Posted inଜାତୀୟ

ଭାରତ ମୁହାଁ ଚାଇନା ରହସ୍ୟମୟୀ ରୋଗ! ୨ ରୋଗୀଙ୍କଠାରେ ଦେଖାଗଲା ଲକ୍ଷଣ

ଡେରାଡୁନ,୩୦।୧୧: ଚାଇନାରେ ବ୍ୟାପିଥିବା ରହସ୍ୟମୟୀ ରୋଗ ଏବେ ଭାରତ ମୁହାଁ ହୋଇଥିବା ଦାବି କରାଯାଉଛି। ଉତ୍ତରାଖଣ୍ଡର ବାଗେଶ୍ୱରର ଦୁଇ ପିଲାଙ୍କଠାରେ ସ୍ବାଇନ୍‌ ଫ୍ଲୁ ପରି ଲକ୍ଷଣ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଉଭୟଙ୍କ ନମୁନା ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଯାଇଛି ଏବଂ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯାଞ୍ଚ ରିପୋର୍ଟ ୪ ରୁ ୫ ଦିନ ମଧ୍ୟରେ ଆସିବ। ଅନୁସନ୍ଧାନ ରିପୋର୍ଟ ବାହାରକୁ ଆସିବା ପରେ ହିଁ ସବୁକିଛି ଜଣାପଡିବ। ସ୍ବାସ୍ଥ୍ୟ ବିଭାଗ ଏହି ବିଷୟରେ ସମ୍ପୂର୍ଣ୍ଣ ସତର୍କ ଥିବା ଜଣାପଡିଛି। ଚାଇନା ରୋଗକୂ ନେଇ ଉତ୍ତରାଖଣ୍ଡରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିବା ପରେ ସବୁକିଛି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ସୂଚନାଯୋଗ୍ୟ,ଚାଇନାରେ ଶିଶୁମାନଙ୍କୁ ବହୁଳ ଭାବେ ନିମୋନିଆ ସଂକ୍ରମଣ କରୁତ୍ଥିବାବେଳେ ଶ୍ୱାସକ୍ରିୟାଜନିତ ରୋଗ ବଢ଼ିଥିବା ବେଜିଂ ସତର୍କ କରାଇଛି। ଜ୍ୱର, ଆଡେନୋ ଭାଇରସ୍‌ ଏବଂ ରେସ୍ପିରେଟୋରି ସିନ୍‌ସିଟିଆଲ ଭାଇରସ୍‌ ଏବେ ମାଇକୋପ୍ଲାଜ୍‌ମାକୁ ଅତିକ୍ରମ କରିଯାଇଥିବା ବେଜିଂର ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷ କହିଛନ୍ତି। ରୋଗୀଙ୍କଠାରେ ବାରମ୍ବାର ପାଥୋଜେନ୍‌ ଚିହ୍ନଟ କରାଯାଉଛି। ଟିଆନଜିନ୍‌ ଏବଂ ସାଙ୍ଘାଇରେ ମାଇକୋପ୍ଲାଜ୍‌ମା ପଜିଟିଭ୍‌ ହାର ହ୍ରାସ ପାଉଥିବା ଦେଖାଯାଇଛି। ବିଭିନ୍ନ ରେସ୍ପିରେଟୋରି ପାଥୋଜେନ୍‌ଗୁଡ଼ିକର ସଂକ୍ରମଣ ଯୋଗୁ ଶ୍ୱାସକ୍ରିୟାଜନିତ ରୋଗ ମହାମାରୀ ଭଳି ବ୍ୟାପିବା ଆଶଙ୍କା କରାଯାଇଛି। ଚାଇନାରେ ବହୁସଂଖ୍ୟାରେ ଶିଶୁ ଓ ସ୍କୁଲ୍‌ ଯାଉଥିବା ପିଲା ନିମୋନିଆରେ ଆକ୍ରାନ୍ତ ହୋଇଥିବାରୁ ହସ୍ପିଟାଲଗୁଡ଼ିକରେ ରୋଗୀ ରଖିବା ପାଇଁ ଜାଗାର ଅଭାବ ଦେଖାଯାଇଛି। ଏହା କରୋନା ମହାମାରୀ ଭଳି ବ୍ୟାପିବା ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri