Posted inଫୁରସତ

ଶୀତରେ ପାଣି କମ୍‌ ପିଉଥିଲେ

ଶୀତଦିନେ ଥଣ୍ଡା ପାଗରେ ଆବଶ୍ୟକ ମାତ୍ରାରେ ପାଣି ପିଇବାରେ ଅନେକେ ଅବହେଳା କରିଥା’ନ୍ତି। ହେଲେ ଏହା ଦ୍ୱାରା ଡିହାଇଡ୍ରେଶନ୍‌ ହେବା ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ…
ପରିବେଶ ଥଣ୍ଡା ଥିବାରୁ ଦେହରୁ ଝାଳ ବାହାରି ନ ଥାଏ ଏବଂ ଶୋଷ ଲାଗି ନ ଥାଏ। ସେଥିପାଇଁ ଅନେକେ ପାଣି ପିଇବାକୁ ଭୁଲି ଯାଆନ୍ତି। ହେଲେ କମ୍‌ ପାଣି ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ହେବା ଯୋଗୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ଫଳରେ ହୃତ୍‌ପିଣ୍ଡ ଓ ମସ୍ତିଷ୍କରେ ପ୍ରଭାବ ପଡ଼େ। ମୁଣ୍ଡବିନ୍ଧା ସହିତ ଭୁଲିଯିବା ବା ସ୍ମରଣଶକ୍ତି କମିବା ଭଳି ସମସ୍ୟା ଉପୁଜିଥାଏ। କେବଳ ଏତିକି ନୁହେଁ, ଏହାଦ୍ୱାରା କେବେକେବେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଷ୍ଟ୍ରୋକ୍‌ ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ।
କମ୍‌ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ତଥା ବର୍ଜ୍ୟ ପଦାର୍ଥ ଭଲ ଭାବେ ନିଷ୍କାସନ ହୋଇ ପାରେନାହିଁ। ଫଳରେ ଅନେକ ସମସ୍ୟା ଦେଖାଦିଏ। ବିଶେଷକରି ଏଥିପାଇଁ ମୁହଁରେ ବ୍ରଣ, ଦାଗ, ରିଙ୍କଲ୍‌ ମାର୍କ, ଡାର୍କ ସ୍ପଟ ଆଦି ଦେଖାଦିଏ।
ପାଣି ଅଭାବ ହେବା ଯୋଗୁ ଆଣ୍ଠୁ ଗଣ୍ଠି ଆଦି ସ୍ଥାନରେ ଚିକ୍କଣ ଅଂଶ ଶୁଖି ବିନ୍ଧିବା, ଦରଜ ହେବା ଭଳି ସମସ୍ୟା ଦେଖାଦିଏ।
ଅଭାବରୁ ଶରୀରରେ ରକ୍ତ ଦ୍ୱାରା ଅମ୍ଳଜାନ ସବୁ ଅଙ୍ଗକୁ ବିଶେଷ ଭାବେ ମସ୍ତିଷ୍କକୁ ଭଲ ଭାବେ ପହଞ୍ଚତ୍ ନ ପାରିବାରୁ ଥକା ଏବଂ ହାଲିଆ ଲାଗିଥାଏ।
ଅଭାବର ସବୁଠୁ ବେଶୀ ପ୍ରଭାବ ପଡ଼ିଥାଏ କିଡ୍‌ନୀ ଉପରେ। ଯାହା ଦ୍ୱାରା ପରିସ୍ରାପୋଡ଼ା, ୟୁରିନାରୀ ଟ୍ରାକ୍‌ ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଉପୁଜିଥାଏ।
ଏସବୁ ସ୍ବାସ୍ଥ୍ୟ ସମସ୍ୟାଠାରୁ ଦୂରେଇ ରହିବା ଲାଗି ଦିନକୁ ଅତିକମ୍‌ରେ ୩-୪ ଲିଟର ପାଣି ପିଇବା ଭଲ। ଅଳ୍ପ ଉଷୁମ ପାଣି ପିଇଲେ ଏଦିନେ ବେଶୀ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri