Posted inରାଜ୍ୟ

ମା’ ଭଦ୍ରକାଳୀ

କାଳୀପୂଜା ପାଇଁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ ପୀଠର ପରିବେଶ ଆକର୍ଷଣୀୟ ହୋଇଛି। ଏଠାକାର କାଳୀପୂଜା ଗଣପର୍ବରେ ପରିଣତ ହୋଇଛି। ଆଉ ଭଦ୍ରକାଳୀଙ୍କ ପୀଠରେ ହେଉଥିବା ପୂଜାର ଆକର୍ଷଣ ନିଆରା। ଭଦ୍ରକ ବ୍ଲକର ଖଣ୍ଡତରା ପଞ୍ଚାୟତ ଆହାରପଦା ଭଦ୍ରକାଳୀ ସାହିରେ ବିଶ୍ୱମାତା ରୂପରେ ମା’ ପୂଜା ପାଇଆସୁଛନ୍ତି। ଅନେକ ଜନଶ୍ରୁତି ଓ କିମ୍ବଦନ୍ତୀ ଏହି ପୀଠର ମହିମାକୁ ବହୁଗୁଣିତ କରିଛି। ଦୀପାବଳିଠାରୁ ପୀଠରେ ହେବ ସ୍ବତନ୍ତ୍ର ନୀତିକାନ୍ତି। ସାତଦିନରେ ସପ୍ତମାତୃକା ବେଶରେ ମା’ ପୂଜା ପାଇବେ। ପ୍ରଥମ ଦିନ ବେଦମାତା, ଦ୍ୱିତୀୟ ଦିନ ମହାକାଳୀ, ତୃତୀୟ ଦିନ ରାଜରାଜେଶ୍ୱରୀ, ଚତୁର୍ଥ ଦିନ ସିଂହବାହିନୀ, ପଞ୍ଚମ ଦିନ ଜଗଦ୍ଧାତ୍ରୀ, ଷଷ୍ଠ ଦିନ ମହାସରସ୍ବତୀ ଓ ସପ୍ତମ ଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ। ଅନ୍ୟବର୍ଷ ପରି ଚଳିତବର୍ଷ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ରବିବାରଠାରୁ ୭ ଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହେବ।
ରହିଛି ଯେ, ମୟୂରଭଞ୍ଜ ଜିଲାର ମେଘାସନ ପର୍ବତରେ ତାପସ ଋଷି ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ। ତାଙ୍କର ଦେହାନ୍ତ ପରେ ତାଙ୍କ ଶିଷ୍ୟ ଭଦ୍ରନାଥଙ୍କୁ ଭଦ୍ରକାଳୀ ସ୍ବପ୍ନାକୃତ କରି କହିବା ପରେ ସେ ମା’ଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ। ପରେ ସ୍ଥାନୀୟ ରାଜା ମନ୍ଦିର ନିର୍ମାଣ କରିବା ସହ ସମ୍ପତ୍ତି ଦାନ କରିଥିଲେ। ପୂଜାର୍ଚ୍ଚନା ପାଇଁ ଆମ ପୂର୍ବଜଙ୍କୁ ସେବାୟତ ଭାବେ ଆଣି ରଖାଇଥିଲେ ବୋଲି ସେବାୟତ ନିରଞ୍ଜନ ଦୀକ୍ଷିତ କହିଛନ୍ତି।
ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକଧାରୀ ଭକ୍ତମାନେ ଘଟୋତ୍ତଳନ କରି ଶୋଭାଯାତ୍ରାରେ ମଣ୍ଡପରେ ପହଞ୍ଚତ୍ ଘଟ ସ୍ଥାପନ କରିବେ। ପରେ ୨୧ଜଣ ବେଦବିତ୍‌ ବ୍ରାହ୍ମଣଙ୍କ ଦ୍ୱାରା ମହାଯଜ୍ଞ ଆରମ୍ଭ ହେବ। ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ସ୍ଥିତି, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟଜଳ, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା, ତୋରଣ ଓ ଆଲୋକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ମା’ଙ୍କ ସପ୍ତମାତୃକା ବେଶ, ମଙ୍ଗଳ ଆଳତି, ନାମ ସଂକୀର୍ତ୍ତନ, ପ୍ରବଚନ, ସପ୍ତଚଣ୍ଡୀ ପାଠ, ଦୀପଯଜ୍ଞ, ପହଡ଼ ଭୋଗ ଓ ଯଜ୍ଞ ମଣ୍ଡପର ସାଜସଜ୍ଜା ନେଇ ସେବାୟତମାନଙ୍କ ପ୍ରସ୍ତୁତି ବୈଠକରେ ଚୂଡ଼ାନ୍ତ କରାଯାଇଛି।
-ରିପୋର୍ଟ: ସନାତନ ରାଉତ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri