Posted inଜାତୀୟ

ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ ଅପଡେଟ ହେବ ଆଧାର କାର୍ଡ, ଶୀଘ୍ର କରାଇ ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୧ : ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯଦି ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି ହୋଇଛି କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ ହୋଇଛି, ତେବେ ଏବେ ଆଧାର କାର୍ଡ ଅପଡେଟ କରିବାକୁ ପଡିବ। ସରକାର କହିଛନ୍ତି ଯେଉଁମାନଙ୍କର ଆଧାର ୧୦ ବର୍ଷ ହୋଇଛି ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଆଧାର ଅପଡେଟ କରିବାକୁ ପଡିବ। ଏହାର ଶେଷ ତାରିଖ ୧୪ ଡିସେମ୍ବର ଭାବରେ ସ୍ଥିର କରାଯାଇଛି। ୧୪ ଡିସେମ୍ବର ପର୍ଯ୍ୟନ୍ତ ଆଧାର କାର୍ଡକୁ ମାଗଣାରେ ଅପଡେଟ କରିହେବ। ଏହା ପରେ ପରେ ଅପଡେଟ ପାଇଁ ଦେୟ ଦେବାକୁ ପଡିବ । ଘରେ ମାଗଣାରେ ବସି କିପରି ଆଧାର କାର୍ଡକୁ ଅପଡେଟ କରିହେବ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଛି।

ଆଧାର ଅପଡେଟ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଦରକାର। ପ୍ରଥମ ପରିଚୟ ପତ୍ର ଏବଂ ଦ୍ୱିତୀୟ ଠିକଣା ପ୍ରମାଣ। ସାଧାରଣତଃ ଆଧାର ଅପଡେଟ ପାଇଁ ଆଧାର କେନ୍ଦ୍ରରେ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଏ, କିନ୍ତୁ ୟୁଆଇଡିଏଆଇ ଅନୁଯାୟୀ ଏହି ସେବା ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣା ଅଟେ। ପରିଚୟ ପ୍ରମାଣ ଭାବରେ ଭୋଟର କାର୍ଡ ଦିଆ ଯାଇପାରିବ ।

ଘରେ ବସି ଏହା କରିବା ଲାଗି ମୋବାଇଲ କିମ୍ବା ଲାପଟପରୁ ୟୁଆଇଡିଏଆଇ ୱେବସାଇଟକୁ ଯାଇ ଏହା ପରେ ଆଧାର ଅପଡେଟ ଉପରେ କ୍ଲିକ କରିବାକୁ ପଠିବ। ବର୍ତ୍ତମାନ ଆଧାର ନମ୍ବର ଏଣ୍ଟର କରି ଓଟିପି ମାଧ୍ୟମରେ ଲଗଇନ କରିବାକୁ ହେବ।
ଏହା ପରେ ଡକ୍ୟୁମେଣ୍ଟ ଅପଡେଟ ଉପରେ କ୍ଲିକ କରି ଭେରିଫାଏ କରିବାକୁ ହେବ। ପରେ ନିମ୍ନ ଡ୍ରପ ତାଲିକାରେ ପରିଚୟ କାର୍ଡର ସ୍କାନ ହୋଇଥିବା କପି ଏବଂ ଠିକଣା ପ୍ରୁଫ ଅପଲୋଡ କରିବାକୁ ହେବ।
ଏହା ପରେ ସବମିଟ ଉପରେ କ୍ଲିକ କରିବାକୁ ହେବ। ଏହା ପରେ ଏକ ରିକ୍ୱେଷ୍ଟ ନମ୍ବର ମିଳିବ ଏବଂ ଫର୍ମ ଦାଖଲ ହୋଇଯିବ। ରିକ୍ୱେଷ୍ଟ ନମ୍ବରରୁ ଅପଡେଟର ସ୍ଥିତି ଯାଞ୍ଚ କରିହେବ। କିଛି ଦିନ ପରେ ଆଧାର ଅପଡେଟ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri