ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ କରିଥିଲି ଅଭିଯୋଗ: ୫ ଦିନ ବିତିଲାଣି, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ନନ୍ଦପୁର, ୧୯ା୧୧(ଶଙ୍କର ପୂଜାରୀ): ବିବାହର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ଗତ ଦଶହରା ଦିନ ଅନ୍ୟ ଜଣଙ୍କୁ ବିବାହ କଲେ। ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ବାମୀ ଅର୍ଜୁନ ମୁଦୁଲି, ଶାଶୁ, ଶଶୁର, ନଣନ୍ଦ ଓ ଦିଅର ମିଶି ତାଙ୍କୁ ଗାଳିଗୁଲଜ କରି ମାଡ଼ ମାରିଲେ। ଏବେ ସେମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଶେଷରେ ଦେଢ଼ ବର୍ଷର ଝିଅକୁ ଧରି ନନ୍ଦପୁର ଥାନାକୁ ଯାଇ ଘଟଣା ସମ୍ପର୍କରେ ଗତ ବୁଧବାର ଏତଲା ଦେଇଥିଲି। ଗାଳି ମାଡ ମାରିବା ସମୟର ସାକ୍ଷ୍ୟଙ୍କ ନାମ ଓ ସ୍ବାମୀଙ୍କ ଫୋନ ନମ୍ବର ଦେଇଥିଲି। ମାତ୍ର ତାଙ୍କ ଅଭିଯୋଗକୁ ୫ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଉମ୍ବେଲ ପଞ୍ଚାୟତ ଡୁମୁରିପୁଟ ଗ୍ରାମର ଅର୍ଜୁନଙ୍କ ସ୍ତ୍ରୀ ସୁବର୍ଣ୍ଣା ମୁଦୁଲି ଅଭିଯୋଗ ଆଣିଛନ୍ତି।

ମୋତେ ନ୍ୟାୟ ମିଳୁ। ଏଭଳି ଦାବିକରି ରବିବାର ସୁବର୍ଣ୍ଣା ତାଙ୍କ ବାପା ମହେନ୍ଦ୍ର ଶିଶା, ମାଆ ଭଗବତୀଙ୍କ ସହ ନନ୍ଦପୁର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ଏସଡିପିଓ ସଞ୍ଜୟ ମହାପାତ୍ର, ଥାନା ଅଧିକାରୀ ଆଶ୍ରିତା ଖାଲକୋ, ଏସ୍‌ଆଇ ବେଦୋବର ସାହୁ, ଦୀପ୍ତିମୟି ଧାରୁଆ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ସୁବର୍ଣ୍ଣା ଓ ତାଙ୍କ ମାଆବାପାଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ମାମଲା ରୁଜୁ କରି ଏହାର ତଦନ୍ତ କରିବାକୁ ଏସ୍‌ଡିପିଓ ମହାପାତ୍ର ଥାନା ଅଧିକାରୀ ଖାଲକୋଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଘଟଣାଟି ପାରିବାରିକ ମାମଲା ହୋଇଥିବାରୁ ଏବଂ ଆରୋପ ପ୍ରତ୍ୟାରୋପ ଭଳି ଦୁଇ ପରିବାର ପକ୍ଷରୁ ଏତଲା ହୋଇଥିବାରୁ ଦୁଇ ପକ୍ଷଙ୍କୁ ଡାକି କିଛି ଗୋଟେ ସମାଧାନର ରାସ୍ତା ବାହାର କରାଯିବ ବୋଲି ପୋଲିସ ପ୍ରକାଶ କରିଛି। ଅନ୍ୟପକ୍ଷରେ ରବିବାର ୨ଟି ମାମଲା ରୁଜୁ କରାଯାଇଛି। ସ୍ବାମୀ ଅର୍ଜୁନ, ବାପା ଧନପତି ମୁଦୁଲି, ମା’ ଯମୁନା, ଦିଅର ଭଗବାନ ଓ ନଣନ୍ଦ ଚୁମୁକିଙ୍କୁ ଥାନାକୁ ଅଣାଯିବାକୁ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଅର୍ଜୁନ ଘରେ ନ ଥିବାରୁ ତାଙ୍କୁ ଡାକି ଆଲୋଚନା କରିବା ଓ ମାମଲା ରୁଜୁ କରିବାରେ ବିଳମ୍ବ ହୋଇଛି ବୋଲି ଥାନା ଅଧିକାରୀ ଖାଲକୋ କହିଛନ୍ତି। ଧାରଣା ସ୍ଥଳରେ ସୁବର୍ଣ୍ଣଙ୍କ ନିକଟରେ ହିକିମପୁଟ ସରପଞ୍ଚ, ସମିତି ସଭ୍ୟ ଓ କେତେଜଣ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri