ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ହାସଲ ପାଇଁ ମଙ୍ଗଳବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଙ୍ଘର ଡାକରା କ୍ରମେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ଼.ଯୁଧିଷ୍ଠିର ସ୍ବାଇଁଙ୍କ ନେତୃତ୍ୱରେ ସଂଘର  କାର୍ଯ୍ୟକର୍ତ୍ତା ଭବାନୀ ପାଢ଼ୀ, ପଦ୍ମଚରଣ ମେକାପ, ସୁଷମା ପାଠୀ, ଜୟନ୍ତୀବାଳା ମିଶ୍ର, ପୁଷ୍ପାଞ୍ଜଳି ରଥ, ଭୀମସେନ ପଣ୍ଡା, ରାଜକିଶୋର ଚୌଧୁରୀ, ସୁବାସ ପାଢ଼ୀ, ନରସିଂହ ପଣ୍ଡା, ଜନାର୍ଦ୍ଦନ ପଣ୍ଡା,ବିମ୍ବାଧର ବେହେରା, ରାଧାମୋହନ ସାହୁ, ପୀତବାସ ରଥ, ଦିବାକର ପାଣିଗ୍ରାହୀ, ସିମାଞ୍ଚଳ ପ୍ରଧାନ, ମନୋରଞ୍ଜନ ସାହୁ ପ୍ରମୁଖ ସଭ୍ୟା ସଭ୍ୟ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଅବସରପ୍ରାପ୍ତ କର୍ମଚାରୀ ସଂଘର ରାଜ୍ୟ କମିଟି ଉପଦେଷ୍ଟା କେ.ନନ୍ଦେଶୁ ସେନାପତି ଉପସ୍ଥିତ ରହି ଗତ ୨୦୨୫ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ  ହୋଇଥିବା ଭାଲିଡେସନ ଆକ୍ଟକୁ ପ୍ରତ୍ୟାହାର କରାଯିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଏନପିଏସ, ୟୁପିଏସ ବଦଳରେ ଓପିଏସ ସ୍କିମରେ ପେନସନ ପ୍ରଦାନ କରିବା। ଗତ ୨୦୨୫  ଡିସେମ୍ବର ୩୧ ସୁଧା ଅବସର ନେଇଥିବା ସମସ୍ତ ପେନସନଧାରୀଙ୍କୁ ଅଷ୍ଟମ ବେତନ କମିଶନରଙ୍କ ସୁପାରିଶ ଅଧାରରେ ସମସ୍ତ ସୁବିଧା ପ୍ରଦାନ କରାଯିବା। ରାଜ୍ୟ ପେନସନଧାରୀଙ୍କୁ କେନ୍ଦ୍ରୀୟ ହାରରେ ମହଙ୍ଗା ଭତ୍ତା ବୃଦ୍ଧି କରାଯିବା, ଗତ କୋଭିଡ ସମୟର ୮ ମାସର ମହଙ୍ଗା ଭତ୍ତା ପ୍ରଦାନ କରିବା, କମୁଟେସନ ଅବଧି  ୧୫ ବର୍ଷ ବଦଳରେ ୧୧ ବର୍ଷ କରାଯିବା, ବରିଷ୍ଠ ନାଗରିକଙ୍କ ରେଳ ଯାତ୍ରାରେ ଥିବା ରିହାତିକୁ ପୁନଃ ଲାଗୁ କରାଯିବା।ସମସ୍ତ ରାଜ୍ୟ ସରକାରୀ ପେନସନର ମାନଙ୍କୁ ଇନ୍ସୁରେନ୍ସ ମାଧ୍ୟମରେ  ଚିକିତ୍ସାସୁବିଧା ପ୍ରଦାନ କରିବା ।ପବ୍ଲିକ ସେକ୍ଟର ଅନୁଷ୍ଠାନ ଗୁଡିକୁ ନିଜିକରଣ କରିବାରେ କ୍ଷାନ୍ତ ରହିବା। ଅତି ସାଙ୍ଘାତିକ ୪ ଶ୍ରମ କୋଡ଼କୁ ବାତିଲ କରିବା ଓ ନୂତନ ଶିକ୍ଷାନୀତି ୨୦୨୦କୁ ପ୍ରତ୍ୟାହାର କରାଯିବା ପ୍ରଭୃତି ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା।

ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆଗାମୀ ମେ ୧୩ ତାରିଖ ଠାରୁ ୧୫ ତାରିଖ ୩ ଦିନି ବ୍ୟାପୀ ଭୁବନେଶ୍ୱର ଠାରେ ରାଜ୍ୟ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରାଜ୍ୟ ସଂଘର ଉପଦେଷ୍ଟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ମେ ୧୩ ତାରିଖ ଠାରୁ ୧୫ ତାରିଖ ୩ ଦିନି ବ୍ୟାପୀ ଭୁବନେଶ୍ୱରଠାରେ ରାଜ୍ୟ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରାଜ୍ୟ ସଂଘର ଉପଦେଷ୍ଟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?