ବରୁଣେଇ ପୀଠରେ ସାମୁହିକ ବିବାହ ଉତ୍ସବ: ୪୯ ଯୋଡ଼ିଙ୍କର ଏକାସାଙ୍ଗେ ପଡ଼ିଲା ହାତଗଣ୍ଠି

ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ କନ୍ୟାବିବାହ ଯୋଜନାରେ ଜିଲା ପ୍ରଶାସନ ପକ୍ଷରୁ ଏହି ଭବ୍ୟ ବିବାହ ଉତ୍ସବ ଆୟୋଜିତ ହୋଇଛି। ସମସ୍ତ ବ୍ଲକର ସିଡିପିଓ ଏହାର ଦାୟିତ୍ୱରେ ରହିଥିବା ବେଳେ ପିପୁଲ୍ସ ଫୋରମ ବିବାହ ଉତ୍ସବ ପରିଚାଳନା କରୁଛି। ମନ୍ତ୍ରଧ୍ୱନିରେ କମ୍ପୁଛି ବରୁଣେଇ ପୀଠ। ବିବାହ ସମ୍ପନ୍ନ ହେବା ପରେ ମା’ ବରୁଣେଇ କରୁଣେଇଙ୍କ ଆଶୀର୍ବାଦ ଲାଭ କରିବେ।

ଜିଲା ପ୍ରଶାସନ ସହ ଜନପ୍ରତିନିଧିମାନେ ଉପସ୍ଥିତ ରହି ଯୋଡ଼ିଙ୍କୁ ଉତ୍ସାହିତ କରିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବରକନ୍ୟାଙ୍କ ପାଇଁ ଅଲଗା ବ୍ୟବସ୍ଥା ସହ ଭୋଜିଭାତ ଆୟୋଜନ କରାଯାଇଛି। ସରକାରଙ୍କ ପକ୍ଷରୁ କନ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୪୫ହଜାର ଟଙ୍କା ଦିଆଯିବ। ଏଥିସହିତ ବିବାହ ଉତ୍ସବ ଆୟୋଜନ ପାଇଁ ଆୟୋଜକ ପିପୁଲ୍ସ ଫୋରମକୁ ୧୫ ହଜାର ଟଙ୍କା ଲେଖାଏ ମୋଟ୍‌ ଜଣକ ପିଛା ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଲେ ମହିଳା, ଉଠିଲା ଝଡ଼; କଡ଼ା ଜବାବ ଦେଲେ…

ନୂଆଦିଲ୍ଲୀ,୬।୬: ବ୍ରିଟେନର ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଏକ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ କିଛି…

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

ପଶ୍ଚିମବଙ୍ଗରେ ଟିଏମସି ସଂକଟ ବଢ଼ିଲା, କଂଗ୍ରେସ ଶିବିରରେ ଖୁସିର ଲହରୀ,ଜାଣନ୍ତୁ କାହିଁକି

କୋଲକାତା,୬।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ, ଟିଏମସି ଭାଙ୍ଗିଯାଇଛି। ମମତା ବାନାର୍ଜୀଙ୍କ ସମ୍ମୁଖରେ ଦଳକୁ ଏକ ରଖିବାର ଚ୍ୟାଲେଞ୍ଜ ରହିଛି, ଯେତେବେଳେ ନେତାମାନେ ଦଳ ଛାଡି…

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

ପରିବେଶ ସୌନ୍ଦର୍ଯ୍ୟ ବଢାଇବାକୁ ପ୍ରୟାସ: କେସିଙ୍ଗା ଏନଏସି ପକ୍ଷରୁ…

କେସିଙ୍ଗା,୬।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଡୁମେର ମୁଣ୍ଡାସ୍ଥିତ ଏମସିସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ…

ନୂଆ ରାଜନୈତିକ ଆନ୍ଦୋଳନ ଆରମ୍ଭକଲେ ଆନ୍ନାମଲାଇ

ଚେନ୍ନାଇ,୬ା୬: ତାମିଲନାଡୁ ଭାଜପାର ପୂର୍ବତନ ସଭାପତି କେ. ଆନ୍ନାମଲାଇଙ୍କ ଇସ୍ତଫାପତ୍ରକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗ୍ରହଣ କରିବା ପରେ ସେ ‘ଓ୍ବି ଦି ଲିଡର୍ସ’…

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ):ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri