୨ ମାସ ପୂର୍ବେ ଗଢିଥିଲେ ସୁଖର ସଂସାର, ହଠାତ୍‌ ଶାଶୁ ଘରେ ହୋଇଗଲେ ଅଚେତ୍‌, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବଢିଲା ସସ୍‌ପେନ୍ସ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମର ନବବିବାହିତା ଲିପ୍ସା ବିଷୋୟୀ(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦିଗପହଣ୍ଡି ଥାନା ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ପ୍ରଶାନ୍ତ ବିଷୋୟୀ ଙ୍କ ଝିଅ ଲିପ୍ସା ଗତ ପ୍ରାୟ ୨ ମାସ ପୂର୍ବେ ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମର ସନ୍ତୋଷ ଜେନାଙ୍କ ପୁଅ ଜିତେନ୍ଦ୍ରଙ୍କୁ ବିବାହ କରିଥିଲେ। ଗତ ୨୦ ଦିନ ହେଲା ଲିପ୍ସା ବାପଘର ଚାଞ୍ଚଡାପଲ୍ଲୀ ଗାଁକୁ ଆସିଥିଲେ। ସୋମବାର ଅପରାହ୍ନରେ ଲିପ୍ସା ବାପା ଓ ସମ୍ପର୍କୀୟଙ୍କ ସହ ଶ୍ବଶୁର ଘର ବରମୁଣ୍ଡୁଳି ଗାଁକୁ ଫେରିଥିଲେ। ସବୁ କିଛି ଠିକ ଠାକ ଥିଲା। ଲିପ୍ସାଙ୍କ ବାପା ଓ ସମ୍ପର୍କୀୟ ଲୋକେ ଫେରିଯିବା ପରେ ସନ୍ଧ୍ୟାରେ ଲିପ୍ସା ଆକସ୍ମିକ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରିବାର ଲୋକେ ଲିପ୍ସାଙ୍କୁ ଅଚେତ ଅବସ୍ଥାରେ ଚିକିତ୍ସା ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ସକାଳେ ପାଟପୁର ପୋଲିସ ଟିମ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ବିଷ ପ୍ରକ୍ରିୟାରେ ଲିପ୍ସାଙ୍କ ମୃତ୍ୟୁଘଟିଥିବା ସ୍ବାମୀ ଓ ଶ୍ବଶୁର ଘର ଲୋକେ କହିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପହରେ ବଡ଼ ଧରଣର ଲୁଟ: ବ୍ୟାଙ୍କ ସାମ୍ନାରେ ଗାଡ଼ି ଡିକି ଭାଙ୍ଗି ଏତେ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୧।୪(ଅନାଥ ତରାଇ):ଗଞ୍ଜାମ ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗଞ୍ଜାମ ସହରରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦିନ ଦ୍ୱିପହରେ…

କାଳିପଲ୍ଲୀରେ କିଡ଼ନୀ ରୋଗର ଭୟାବହତା: ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କଲେ ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ/ଛତ୍ରପୁର,୨୧।୪(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ଜିଲା କାଳିପଲ୍ଲୀ ପଞ୍ଚାୟତରେ କାୟା ବିସ୍ତାର କରିଥିବା କିଡ଼ନୀ ରୋଗର ବ୍ୟାପକତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ଏମ୍‌ପି…

ସିଏମ୍ ଟ୍ରଫି ଖୋଖୋ ଚାମ୍ପିୟନ୍ ହେଲେ ରାଇକିଆ ଛାତ୍ରୀ, ଛୁଟିଲା ଶୁଭେଚ୍ଛା

ରାଇକିଆ,୨୧।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଏଥଲେଟିକ୍ସ ଆସୋସିଏସନ୍ ତରଫରୁ ଆୟୋଜିତ ୧୫ବର୍ଷରୁ କମ୍ “ସିଏମ୍ ଟ୍ରଫି ୨.୦” ଜିଲାସ୍ତରୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିୟନ୍ ହୋଇଛନ୍ତି ରାଇକିଆ ସରକାରୀ…

ନିର୍ବାଚନ କମିଶନରଙ୍କ ନୂଆ ନିୟମ, ରାତିରେ ବାଇକ ଚଳାଇବା ଉପରେ ଲାଗିଲା ବ୍ୟାନ୍

କୋଲକାତା,୨୧।୪: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ ନିର୍ବାଚନ କମିଶନର ବ୍ୟାନ କରିଛନ୍ତି । ଏହା ସହିତ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ…

ଛାତ୍ରୀଛାତ୍ରଙ୍କୁ ବଣ୍ଟାଗଲା ପୋଷାକ: ଶିକ୍ଷା ବର୍ଷ ୨୦୨୬- ୨୭ ପାଇଁ…

କର୍ଲାମୁଣ୍ଡା:୨୧/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପୋଦର ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।…

CSKକୁ ଲାଗିଲା ବଡ଼ ଝଟକା, ସିଜନରୁ ବାଦ ପଡିଲେ ସର୍ବାଧିକ ସ୍କୋର୍ କରିଥିବା ଖେଳାଳୀ

ନୂଆଦିଲ୍ଲୀ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୨୬ ଆଇପିଏଲ ସିଜିନ୍ ଭଲ ନଥିଲା। ଚଳିତ ସିଜିନ୍ ମଧ୍ୟଭାଗରେ, ଚେନ୍ନାଇ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି…

୩୩ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ: ଯୌତୁକ ପ୍ରଥା ବିରୋଧରେ ବଡ଼ ସାମାଜିକ ବାର୍ତ୍ତା

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମଙ୍ଗଳବାର ବରଗଡ଼ ଜିଲା ମୁଖ୍ୟାଳୟସ୍ଥିତ ବେହେରା ବଜାର ପ୍ରାଙ୍ଗଣରେ ଜିଲାସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମରେ ବରଗଡ଼…

ସମ୍ପତ୍ତି ଭାଗବଣ୍ଟାକୁ ନେଇ ମହାଭାରତ: ବଡ଼ ଭାଇର ଚୋଟରେ ସାନ ଭାଇ, ମାଉସୀ ଶାଶୁ ଲହୁଲୁହାଣ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ ହିଂସା କାରଣରୁ ବଡ଼ଭାଇ ବି.ଦଣ୍ଡ ରେଡ୍ଡୀଙ୍କ କାତି ଚୋଟରେ ସାନଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri