ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ ବଦଳି ହୋଇଛି। ନୂଆ ଏସ୍‌ଡିପିଓ ନ ଆସିବା ପର୍ଯ୍ୟନ୍ତ ପୋଲିସ ମୁଖ୍ୟାଳୟର ଡିଏସ୍‌ପି ସୁଦୀପ୍ତ କୁମାର ସାହୁ ଏସ୍‌ଡିପିଓ ଭାବେ କାମ କରିବାକୁ ନିର୍ଦ୍ଦେଶ ରହିଛି।

ପ୍ରକାଶ ଯେ, ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ଯୌନ ନିର୍ଯାତନା ଓ ଧମକ ଅଭିଯୋଗ ଆସିଥିଲା। ଏନେଇ ଜଣେ ମହିଳା ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ ଆସି ଅଭିଯୋଗ କରିଥିଲେ। ଏସ୍‌ଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍‌ ମଧ୍ୟ ମହିଳା ଜଣକ ପ୍ରଦାନ କରିଥିଲେ। ଉକ୍ତ ଅଡିଓରେ ଏସ୍‌ଡିପିଓ ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ଶାରୀରିକ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳିଥିଲା। ଡିଜିପି ଓ୍ବାଇ. ବି. ଖୁରାନିଆ ଅଭିଯୋଗକୁ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍‌ପି ସୁବାସ ଚନ୍ଦ୍ର ପଣ୍ଡା ତଦନ୍ତ କରିଥିଲେ। ଅନ୍ୟପକ୍ଷେ ଫତେଗଡ଼ ଥାନାରେ ୧୨୦/୨୬ରେ ମାମଲା ରୁଜୁ ଗତ ୨୦ରେ ହୋଇଥିଲା।

ଅଭିଯୋଗ ଅନୁସାରେ, ମହିଳା ଜଣକ ଏକ ମାମଲା ନେଇ ଫତେଗଡ଼ ଥାନାକୁ ଯାଇଥିଲେ। ଏସ୍‌ଡିପିଓ ଉକ୍ତ ମାମଲାର ତଦନ୍ତ କରୁଥିବା କହି ତାଙ୍କଠାରୁ ମୋବାଇଲ ନମ୍ବର ନେଇଥିଲେ। ମହିଳାଙ୍କ ସ୍ବାମୀ ବାହାରେ ଚାକିରି କରୁଥିବାରୁ ସେ ମାମଲା ସମ୍ପର୍କରେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ହେଲେ ଏସ୍‌ଡିପିଓ ତଦନ୍ତ ନାଁରେ ବାରମ୍ବାର କାର୍ଯ୍ୟାଳୟକୁ ଡାକି ତାଙ୍କୁ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରିବା ସହ ମାନସିକ ଚାପ ସୃଷ୍ଟି କରୁଥିବା ମହିଳା ଜଣକ ଅଭିଯୋଗରେ ରହିଥିଲା। ଏପରିକି ରାତି ୧୨ଟାରେ ଫୋନ୍‌ ଏବଂ ମେସେଜ କରି କଥା ହେବାକୁ ବାଧ୍ୟ କରିଥିଲେ। ଅଶ୍ଳୀଳ ଫଟୋ ମାଗିବା ସହ ଶାରୀରିକ ସମ୍ପର୍କ ରଖୁବାକୁ ଚାପ ପକାଇଥିଲେ। କଥା ନ ହେଲେ କିମ୍ବା ଶାରୀରିକ ସମ୍ପର୍କ ନ ରଖିଲେ ମିଛ ମାମଲାରେ ଫସାଇ ସ୍ବାମୀଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ। ତେବେ ମହିଳା ଏହାକୁ ବାରମ୍ବାର ବିରୋଧ କରିବା ସହ ଏଡ଼ାଇ ଯିବାକୁ ଚେଷ୍ଟା କରୁଥିଲେ ବି ଏସ୍‌ଡିପିଓ ତାଙ୍କ ପିଛା ଛାଡୁ ନ ଥିଲେ। ଏସ୍‌ଡିପିଓଙ୍କ ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣକ ସ୍ବାମୀଙ୍କୁ ସବୁକଥା ଜଣାଇଥିଲେ। ପରେ ବାହାରେ ଚାକିରି କରୁଥିବା ସ୍ବାମୀ ଘରକୁ ଫେରି ପୂରା ଘଟଣା ଶୁଣିବା ପରେ ତାଙ୍କ ସହଯୋଗରେ ମହିଳା ଜଣକ ନ୍ୟାୟ ପାଇଁ ଡିଜିପିଙ୍କ ଦ୍ବାରସ୍ଥ ହୋଇଥିଲେ। ଠିକ୍‌ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତ ଏସ୍‌ଡିପିଓଙ୍କୁ ବଦଳି କିମ୍ବା ନିଲମ୍ବିତ କରିବାକୁ ମହିଳା ଜଣକ ନିବେଦନ କରିଥିଲେ। ନ ହେଲେ ଡିଜିପି ଅଫିସ ଆଗରେ ଆତ୍ମାହୁତି ଦେବାକୁ ସେ ଧମକ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?