ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ହାସଲ ପାଇଁ ମଙ୍ଗଳବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଙ୍ଘର ଡାକରା କ୍ରମେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ଼.ଯୁଧିଷ୍ଠିର ସ୍ବାଇଁଙ୍କ ନେତୃତ୍ୱରେ ସଂଘର  କାର୍ଯ୍ୟକର୍ତ୍ତା ଭବାନୀ ପାଢ଼ୀ, ପଦ୍ମଚରଣ ମେକାପ, ସୁଷମା ପାଠୀ, ଜୟନ୍ତୀବାଳା ମିଶ୍ର, ପୁଷ୍ପାଞ୍ଜଳି ରଥ, ଭୀମସେନ ପଣ୍ଡା, ରାଜକିଶୋର ଚୌଧୁରୀ, ସୁବାସ ପାଢ଼ୀ, ନରସିଂହ ପଣ୍ଡା, ଜନାର୍ଦ୍ଦନ ପଣ୍ଡା,ବିମ୍ବାଧର ବେହେରା, ରାଧାମୋହନ ସାହୁ, ପୀତବାସ ରଥ, ଦିବାକର ପାଣିଗ୍ରାହୀ, ସିମାଞ୍ଚଳ ପ୍ରଧାନ, ମନୋରଞ୍ଜନ ସାହୁ ପ୍ରମୁଖ ସଭ୍ୟା ସଭ୍ୟ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଅବସରପ୍ରାପ୍ତ କର୍ମଚାରୀ ସଂଘର ରାଜ୍ୟ କମିଟି ଉପଦେଷ୍ଟା କେ.ନନ୍ଦେଶୁ ସେନାପତି ଉପସ୍ଥିତ ରହି ଗତ ୨୦୨୫ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ  ହୋଇଥିବା ଭାଲିଡେସନ ଆକ୍ଟକୁ ପ୍ରତ୍ୟାହାର କରାଯିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଏନପିଏସ, ୟୁପିଏସ ବଦଳରେ ଓପିଏସ ସ୍କିମରେ ପେନସନ ପ୍ରଦାନ କରିବା। ଗତ ୨୦୨୫  ଡିସେମ୍ବର ୩୧ ସୁଧା ଅବସର ନେଇଥିବା ସମସ୍ତ ପେନସନଧାରୀଙ୍କୁ ଅଷ୍ଟମ ବେତନ କମିଶନରଙ୍କ ସୁପାରିଶ ଅଧାରରେ ସମସ୍ତ ସୁବିଧା ପ୍ରଦାନ କରାଯିବା। ରାଜ୍ୟ ପେନସନଧାରୀଙ୍କୁ କେନ୍ଦ୍ରୀୟ ହାରରେ ମହଙ୍ଗା ଭତ୍ତା ବୃଦ୍ଧି କରାଯିବା, ଗତ କୋଭିଡ ସମୟର ୮ ମାସର ମହଙ୍ଗା ଭତ୍ତା ପ୍ରଦାନ କରିବା, କମୁଟେସନ ଅବଧି  ୧୫ ବର୍ଷ ବଦଳରେ ୧୧ ବର୍ଷ କରାଯିବା, ବରିଷ୍ଠ ନାଗରିକଙ୍କ ରେଳ ଯାତ୍ରାରେ ଥିବା ରିହାତିକୁ ପୁନଃ ଲାଗୁ କରାଯିବା।ସମସ୍ତ ରାଜ୍ୟ ସରକାରୀ ପେନସନର ମାନଙ୍କୁ ଇନ୍ସୁରେନ୍ସ ମାଧ୍ୟମରେ  ଚିକିତ୍ସାସୁବିଧା ପ୍ରଦାନ କରିବା ।ପବ୍ଲିକ ସେକ୍ଟର ଅନୁଷ୍ଠାନ ଗୁଡିକୁ ନିଜିକରଣ କରିବାରେ କ୍ଷାନ୍ତ ରହିବା। ଅତି ସାଙ୍ଘାତିକ ୪ ଶ୍ରମ କୋଡ଼କୁ ବାତିଲ କରିବା ଓ ନୂତନ ଶିକ୍ଷାନୀତି ୨୦୨୦କୁ ପ୍ରତ୍ୟାହାର କରାଯିବା ପ୍ରଭୃତି ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା।

ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆଗାମୀ ମେ ୧୩ ତାରିଖ ଠାରୁ ୧୫ ତାରିଖ ୩ ଦିନି ବ୍ୟାପୀ ଭୁବନେଶ୍ୱର ଠାରେ ରାଜ୍ୟ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରାଜ୍ୟ ସଂଘର ଉପଦେଷ୍ଟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ମେ ୧୩ ତାରିଖ ଠାରୁ ୧୫ ତାରିଖ ୩ ଦିନି ବ୍ୟାପୀ ଭୁବନେଶ୍ୱରଠାରେ ରାଜ୍ୟ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରାଜ୍ୟ ସଂଘର ଉପଦେଷ୍ଟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri