ବିନା ମାଟିରେ କେଶର ଚାଷ

ଭୁବନେଶ୍ୱର,୧୨।୧୧(ଅନୁରାଧା ମହାରଣା)ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଜଗନ୍ନାଥ ବିହାର ଅଞ୍ଚଳର ସୁବ୍ରତ କୁମାର ମହାନ୍ତି ବିନା ମାଟିରେ ସାଫ୍ରନ୍‌(କେଶର) ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଇରାନ୍‌ରେ ବିଶ୍ୱରେ ସର୍ବାଧିକ କେଶର ଚାଷ କରାଯାଏ। ଭାରତରେ କଶ୍ମୀରକୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳରେ ଏହି ଚାଷ ଅତି ନଗଣ୍ୟ। ତେବେ ସୁବ୍ରତ ଓଡ଼ିଶାରେ କେଶର ଚାଷ କରି ସଫଳ ହୋଇନାହାନ୍ତି, ବିନା ମାଟିରେ ଏହି ଚାଷ କରି କେବଳ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଇସ୍ରାଏଲର ଚାଷ ପ୍ରଣାଳୀ ଏରୋପୋନିକ, ହାଇଡ୍ରୋପୋନିକ ଏବଂ ଏରୋପୋନିକ ଭର୍ଟିକାଲ ପ୍ରଣାଳୀରେ ସେ କଶ୍ମୀର ମୋଗ୍ରା କେଶର ଚାଷ କରିଛନ୍ତି। କେଶର କର୍ମଗୁଡ଼ିକ ବଢ଼ି ଫୁଲ ଧରିଲାଣି। ଅଳ୍ପ କିଛିଦିନ ମଧ୍ୟରେ ଏଥିରୁ କେଶର ଅମଳ ହେବ। ତେବେ ପରୀକ୍ଷାମୂଳକ ଭାବେ ଏହି ଚାଷ କରିଥିବାବେଳେ ଏଥିରେ ୩ରୁ ୪ ଲକ୍ଷ ଟଙ୍କା ବ୍ୟୟ କରିଥିବା ସେ କହିଛନ୍ତି। କେଶର ଫୁଲର ଷ୍ଟିଗ୍‌ମା ଅଂଶର ପ୍ରକ୍ରିୟାକରଣ ପରେ ଏହା ବଜାରକୁ ଛଡ଼ାଯାଇଥାଏ। ଗୋଟିଏ ଗୋଟିଏ କର୍ମରୁ ୭ରୁ ୮ଟି ଫୁଲ ଫୁଟିବା ସହ ପ୍ରତି ଫୁଲରୁ ୩ରୁ ୪ଟି ଷ୍ଟିଗ୍‌ମା ମିଳିଥାଏ। ଅକ୍ଟୋବରରୁ ନଭେମ୍ବର ମଧ୍ୟରେ କର୍ମରେ ଫୁଲ ଫୁଟି ଶୁଖିବା ପରେ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଫୁଲ ଫୁଟି କଅଁଳିବାକୁ ଲାଗିଥାଏ। ସେହିପରି ନଭେମ୍ବରରୁ ଏପ୍ରିଲ ମଧ୍ୟରେ କର୍ମଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବା ସହ ମେ’ରୁ ଅଗଷ୍ଟ ମଧ୍ୟରେ ଡୋମାନ୍ସି ଅବସ୍ଥାରେ ରହିଥାଏ। ବର୍ତ୍ତମାନ ସୁବ୍ରତ ଗବେଷଣାତ୍ମକ ଭାବେ ଚାଷ କରିଛନ୍ତି। ଏଥିପାଇଁ ସେ ନିଜ ଘରର ଗୋଟିଏ କୋଠରିକୁ ଏହି ଚାଷ ପାଇଁ ପ୍ରସ୍ତୁତ କରିଛନ୍ତି। ଦିନରେ ଏହି କୋଠରିର ତାପମାତ୍ରା ୧୦ ଡିଗ୍ରୀ ଓ ରାତିରେ ୫ ଡିଗ୍ରୀ ସେଲସିୟସ୍‌ ରହୁଛି। ସେ ପୂରା ଚାଷ ପ୍ରଣାଳୀକୁ ଟେକ୍ନୋଲୋଜି ମାଧ୍ୟମରେ ନିୟନ୍ତ୍ରଣ କରିପାରୁଛନ୍ତି। କୋଠରୀ ଆଲୋକ, ଶୀତତାପ ନିୟନ୍ତ୍ରଣ ଆଦି ସମସ୍ତ କାର୍ଯ୍ୟ ସେ ତାଙ୍କ ମୋବାଇଳ ଫୋନ୍‌ ଦ୍ୱାରା କରିପାରୁଛନ୍ତି। କୋଠରୀରେ କ୍ୟାମେରା ଲାଗିଥିବାରୁ ସେ ଯେକୌଣସି ସ୍ଥାନରେ ରହି ଏହା ଉପରେ ନଜର ରଖିପାରୁଛନ୍ତି। ତେଣୁ କେଶର ଚାଷ ପାଇଁ ବର୍ତ୍ତମାନ ଅନେକ ଆଗ୍ରହୀ ଚାଷୀ ସୁବ୍ରତଙ୍କ ସହ ଯୋଗାଯୋଗ କରି ଚାଷ ପ୍ରଣାଳୀ ଜାଣିବାକୁ ଚାହଁୁଛନ୍ତି। ଆଗକୁ ଏପରି ଅତ୍ୟାଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ଆଗ୍ରହୀ ଚାଷୀଙ୍କୁ ଆବଶ୍ୟକ ଟ୍ରେନିଂ ଦେବାକୁ ସୁବ୍ରତ ଲକ୍ଷ୍ୟ ରଖିଥିବା କହିଛନ୍ତି।
କି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ସଏଲ୍‌ ସାଇନ୍ସରେ ଏମ୍‌ଏସ୍‌ସିି କରିବା ପରେ ସୁବ୍ରତ ହିନ୍ଦୁ୍‌ସ୍ଥାନ ଲିଭର, କରମଣ୍ଡଳ ଫର୍ଟିଲାଇଜର, ଇଫ୍‌କୋ କିଷାନ୍‌ ସଞ୍ଚାର ଆଦି କମ୍ପାନୀରେ ବିଭିନ୍ନ ପଦବୀର କାର୍ଯ୍ୟ କରିଛନ୍ତି। ମାତ୍ର ଓଡ଼ିଶାରେ ଅତ୍ୟାଧୁନିକ ପ୍ରଣାଳୀରେ ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସେ ନିଜ ଘରକୁ କୃଷିକ୍ଷେତ୍ରରେ ପରିଣତ କରିଛନ୍ତି। ବିନା ମାଟିରେ ୩୫ରୁ ଅଧିକ ପ୍ରକାର ଚାଷ କରି ସେ ସ୍ଥାନୀୟ ଅଞ୍ଚଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ଆଗକୁ ବିନା ମାଟିରେ କିପରି ତୁଲୀପ୍‌ ଚାଷ କରାଯାଇପାରିବ ସେନେଇ ଗବେଷଣା କରିବେ ବେଲି ସେ କହିଛନ୍ତି। ଯୁବ ଚାଷୀମାନେ ଏହି ପ୍ରଣାଳୀରେ କମ୍‌ ସ୍ଥାନ, କମ୍‌ ଖର୍ଚ୍ଚରେ କିପରି ଅଧିକ ଲାଭବାନ୍‌ ହୋଇପାରିବେ ସେନେଇ ନୂଆ ଦୀଶା ଦେଖାଇବାରେ ଲାଗିପଡିଛନ୍ତି ସୁବ୍ରତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri