ବଢ଼ିଛି ହଳଦୀପତ୍ରର ଚାହିଦା, ହ୍ରାସ ପାଉଛି ହଳଦୀ ଅମଳ

ଦାରିଙ୍ଗବାଡି, ୩ା୧୨ (ଅରୁଣ ସାହୁ)ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେମିତି ପରିଚିତ ସେମିତି ଜୈବିକ ହଳଦୀ ଚାଷ ପାଇଁ ବିଶ୍ୱ ବିକ୍ଷାତ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ସବୁଠି ରହିଛି। ହଳଦିରେ ଥିବା କୁରକୁମିନ କ୍ୟାନ୍ସର ଭଳି ରୋଗପ୍ରତିଷେଧକ ଶକ୍ତି ଭଳି କାର୍ଯ୍ୟ କରେ ବୋଲି ଡାକ୍ତରମାନେ କୁହନ୍ତି ତେବେ ଆଉ ଦୁଇ ମାସ ପରେ ହଳଦୀ ଅମଳ ହେବାକୁ ରହିଥିବା ବେଳେ ତାର ପତ୍ରକୁ ହଳଦୀ ଅମଳ ପୂର୍ବରୁ ବିକ୍ରୀ କରିଦିଆଯାଉଛି। ଫଳରେ ହଳଦୀ ଚାଷ ଏବେ ସଙ୍କଟରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଯେଉଁମାନେ ଏଥିରେ ସତର୍କ ଅବଲମ୍ବନ କରୁଛନ୍ତି ସେମାନେ ଏହି ପତ୍ର ବିକ୍ରି କରୁନଥିବା ଜଣାପଡିଛି। ଏହି ପତ୍ରରେ ସୁସ୍ବାଦ ପିଠା ପ୍ରସ୍ତୁତ ପାଇଁ ସାରା ରାଜ୍ୟ ବିଶେଷ କରି ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳରେ ଏହାର ଚାହିଦା ରହିଛି। ମଙ୍ଗଳବାର ପ୍ରଥମାଷ୍ଟମୀ ପର୍ବ ରହିଥିବା ବେଳେ ଏବେ ଏହି ପତ୍ର ସଂଗ୍ରହ କରି ଚାଷିମାନେ ବିକ୍ରି କରିବା ଆରମ୍ଭ କରିଛନ୍ତି। ତେବେ ଦଲାଲମାନେ ଅତି ଶସ୍ତାରେ ପ୍ରତିବର୍ଷ ଏହି ପତ୍ରକୁ ସିଧା ଚାଷୀଙ୍କ ହଳଦୀ କ୍ଷେତରୁ କିଣି ନେଇଥାନ୍ତି। ୧ ଶହ ପତ୍ର ଅର୍ଥାତ ୨୦ଟି ବିଡାରେ ଏହି ପତ୍ର ବାନ୍ଧଯାଇଥାଏ, ଯାହାକୁ ଦଲାଲମାନେ ମାତ୍ର ୨୦ ଟଙ୍କାରେ କିଣି ନେଇ ଭୁବନେଶ୍ୱରରେ ଉଚ୍ଚ ଦରରେ ବିକ୍ରି କରିଥାନ୍ତି। ଜଣେ ଚାଷି ଦିନ ତମାମ ପରିବାର ସହ ମିଶି ହଳଦୀ ପତ୍ର କ୍ଷେତରୁ କାଟି ସଂଗ୍ରହ କରି ମାତ୍ର ଦିନକୁ ୨ ଶହରୁ ୩ ଶହ ଟଙ୍କା ରୋଜଗାର କରିଥାନ୍ତି। ସେପଟେ ଏହି ପତ୍ର ହଳଦୀ ଅମଳର ବହୁ ପୂର୍ବରୁ ଚାଷି କାଟି ବିକ୍ରୀ କରୁଥୁବାରୁ ହଳଦୀ ଅମଳରେ ଧୀରେ ଧୀରେ ହ୍ରାସ ପାଉଛି। ପୂର୍ବ ଭଳି ହଳଦୀ ଅମଳ ଓ ତାର ଗୁଣ ବତ୍ତା ନଷ୍ଟ ହେବାରେ ଲାଗିଥିବା କୁହାଯାଉଛି। ଫଳରେ ହଳଦୀର ଦର ବି ହ୍ରାସ ପାଉଥିବା କେତେକ ଚାଷି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri