ଦାରିଙ୍ଗବାଡ଼ିରେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଗ୍ରହ

ଦାରିଙ୍ଗବାଡ଼ି,୧୨ା୧୧ (ଅରୁଣ ସାହୁ)ଦାରିଙ୍ଗବାଡ଼ି ଅଞ୍ଚଳରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଅତୀତରେ ପାରମ୍ପରିକ ଖାଦ୍ୟ ବିଶେଷକରି ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅକୁ ଅଧିକା ପରିମାଣରେ ଚାଷ କରିବା ସହ ଖାଦ୍ୟ ଭାବେ ଖାଉଥିଲେ। ଏଥିପାଇଁ କୌଣସି ମାରାତ୍ମକ ରୋଗର ଶିକାର ହେଉନଥିଲେ। ପର୍ଯ୍ୟାୟକ୍ରମେ ଏହି ଚାଷ ଲୋପ ପାଇବାରୁ ଲୋକଙ୍କୁ ରକ୍ତଚାପ ସହ ଡାଇବେଟିସ ଓ କ୍ୟାଲସିୟମ ଅଭାବ ଆଦି ବୃଦ୍ଧି ପାଇଲା। ଏବେ ରାଜ୍ୟ ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରେ ମିଲେଟ ମିଶନ ଆରମ୍ଭ କରି ଏହି ଚାଷକୁ ପ୍ରୋତ୍ସାହନ ଦେବା ଆରମ୍ଭ କଲେ। ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଥମେ ୩୪୮ ଚାଷୀଙ୍କୁ ନେଇ ୫୦ ହେକ୍ଟର ଜମିରେ ମାଣ୍ଡିଆ ଚାଷର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଚଳିତବର୍ଷ ଏହା ବୃଦ୍ଧି ପାଇ ୧୯୩୯ ଚାଷୀଙ୍କୁ ନେଇ ୬୯୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ ସମେତ ୩୦୫ ହେକ୍ଟର ଜମିରେ କାଙ୍ଗୁ, କୁଏରୀ, ଯଅ ଆଦି କରାଯାଉଛି। ଏବେ ଏହି ଚାଷ କରିବାକୁ ଉକ୍ତ ବ୍ଲକର ୨୫ ପଞ୍ଚାୟତର ଚାଷୀ ଆଗ୍ରହ ପ୍ରକାଶ କରୁଥିବା ବେଳେ ମାଣ୍ଡିଆର ସର୍ବନିମ୍ନ ଦରକୁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବାରୁ ଚାଷୀଙ୍କ ମଧ୍ୟରେ ଅଧିକା ଆଗ୍ରହ ଦେଖାଯାଉଛି। ଏହି ଚାଷର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ଯୋଜନାରେ ସରକାରଙ୍କ ସହ ସହଭାଗିତାରେ ଜାଗୃତି ଅନୁଷ୍ଠାନର ସହଯୋଗରେ ପ୍ରଥମେ ପରୀକ୍ଷା୍‌ମୂଳକ ଭାବେ ୨୦୧୭ରେ ୫ଟି ପଞ୍ଚାୟତରେ ଆରମ୍ଭ କରାଯାଇଥିଲା। ତେବେ ଚଳିତବର୍ଷ ସର୍ବାଧିକ ୪ ହଜାର କୁଇଣ୍ଟାଲ ମାଣ୍ଡିଆ ଅମଳ କରାଯିବ ବୋଲି ଆଶା କରାଯାଉଥିବା ବେଳେ ପାଣିପାଗର ଅନିୟମିତତା ରହିଥିବାରୁ ଅମଳରେ ଟିକେ ବାଧକ ସାଜିପାରେ ବୋଲି ମିଲେଟ ମିଶନର ଦାୟିତ୍ୱରେ ଥିବା ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ କହିଛନ୍ତି। ଏହି କାର୍ଯ୍ୟକୁ ମିଲେଟ୍‌ ମିଶନର ସଂଯୋଜକ ମହେନ୍ଦ୍ର ପରିଡ଼ା ସମସ୍ତ ପଞ୍ଚାୟତର ଚାଷୀଙ୍କୁ ସହଯୋଗ କରୁଛନ୍ତି। ଚାଷୀ ତିଲମ ପ୍ରଧାନ କହିଛନ୍ତି, ପୂର୍ବରୁ ସେମାନେ ମାଣ୍ଡିଆ ବୁଣିକି ଚାଷ କରୁଥିବାରୁ ଭଲ ଅମଳ ହେଉନଥିଲା। ତେଣୁ ଚାଷ ଛାଡିଦେଇଥିଲେ। ଏବେ ସରକାରଙ୍କ ସହଭାଗିତାରେ ଜାଗୃତିର କର୍ମକର୍ତ୍ତାମାନେ ଧାଡିରେ ରୋଇବା ଶିଖାଇବାରୁ ମାଣ୍ଡିଆ ଚାଷରେ ବହୁତ ଫାଇଦା ପାଇଲୁ। ଏଥିସହ ସର୍ବନିମ୍ନ ଦର ସରକାର କରିବା ସହ ଆମ ପଞ୍ଚାୟତରେ ମଣ୍ଡି ଖୋଲି ତାକୁ କିଣୁଛନ୍ତି। ତେଣୁ ଏହି ଚାଷକୁ ଆମେ ଆଗ୍ରହର ସହ କରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri