ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ

ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବହୁ ଅଧିକ ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସିଡିସି (ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ) ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଚଳିତ ଥର ଫ୍ଲୁ ଅଧିକ ଗମ୍ଭୀର ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବିଶେଷକରି ଆମେରିକାର ଦକ୍ଷିଣ କେନ୍ଦ୍ରୀୟ, ଦକ୍ଷିଣପୂର୍ବ, ପାର୍ବତ୍ୟାଞ୍ଚଳ ଏବଂ ପଶ୍ଚିମ ଉପକୂଳ ଅଞ୍ଚଳରେ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା କ୍ରମାଗତ ଭାବେ ବଢ଼ିଚାଲିଛି। ଲୁଇଜିଆନା ଏବଂ ସାଉଥ୍‌ କାରୋଲିନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ଏବଂ ଅତ୍ୟଧିକ ଗମ୍ଭୀର ସ୍ଥିତି ସୃଷ୍ଟି କରିଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ଆଲବାମା, କାଲିଫର୍ନିଆ, କଲରାଡୋ, ଫ୍ଲୋରିଡା, ଜର୍ଜିଆ, ମିସିସିପି, ନ୍ୟୁ ମେକ୍ସିକୋ, ପୁଏର୍ଟୋ ରିକୋ, ଟେନେସି, ଟେକ୍ସାସ୍‌ ଏବଂ ନ୍ୟୁୟର୍କ ସିଟିରେ ଶ୍ୱାସଜନିତ ରୋଗ ସଂକ୍ରମଣ ଅଧିକ ରହିଛି। ଜ୍ୱର, କାଶ ଓ ଗଳା ଦରଜ ଆଦି ଅଭିଯୋଗ ନେଇ ବହୁସଂଖ୍ୟାରେ ରୋଗୀ ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି, ଯାହାକି ଫ୍ଲୁ’ର ଲକ୍ଷଣ। ଚଳିତ ସପ୍ତାହର ଫ୍ଲୁ’ ଭିଉ ରିପୋର୍ଟ ଅନୁଯାୟୀ ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୬%ରେ ଫ୍ଲୁ ପଜିଟିଭ୍‌ ରିପୋର୍ଟ ଆସିଛି। ଏହି ଫ୍ଲୁ କୋଭିଡ୍‌, ଆର୍‌ଏସ୍‌ଭି ଭଳି ଅନ୍ୟାନ୍ୟ ଶ୍ୱାସଜନିତ ରୋଗରେ ବଦଳିପାରେ ବୋଲି ଆଶଙ୍କା କରାଯାଉଛି।
ବଢ଼ୁଥିବାରୁ ତୁରନ୍ତ ଆମେରିକା ଏବଂ ଚାଇନା ମଧ୍ୟରେ ଯାତାୟାତ କଟକଣା ଲଗାଇବାକୁ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଅନେକ ରିପବ୍ଲିକାନ୍‌ ସିନେଟର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପତ୍ର ଲେଖିଛନ୍ତି। ଚାଇନାରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟାଜନିତ ରୋଗ ଏବଂ ନିମୋନିଆ ବଢ଼ିଚାଲିଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ ) ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଉପରେ ବେଜିଂ ସବିଶେଷ ତଥ୍ୟ ଦେବା ପାଇଁ ଅନୁରୋଧ କରିଛି। ଚାଇନାରେ ଅଜଣା ଶ୍ୱାସରୋଗ ବଢ଼ୁଥିବାବେଳେ ଏହି ଦେଶ ରୋଗକୁ ଲୁଚାଇ ରଖିବାର ଇତିହାସ ରହିଛି। କୋଭିଡ୍‌ ସମୟରେ ବେଜିଂ ତଥ୍ୟ ଲୁଚାଇଥିଲା। ତେଣୁ ଏହି ଦେଶ ସହ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଜରୁରୀ ବୋଲି ସିନେଟର ରୁବିଓ, ଜେ.ଡି. ଭାନ୍ସ, ରିକ୍‌ ସ୍କଟ୍‌, ଟମି ଟୁବେର୍‌ଭିଲେ ଏବଂ ମାଇକ୍‌ ବ୍ରାଉନ୍‌ ପତ୍ରରେ ଲେଖିଛନ୍ତି। ଚାଇନା ରିପୋର୍ଟ ଆଧାରରେ ଡବ୍ଲ୍ୟୁଏଚ୍‌ଓର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନ କରି ଆମେରିକୀୟମାନଙ୍କ ସ୍ବାସ୍ଥ୍ୟ ଏବଂ ଅର୍ଥନୀତିର ସୁରକ୍ଷା ପାଇଁ ଆମକୁ ଜରୁରୀ ପଦକ୍ଷେପ ନେବାକୁ ହେବ ବୋଲି ସେମାନେ କହିଛନ୍ତି। ଏବେଠାରୁ ଟ୍ରାଭେଲ୍‌ ବ୍ୟାନ୍‌ କରାଗଲେ ଆମ ଦେଶକୁ ମୃତ୍ୟୁ, ଲକ୍‌ଡାଉନ୍‌ ଆଦି ସଙ୍କଟରୁ ରକ୍ଷା କରାଯାଇପାରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ଶ୍ୱାସରୋଗ ସଂକ୍ରମଣ ବୃଦ୍ଧିଜନିତ ଉଦ୍‌ବେଗକୁ ହ୍ରାସ କରିବାକୁ ଯାଇ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ଓ୍ବି କହିଛନ୍ତି, ଏହା ଏକ ପ୍ରଚଳିତ ବିଶ୍ୱ ପ୍ରସଙ୍ଗ। ସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ କରିବା ଲାଗି ଚାଇନା କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିବା ସେ କହିଛନ୍ତି। ଚାଇନାର କେତେକ ଅଞ୍ଚଳରେ ଶିଶୁମାନଙ୍କ ମଧ୍ୟରେ ଗୋଷ୍ଠୀ ଫ୍ଲୁ ସଂକ୍ରମଣ ଦେଖାଯାଇଛି। ବିଭିନ୍ନ ଦେଶରେ ଏଭଳି ସମସ୍ୟା ରହିଥିବା ଓ୍ବାଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri