କାଗଜ କଲମରେ କୃଷିଋଣ

ଯାଜପୁର,୨୨।୧୧(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟର ନିରୀହ ଗରିବ କୃଷକ ସଦସ୍ୟଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ପରେ ରାଜ୍ୟ ସରକାର ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ରାଜ୍ୟ ସମବାୟ ସମିତିର ନିବନ୍ଧକ ସମସ୍ତ ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌ ଏବଂ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ(ସିସିିବି)ର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଋଣ ପାସ୍‌ ବହି କିମ୍ବା କେସିସି ଚେକ୍‌ ବୁକ୍‌ ସମ୍ପୃକ୍ତ ସମ୍ପାଦକମାନେ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରି ପାରିବେ ନାହିଁ ବୋଲି କଡା ଚେତାବନୀ ଦେଇଥିଲେ। ଏହାବାଦ୍‌ ବ୍ରାଞ୍ଚ ମ୍ୟାନେଜର ପ୍ରତି ୩ ମାସରେ ଥରେ ପ୍ରତ୍ୟେକ ପ୍ୟାକ୍ସର ଋଣୀଙ୍କ ପାସ୍‌ବୁକ୍‌ ନିଶ୍ଚିତ ଭାବେ ତଦନ୍ତ କରିବେ। ଏହିସବୁ ନିର୍ଦ୍ଦେଶର ଯଦି ଅନୁପାଳନ ନ ହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିବନ୍ଧକ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। କିନ୍ତୁ ବିଭିନ୍ନ ଉପାୟରେ ଚାଷୀଙ୍କ ଋଣ ଅର୍ଥ ଆତ୍ମସାତ୍‌ ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବାରୁ ଏଭଳି ନିର୍ଦ୍ଦେଶ କେବଳ ଫାଇଲ ଭିତରେ ଚାପି ହୋଇ ରହିଛି ବୋଲି ମତପ୍ରକାଶ ପାଇଛି। ଯାହାର ଏକ ନିଚ୍ଛକ ଉଦାହରଣ ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ମଙ୍ଗଳପୁର ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ରେ ଦେଖିବାକୁ ମିଳିଛି। ଏଠାରେ ଯୋଗ୍ୟ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାବେଳେ ଅଯୋଗ୍ୟ ଓ ଜାଲ ପଟ୍ଟାଧାରୀଙ୍କୁ ଋଣ ପ୍ରଦାନ କରାଯାଉଛି ବୋଲି ଅଭିଯୋଗ ହୋଇଛି।
ରାଜ୍ୟରେ ଚାଷୀ ଆମତ୍ହତ୍ୟା କରୁଥିବା ନେଇ ବିଭିନ୍ନ ଅଭିଯୋଗ ହୋଇ ଆସୁଛି। ଚାଷୀ ଆମତ୍ହତ୍ୟା ଅଭିଯୋଗ ଉପରେ ବିରାମ ଲଗାଇବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଚାଷୀଙ୍କୁ ଚାଷ କାର୍ଯ୍ୟ ସମୟରେ ବିନା ସୁଧରେ ଋଣ ଯୋଗାଇ ଦେଉଛନ୍ତି। ବିଭିନ୍ନ ଋଣରେ ସବ୍‌ସିଡି ଥିବାରୁ ଚାଷୀଙ୍କଠାରୁ ପ୍ରଥମେ ୮ରୁ୧୦ ହଜାର ଟଙ୍କା ସିଧାସଳଖ ମଗା ଯାଉଥିବା ଅଭିଯୋଗ ହେଉଛି। ସମବାୟ ସମିତିରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା, କାଳିଆ ଓ ବଳିଆ ଯୋଜନାରେ କୃଷକମାନଙ୍କ ନିମନ୍ତେ ସିଧାସଳଖ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ, କୃଷକମାନଙ୍କୁ ସବ୍‌ସିଡିରେ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦେବା ଏବଂ ଫସଲ ବୀମା ଯୋଜନା ମାଧ୍ୟମରେ ବନ୍ୟା ଓ ବାତ୍ୟାରେ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ କ୍ଷତିପୂରଣର ବ୍ୟବସ୍ଥା ରହିଛି। ମଙ୍ଗଳପୁର ପାକ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ମୋଟ ୪୮୦୬ ଜଣ ଚାଷୀ ସଭ୍ୟ ଭାବେ ପଞ୍ଜିକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୯୧୩ ଜଣ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣ ପାଇଥିଲେ । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୫ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମୋଟ ୭୨୦ ଜଣ ଚାଷୀଙ୍କୁ ୪ କୋଟି ୭ ଲକ୍ଷ ୧୧ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ସେହିପରି ରବି ଚାଷ ଋଣ ନିମନ୍ତେ ୫ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଅକ୍ଟୋବର ସୁଦ୍ଧା ୬୭୪ ଜଣ ଚାଷୀଙ୍କୁ ୪ କୋଟି ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । କିନ୍ତୁ ଶତାଧିକ ଚାଷୀଙ୍କ ଫସଲ ବୀମା ନ ହୋଇପାରିବାରୁ ସେମାନେ ବୀମା ସୁବିଧାରୁ ବଞ୍ଚିତ ହେବା ସହିତ ସମିତିରେ ମଧ୍ୟ ପୂର୍ବ ଋଣର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।
ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ୮୦ ପ୍ରତିଶତରୁ ଅଧିକ ଚାଷୀଙ୍କୁ କାଗଜ କଲମରେ ଋଣ ପ୍ରଦାନ କରାଯାଇଛି। ସେହିପରି ୨୦ ପ୍ରତିଶତ ଚାଷୀଙ୍କୁ ରି-ଫାଇନାନ୍ସ ନାମରେ ଋଣ ପ୍ରଦାନ କରାଯାଉଛି । ହେଲେ ସେମାନଙ୍କଠାରୁ ବ୍ୟାଙ୍କ ଖର୍ଚ୍ଚ ନାମରେ ସିଧାସଳଖ ୧୦ ପ୍ରତିଶତ ଅର୍ଥ ଆଦାୟ କରାଯାଉଛି । ଚାଷୀଙ୍କ ଋଣ ବହି, ଚେକ୍‌ ବୁକ୍‌ ଆଦି ସମିତିର କର୍ମଚାରୀମାନଙ୍କ ନିକଟରେ ରହୁଥିବାରୁ ସାଧାରଣ ଚାଷୀଟିଏ ନିଜର ଋଣ ପରିମାଣ ସମ୍ପର୍କରେ ଅଜ୍ଞ ରହୁଛି। ଏହି ସୁଯୋଗରେ କର୍ମଚାରୀମାନେ ଚାଷୀଙ୍କ ଋଣ ଟଙ୍କାରେ ଘିଅ ମହୁରେ ଭାସୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଏହି ସମିତିରେ ଜାଲିଆତି ସମ୍ପର୍କରେ ଅଭିଯୋଗ ହେବା ପରେ ତଦନ୍ତ କରି ତତ୍କାଳୀନ ସଭାପତି ଏବଂ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା। ମାତ୍ର ଏହାର କିଛି ଦିନ ପରେ ପୁନର୍ବାର ବୋର୍ଡ ପକ୍ଷରୁ ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଇଛି । ଏ ସଂକ୍ରାନ୍ତରେ ଦଶରଥପୁର କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ କୁମାର ମଲିକଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri