ ୯ ବର୍ଷରେ ସଂଗୃହୀତ ୧.୧ ନିୟୁତରୁ ଊର୍ଦ୍ଧ୍ୱ ସାଟେଲାଇଟ୍‌ ଚିତ୍ର ଉପରେ ଅଧ୍ୟୟନ କରିଥିଲେ। ଉକ୍ତ ଗବେଷଣାରୁ ଜାଣିବାକୁ ପାଇଥିଲେ ଯେ, ପୃଥିବୀ ଉପରେ ୨୦୧୪ରୁ ୨୦୨୨ ମଧ୍ୟରେ କୃତ୍ରିମ ଆଲୋକ ୧୬% ବଢ଼ିଛି। ୨୦୧୭ରେ ମଧ୍ୟ ଏକ ଅଧ୍ୟୟନରୁ ଏଭଳି ନିଷ୍କର୍ଷ ବାହାରିଥିଲା। ଆଲୋକ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ବାହ୍ୟ ଆଲୋକ ୨% ବଢ଼ୁଥିବା ସେଥିରୁ ଜଣାପଡ଼ିଥିଲା।
ତେବେ ନେଚର ଜର୍ନାଲରେ ପ୍ରକାଶିତ ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସାମଗ୍ରିକ ଭାବେ ପୃଥିବୀର ଆଲୋକ ବଢ଼ୁଛି। ମୋଟାମୋଟି ଦେଖିଲେ ବିଶ୍ୱର ୩୪% ପରିଧିରେ ଏହି ସନ୍ତୁଳନ

ବଜାୟ ରହୁଥିବାବେଳେ ଅନ୍ୟ ଭାଗରେ ଆଲୋକର ପରିମାଣ ଅସନ୍ତୁଳିତ ରହୁଛି। ବିଶେଷକରି ୟୁରୋପରେ ଏହି ଆଲୋକ ସେତେଟା ଦୃଶ୍ୟମାନ ହେଉନାହିଁ। ଭେନେଜୁଏଲାରେ ମଧ୍ୟ ୨୬%ରୁ ଅଧିକ ରାତ୍ରି ଆଲୋକ ହ୍ରାସ ପାଇଛି। ଦେଶର ଆର୍ଥିକ ସଙ୍କଟ ଯୋଗୁ ଏପରି ହୋଇଥିବା ମନେକରାଯାଉଛି। ଗବେଷକଙ୍କ ମତରେ କୋଭିଡ୍‌-୧୯ ମହାମାରୀ ଅନେକ ଅଞ୍ଚଳରେ ଲାଇଟିଂ ପାର୍ଟନକୁ ପ୍ରଭାବିତ କରିଥିଲା। ଲକ୍‌ଡାଉନ୍‌, ଶିଳ୍ପ ଗତିବିଧି ହ୍ରାସ ପାଇବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସମାଗମ କମିବା ଯୋଗୁ ଦଶନ୍ଧିର ପ୍ରଥମ କିଛି ବର୍ଷରେ ଆଲୋକର ମାତ୍ରା ମଧ୍ୟ କମିଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri