Posted inଖେଳ

ମହିଳା ଦଳଗତ ବିଭାଗରେ ରେଲଓ୍ବେକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ବିଭାଗ ପ୍ରତିଯୋଗିତାର ଅଲ୍‌ ରାଉଣ୍ଡ ବିଭାଗରେ ଚମକ ଦେଖାଇଛନ୍ତି ଅଲିମ୍ପିଆନ ଦୀପା କର୍ମକାର। ସେ ୪୯.୫୫ ପଏଣ୍ଟ ପାଇ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ମହିଳା ଦଳଗତ ବିଭାଗରେ ରେଲଓ୍ବେ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହାରାଷ୍ଟ୍ର ରୌପ୍ୟ ଓ ପଶ୍ଚିମବଙ୍ଗ ବ୍ରୋଞ୍ଜ ପଦକ ପାଇଛି। ରେଲଓ୍ବେ ମହିଳା ଦଳ ୧୮୨.୬୦, ମହାରାଷ୍ଟ୍ର ୧୬୯.୯୫ ଓ ପଶ୍ଚିମବଙ୍ଗ ୧୬୬.୮୦ ପଏଣ୍ଟ ଅର୍ଜନ କରିଛି। ଆୟୋଜକ ଓଡ଼ିଶା ୧୬୪.୬୫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ସଭାପତି ସୁଧିର ମିତ୍ତଲ ଅତିଥିଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ।
ତ୍ରିପୁରା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୀପା ଭଲ୍ଟରେ ୧୩.୪୦, ଅନ୍‌ଇଭେନ ବାର୍ସରେ ୧୦.୬୫, ବାଲାନ୍ସ ବିମ୍‌ରେ ୧୩.୧୦ ଓ ଫ୍ଲୋର ଏକ୍ସରସାଇଜ୍‌ରେ ୧୨.୪୦ ପଏଣ୍ଟ ପାଇଥିଲେ। ”ଦୀର୍ଘ ୮ ବର୍ଷ ପରେ ମୁଁ ଜାତୀୟ ସିନିୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। ତେଣୁ ଏଠାକାର ପ୍ରଦର୍ଶନରେ ମୁଁ ଖୁବ୍‌ ଖୁସି ଅନୁଭବ କରୁଛି। ଗୁରୁବାର ବ୍ୟକ୍ତିଗତ ବିଭାଗରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍‌ ସେଣ୍ଟର ଅତ୍ୟନ୍ତ ଉଚ୍ଚକୋଟୀର। ଏଠାରୁ ନିଶ୍ଚିତ ଅଲିମ୍ପିକ୍ସ ଓ ଏସିଆନ ଗେମ୍ସ ପାଇଁ ଜିମ୍ନାଷ୍ଟ ବାହାରିବେ ବୋଲି ଆଶା କରୁଛି। ଓଡ଼ିଶା ସରକାର ଜିମ୍ନାଷ୍ଟଙ୍କ ପାଇଁ ଏପରି ଭିତ୍ତିଭୂମୀ ଯୋଗାଇ ଦେଇଥିବାରୁ ଅଶେଷ ଧନ୍ୟବାଦ“ ବୋଲି ଦୀପା ପ୍ରକାଶ କରିଛନ୍ତି। ଅଲ୍‌ରାଉଣ୍ଡ ବିଭାଗରେ ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରଣତି ଦାସ ୪୭.୦୦ ଓ ସ୍ବସ୍ତିକା ଗାଙ୍ଗୁଲି ୪୫.୩୦ ପଏଣ୍ଟ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ପ୍ରଣତି ଭଲ୍ଟରେ ୧୨.୮୦, ଅନ୍‌ଇଭେନ ବାର୍ସରେ ୧୦.୬୦, ବାଲାନ୍ସ ବିମ୍‌ରେ ୧୧.୫୦ ଓ ଫ୍ଲୋର ଏକ୍ସରସାଇଜ୍‌ରେ ୧୨.୧୦ ପଏଣ୍ଟ ପାଇଥିଲେ। ସେହିପରି ସ୍ବସ୍ତିକା ଭଲ୍ଟରେ ୧୨.୮୦, ଅନ୍‌ଇଭେନ ବାର୍ସରେ ୯.୧୫, ବାଲାନ୍ସ ବିମ୍‌ରେ ୧୧.୭୦ ଓ ଫ୍ଲୋର ଏକ୍ସରସାଇଜ୍‌ରେ ୧୧.୬୫ ପଏଣ୍ଟ ହାସଲ କରିଥିଲେ। ଅନ୍ତିମ ଦିବସରେ ଗୁରୁବାର ଉଭୟ ମହିଳା ଓ ପୁରୁଷ ବର୍ଗରେ ବ୍ୟକ୍ତିଗତ ବିଭାଗରେ ପ୍ରତିଯୋଗିତା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତିି ଘଟଣା: ଚିଠିକୁ ନେଇ ବଢ଼ୁଛି ଅଡୁଆ

ପୁରୁଷୋତ୍ତମପୁର,୫।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାର କେବେ ଗୁମର ଫିଟିବ ସେ ନେଇ ଅଞ୍ଚଳବାସୀ ଚାହିଁ ବସିଥିବାବେଳେ...

AQI ବୃଦ୍ଧିକୁ ନେଇ ବାଲେଶ୍ବର ପାଇଁ ଜାରି ହେଲା ପ୍ରଦୂଷଣ କଟକଣା, ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ…

ବାଲେଶ୍ୱର,୫ା୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ,...

ଓଡ଼ିଶାରେ ଗର୍ଜିଲା S-400: ଅପରେଶନ ସିନ୍ଦୂରରେ ହଜାଇଥିଲା ପାକିସ୍ତାନ ନିଦ

ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400...

ମହିଳା ସହକର୍ମୀଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ସରକାରୀ କର୍ମଚାରୀ, ଅଶ୍ଳୀଳ ଭିଡିଓ କରି କରୁଥିଲେ…

ଲକ୍ଷ୍ନୌ,୫।୧: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ସରକାରୀ କର୍ମଚାରୀ ତାଙ୍କ ମହିଳା ସହକର୍ମୀଙ୍କ ୧୬ ବର୍ଷୀୟା ଝିଅକୁ ବଳାତ୍କାର କରିଥିବା...

ପାଇପଲାଇନରୁ ONGC ଗ୍ୟାସ ଲିକ୍: ଅନେକ ସ୍ଥାନରେ ଲାଗିଲା ନିଆଁ, ଖାଲି ହେଲା ଗାଁ

ନୂଆଦିଲ୍ଲୀ,୫।୧: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ ହୋଇଛି । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍...

ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର...

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଲୋକ ଭବନ ଉଦ୍ୟାନକୁ କିଭଳି ଯିବେ ଜାଣନ୍ତୁ…

ଭୁବନେଶ୍ୱର,୫ା୧: ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଲୋକ ଭବନ ଉଦ୍ୟାନ ଖୋଲିବ। ସ୍କୁଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସକାଳ ୮ଟା ୩୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri