ସୁପ୍ରିମକୋର୍ଟ ନିର୍ଦ୍ଦେଶର ଓଲଟା ରାସ୍ତାରେ ସରକାର

ଭୁବନେଶ୍ୱର,୧୧।୮(ବ୍ୟୁରୋ): ନାଗରିକଙ୍କ ସବୁ ଅନ୍ତରଙ୍ଗ ତଥ୍ୟ ଆଧାର କାର୍ଡରେ ଲିପିବଦ୍ଧ। ଏହାକୁ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଅପବ୍ୟବହାର କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ତେଣୁ ବ୍ୟକ୍ତି ବିଶେଷଙ୍କ ଗୋପନୀୟ ତଥ୍ୟଗୁଡ଼ିକୁ କୌଣସି ପରିସ୍ଥିତିରେ ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏହାସତ୍ତ୍ୱେ ଆଧାର କାର୍ଡକୁ ପରୋକ୍ଷରେ ବାଧ୍ୟତାମୂଳକ କରିବାରେ ସରକାର ଲାଗିପଡିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ମୋଟ ଉପରେ କହିବାକୁ ଗଲେ ସୁପ୍ରିମକୋର୍ଟଙ୍କ ରାୟର ଓଲଟା ବାଟରେ ସରକାର ଯିବାକୁ ପସନ୍ଦ କରିଛନ୍ତି।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ଯେ, ଆଧାର କାର୍ଡ ଥିବା କୌଣସି ହିତାଧିକାରୀ ଯୋଜନାରୁ ବାଦ୍‌ ପଡିବେ ନାହିଁ। ଏଥିପାଇଁ ସରକାର ଗ୍ୟାରେଣ୍ଟି ଦେଉଛନ୍ତି। ଆଧାର ନ ଥିବା ହିତାଧିକାରୀଙ୍କୁ ମଧ୍ୟ ତାଲିକାରୁ ବାଦ୍‌ ପଡିବାକୁ ଦିଆଯିବ ନାହିଁ। ସେହିପରି ଆଧାର କାରଣରୁ ବଞ୍ଚିତ ହୋଇଥିବା ହିିତାଧିକାରୀ ଲିଙ୍କ୍‌ କରିବା ମାତ୍ରେ ସହାୟତା ପାଇବେ। ସେହିପରି ଏକାଧିକ ଥର ସୁବିଧା ହାତଉଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯିବ । ଅଧିକାଂଶ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ତନଖି କରିବା ପରେ ପ୍ରାୟ ଲକ୍ଷାଧିକ ହିତାଧିକାରୀ ଦୁଇଟି ସ୍ଥାନରୁ ସୁବିଧା ପାଉଥିବା ରଣେନ୍ଦ୍ର କହିଛନ୍ତି। ଏହିପରି ସୁବିଧା ହାତଉଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ସେପ୍ଟେମ୍ବରରୁ ବାଦ୍‌ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସହାୟତାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏପରିକି ପୂର୍ବରୁ ରାଶନ କାର୍ଡ ଦ୍ୱାରା ସହାୟତା ପାଉଥିବା ହିତାଧିକାରୀ କେବଳ ଆଧାର ପାଇଁ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି। ଗ୍ରାମବହୁଳ ଓଡ଼ିଶାରେ ଆଧାର ସମ୍ପର୍କିତ ସଚେତନତା ଲୋକମାନଙ୍କୁ କରାଯାଇନାହିଁ। ଓଲଟି ଆଧାର ହିଁ ସବୁ ସହାୟତା ପାଇବାର ଚାବିକାଠି ବୋଲି ପରୋକ୍ଷରେ ପ୍ରଚାର କରି ଲିଙ୍କ୍‌ କରାଯାଉଛି। ହିତାଧିକାରୀଙ୍କ ନାମ, ଠିକଣା ସହ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ଆଦାୟ କରାଯାଇ ସାରିଲାଣି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟ୍‌ରେ ପାନ କାର୍ଡ ବଦଳରେ ଆଧାର ମାଧ୍ୟମରେ ଆୟକର ରିଟର୍ନ ଦେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ସେହିପରି କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ସମସ୍ତ ଯୋଜନାରେ ମଧ୍ୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ମସୁଧା ଚାଲିଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ)ରେ ଆଧାର କାର୍ଡକୁ କଡାକଡି ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହୁ ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଥିଲେ। ରାଜ୍ୟ ସରକାର ମଧ୍ୟ ଏଥିରେ କୌଣସି ଆପତ୍ତି ନ ଉଠାଇ ଆଧାର ବାଧ୍ୟତାମୂଳକକୁ ସେପ୍ଚେମ୍ବର ପହିଲାରୁ କଡାକଡି ଲାଗୁ କରିବାକୁ ଯାଉଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠେ, ଜାଲିଆତି ରୋକିବାକୁ ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଉଥିବା ସରକାର ବାରମ୍ବାର ଯୁକ୍ତି ବାଢୁଛନ୍ତି, ହେଲେ ଲକ୍ଷାଧିକ ମୃତ ହିତାଧିକାରୀଙ୍କ ନାମରେ ସରକାରୀ ଯୋଜନା ହଡପ ହେଉଥିବା ଖବର ନଜରକୁ ଆସିଛି। ଏପରିକି ଚଳିତ ବର୍ଷ ରାଜ୍ୟ ଖାଦ୍ୟ ନିଗମ ପକ୍ଷରୁ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ଏହି ଭୂତ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ କେତେ ଭୂତ ତଥା ମୃତ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି, ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ରଖାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri