Posted inଜାତୀୟ

ଯେତେବେଳେ ବ୍ରେକଫାଷ୍ଟରେ ଅମୃତଭଣ୍ଡା ମାଗିଥିଲେ ଇନ୍ଦିରା ଗାନ୍ଧୀ, ପୋଲିସ ଗାଡିରେ ଆଣିବାକୁ ଯାଇଥିଲେ ସେଫ୍‌, ମଜାଦାର ଘଟଣା ବଖାଣିଲେ ଇନ୍ଦିରାଙ୍କ ସେଫ୍‌

ନୂଆଦିଲ୍ଲୀ,୩୦।୧୨: ୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରିଟ୍ରିଟ ପାଇଁ ୪୦ରୁ ଅଧିକ ଦେଶର ପ୍ରମୁଖ ନେତାଙ୍କ ସହ ବୈଠକ କରୁଥିଲେ। ଗୋଆର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବା ପାଇଁ ଗୋଆରେ ଏହି ବୈଠକ ଆୟୋଜିତ ହୋଇଥିଲା। ତେବେ ଏହି ସମୟରେ କିଛି ଏପରି କୌତୁହଳପୂର୍ଣ୍ଣ ଘଟଣା ଘଟିଥିଲା ଯାହାକୁ ଇନ୍ଦିରାଙ୍କ ସେଫ୍‌ ସତୀଶ ଅରୋରା ତାଙ୍କ ପୁସ୍ତକ ‘ସ୍ବିଟସ୍‌ ଆଣ୍ଡ ବିଟର୍ସ: ଟେଲ୍ସ ଫର୍ମ ଏ ସେଫ୍ସ ଲାଇଫରେ ବର୍ଣ୍ଣନା କରିଛନ୍ତି।

ଘଟଣାଟି କିଛି ଏହିପରି, ଦିନେ ସକାଳ ବ୍ରେକଫାଷ୍ଟରେ ଇନ୍ଦିରା, ଅମୃତଭଣ୍ଡା ଖାଇବା ପାଇଁ ଇଛା ପ୍ରକାଶ କରିଥିଲେ। ଏହାକୁ ଶୁଣିବା ମାତ୍ରେ ୫ଷ୍ଟାର ତାଜ ହୋଟେଲର ସେଫଙ୍କ ମଧ୍ୟରେ ଚିନ୍ତା ବଢିଯାଇଥିଲା। ତେବେ ଏହି ଅମୃତଭଣ୍ଡା ଯୋଗାଡ କରିବା ହୋଟେଲର ସବୁ ଷ୍ଟାଫଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥିଲା।

ସତୀଶ ତାଙ୍କ ପୁସ୍ତକରେ ଲେଖିଛନ୍ତି, ତାଙ୍କ ଟିମ୍‌କୁ ଭାରତୀୟ ଫଳ ବିଶେଷ କରି ସ୍ଥାନୀୟ ଫଳ ଯୋଗାଡ କରିବାରେ ଅସୁବିଧା ବଢି ଯାଇଥିଲା। ବୈଠକ ପାଇଁ ଗୋଆ ସୁସଜ୍ଜିତ ଥିବାବେଳେ ଅତିଥିଙ୍କୁ ଖାଦ୍ୟ ପରଷିବାର ସବୁ ଦାୟିତ୍ୱ ତାଜ ହୋଟେଲ ନେଇଥିଲା। ହୋଟେଲର ସବୁ ଷ୍ଟାଫ ସେତେବେଳେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗି ପଡିଥିଲେ। ଏହି ସମୟରେ ଇନ୍ଦିରାଙ୍କ ଅମୃତଭଣ୍ଡା ଖାଇବାର ଇଛା ଷ୍ଟାଫଙ୍କୁ ହରଡଘଣାରେ ପକେଇବା ସଦୃଶ ଥିଲା।

ଅମୃତଭଣ୍ଡା ଯୋଗାଡ କରିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଅନ୍ୟ ଏକ ଖବର ଶୁଣିବାକୁ ମିଳିଲା। ଇନ୍ଦିରା ପ୍ରତିଦିନ ଅମୃତଭଣ୍ଡା ଖାଇବା ପାଇଁ ଇଛା କରିଥିଲେ। ତେବେ ଗୋଆରେ ସେହି ସମୟରେ ଅମୃତଭଣ୍ଡା ବିଶେଷ କରି ପାଚିଲା ଅମୃତଭଣ୍ଡା ମିଳିବା କଷ୍ଟକର ହୋଇପଡିଥିଲା। ନଭେମ୍ବରରେ ଗୋଆରେ ଅମୃତଭଣ୍ଡା ମିଳୁ ନ ଥିଲା ସେଥିପାଇଁ ସତୀଶ ମୁମ୍ବାଇରୁ କଞ୍ଚା ଅମୃତଭଣ୍ଡା ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ଏହାକୁ କଞ୍ଚା ଆଣି କାଗଜରେ ଗୁଡାଇ ପାଚିଲା କରିବା ପାଇଁ ବ୍ୟବସ୍ଥା କରିଥିଲେ।

ତହିଁ ଆରଦିନ ଏପରି କିଛି ଘଟିଲା ଯାହା ଦେଖି ବିଶ୍ୱାସ କରିପାରିଲୁ ନାହିଁ। ବ୍ରେକଫାଷ୍ଟରେ ପାଚିଲା ଅମୃତଭଣ୍ଡା ପରଷା ଯିବାର ଥିଲା ହେଲେ ତାହା ଅଧିକ ପାଚି ଯାଇଥିଲା। କାରଣ ଯାହାଙ୍କୁ ଅମୃତଭଣ୍ଡାକୁ କାଗଜରେ ଗୁଡାଇ ରଖିବାର ଦାୟିତ୍ୱ ଦିଆଯାଇଥିଲା ସେ ତାକୁ ଅଧିକ ସମୟ ରଖି ଦେଇଥିଲେ। ଯାହାଯୋଗୁ ତାହା ପୁରା ପଚି ଯାଇଥିଲା ବୋଲି ସେ କହିଛନ୍ତି।

ସତୀଶ ଆହୁରି କହିଛନ୍ତି, ଏହାରି ଭିତରେ ଅତିଥିଙ୍କ ସହ ଇନ୍ଦିରା ବ୍ରେକଫାଷ୍ଟ ପାଇଁ ଆସିବାକୁ ଯାଉଥିଲେ। ହଠାତ୍‌ କଣ କରାଯିବା ବୁଝା ପଡୁ ନ ଥିଲା। ରୋଷୟା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ଏପରି ପଚି ଯାଇଥିବା ଅମୃତଭଣ୍ଡା ପରଷିବାକୁ ରାଜି ନ ଥିଲା। ଏହା ପରେ ଅନ୍ୟ ଉପାୟ ନ ପାଇ ମୋତେ ପୋଲିସ ଗାଡିରେ ବସି ଅମୃତଭଣ୍ଡା ଆଣିବା ପାଇଁ ଯିବାକୁ ପଡିଲା। ସମୟ କମ୍‌ ଥିଲା। ଗାଡିରେ ମୋ ସହ କିଛି ପୋଲିସ ମଧ୍ୟ ଥିଲେ। ଭାଗ୍ୟ ଭଲ ଥିଲା କି, ପାଖ ବଜାରରୁ ମୋତେ ଅମୃତଭଣ୍ଡା ମିଳି ଯାଇଥିଲା। ଗୋଟିଏ କି ଦୁଇଟା ନୁହେଁ ପୁରାପୁରି ଏକ ଡଜନ ଅମୃତଭଣ୍ଡା ମିଳିଥିଲା। ସେତେବେଳେ ମୁଁ ନିଜକୁ ଯୋଦ୍ଧା ଭଳି ଅନୁଭବ କରୁଥିଲି। ଯିଏକି ଯୁଦ୍ଧ ଜିତି ୧୨-୧୨ଟି ଅମୃତଭଣ୍ଡା ନେଇ ପୋଲିସ ଗାଡିରେ ଫେରୁଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri