Odisha Elections 2024

ଅସ୍ତିତ୍ୱ ହରାଉଛି ପୁରାଣ ପ୍ରସିଦ୍ଧ ଗୋବରୀ ନଦୀ

କେନ୍ଦ୍ରାପଡ଼ା, ୨୮ା୧୨ (ଜଗନ୍ନାଥ ଧଳ)ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଏହାର ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ ଜଳ ଯୋଗାଇ ହେଉନାହିଁ। ଉନ୍ନତୀକରଣ ଯୋଜନା ଏଠାରେ ଦିଗହରା ହେଉଥିବାରୁ ଏହି ନଦୀ ଏବେ ନିଜର ଅସ୍ତିତ୍ୱ ହରାଉଛି। ଏ ନେଇ ସ୍ଥାନୀୟ ଅଧିବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିପରି ୨୦୨୨ ମସିହାରେ ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଜଳ ପରୀକ୍ଷଣରେ ବିଷାକ୍ତ ପଦାର୍ଥ ଅତ୍ୟଧିକ ଥିବା ରିପୋର୍ଟକୁ ଅଣଦେଖା କରାଯାଉଥିବା ସ୍ଥାନୀୟ ଅଧିବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଳସମ୍ପଦ ବିଭାଗ ଆକଳନ ଅନୁଯାୟୀ, ଗୋବରୀର ୧୩୮ କିଲୋମିଟର ଲମ୍ବର ଉଭୟ କୂଳରେ ୭,୬୧୬ ହେକ୍ଟର ଆୟାକଟରେ ଜଳସେଚନ ହୋଇଥାଏ। ସେହିପରି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମାଳିବସା, ତନ୍ତିଆପାଳ, ବେଣାକନ୍ଦା ଓ ବିଜୟନଗରଠାରେ କ୍ରିକ୍‌ ବନ୍ଧ ଯୋଜନା ପରେ ୪ ହଜାର ହେକ୍ଟର ଜମିରେ ଚାଷ ହୁଏ। ଏଠାରୁ ପାଣି ଆସି ରବି ଫସଲ ୩୨୦୦ ହେକ୍ଟର, ବାଦାମ ୬୦୦ ହେକ୍ଟର କ୍ଷେତରେ ଚାଷ କରାଯାଏ। ଜିଲାର ୮୦ ହଜାରରୁ ଊର୍ଦ୍ଧ୍ୱ ଅଧିବାସୀ ଏହି ପାଣିକୁ ଉପଯୋଗ କରିଥାନ୍ତି। ସେହିପରି ଏହି ଉତ୍ସକୁ ୩୦ ହଜାର ହେକ୍ଟର ଜମିକୁ ଚାଷ ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିନିଯୋଗ କରାଯାଏ ବୋଲି ବିଭାଗୀୟ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।
ଏ ସମ୍ପର୍କରେ ସହରର ସେକ୍‌ ଅମଜାନ, ଫୋରଡ ଗ୍ରାମର ଟୁନା ସାହୁ, କଂସାରର ନୀଳମାଧବ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, ଜିଲାରେ ଥିବା ୭ ନଦୀର ଜଳ ଜୀବନଜୀବିକାକୁ ସମୃଦ୍ଧ କରୁଛି। ଏଥିରେ ଗୋବରୀ ନଦୀର ଅବଦାନ ଅଧିକ। ୫ ଦଶନ୍ଧି ପୂର୍ବରୁ ସଡ଼କପଥ ସୁବିଧା ନ ଥିବାରୁ ଗୋବରୀର ଜଳପଥ ପଣ୍ୟଦ୍ରବ୍ୟ ବ୍ୟବସାୟରେ ମୁଖ୍ୟ ମାଧ୍ୟମ ଥିଲା। ସମୁଦ୍ରରୁ ଜମ୍ବୁ ଦେଇ ଗୋବରୀ, ମହାନଦୀ ଜଳପଥରେ କଟକ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ କାରବାର ସହ ଯାତାୟାତ ହେଉଥିଲା। ସ୍ବାଧୀନତା ପରବର୍ତ୍ତୀ କାଳରେ ଏହାର ଉନ୍ନତୀକରଣ କରାଯାଇ ନଦୀଜଳକୁ ଚାଷରେ ବ୍ୟବହାର କରାଗଲା। ଏହା ବ୍ୟତୀତ ବିଭିନ୍ନ ପୁରାଣରୁ ମଧୁସାଗରର ଜନ୍ମ ସହିତ ଗୋବରୀ ନଦୀର କାହାଣୀ ଲୋକମୁଖରେ ପ୍ରଚଳିତ ଅଛି। ତେବେ ଏହି ନଦୀ ଏବେ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଏଥିରେ ଭାରିମାତ୍ରାରେ କାଡ୍‌ମିୟମ, କ୍ରେମିୟମ ଓ ପଟ୍ଟାସିୟମ ରହିଥିବା ପରୀକ୍ଷଣରୁ ଜଣାପଡିଛି। ଏହି ଜଳକୁ ବ୍ୟବହାର ଦ୍ୱାରା ଚର୍ମ ରୋଗ ସହ ଜଳବାହିତ ରୋଗ ଦେଖାଦେଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହର ମଧ୍ୟରେ ଏହାର ଜଳପଥକୁ ସର୍ବାଧିକ ଜବରଦଖଲ କରାଯାଇଛି। ନିକଟରେ ଦୁଇଟି ସାଇଫନ ଦ୍ୱାରା ସହରର ଅଳିଆ ଆବର୍ଜନା ପାଣି ନଦୀକୁ ଛଡ଼ାଯାଇଛି। ସେହିପରି ନଦୀକୂଳବାସୀଙ୍କ ପାଇଖାନା ମଇଳା ନଦୀ ମଧ୍ୟକୁ ଯାଉଛି। ଯାହାଫଳରେ ନଦୀ ଜଳ ପ୍ରଦୂଷିତ ହେବା ସହ ଜବରଦଖଲକାରୀ ନଦୀପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ଉନ୍ନତୀକରଣ ନ ହେବାରୁ ନଦୀରେ ବିଲାତି ଦଳ ଭର୍ତ୍ତି ହୋଇଛି; ଯାହା ପାଇଁ କ୍ଷେତକୁ ପାଣି ଯାଇପାରୁନାହିଁ। ତେବେ ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଛି। ଗୋବରୀର ଉନ୍ନତୀକରଣରେ ଜିଲାର ଆର୍ଥିକ ସ୍ଥିତି ସୁଧାର ଆସିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏହାର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହାର ସୁଫଳ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ଜାଣିନି, କେବଳ କାମ କରିବା ଜାଣିଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ୧୭।୫ (ବନ୍ଦନା ସେଠୀ) – ମୁଖ୍ୟମନ୍ତ୍ରୀ ସାଲିଆସାହିବାସୀଙ୍କ ଭଲ ଚାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କ କଥା ଆଗ ଚିନ୍ତା କରନ୍ତି। ଅନ୍ୟ ରାଜନୈତିକ...

ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି

ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି,...

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

୨୦-୨୧ରେ ହିଟ୍‌ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ଅସହ୍ୟ ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ଅନୁଭବଙ୍କ ବଡ଼ ବୟାନ, ମୁଣ୍ଡ ବିକିନି…

ଭୁବନେଶ୍ୱର,୧୭।୫: ଅନୁଭବ ମହାନ୍ତି କରିଛନ୍ତି ପ୍ରେସମିଟ । ଯେଉଁଠି ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri