ଲକ୍ଷ୍ନୌ,୨୯।୧୦ : ଦିନିକିଆ ବିଶ୍ୱକପରେ ରବିବାର ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ବାହାରଟା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି। ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ କେଏଲ. ରାହୁଲ ଏବଂ ବ୍ୟତୀତ ଅନ୍ୟକେହି ବ୍ୟାଟର ଇଂଲଣ୍ଡ ବୋଲରଙ୍କ ସାମ୍ନା କରିପାରି ନଥିଲେ।
ଏହି ମ୍ୟାଚରେ ବିରାଟ କୋହଲି ୯ ବଲର ସାମ୍ନା କରି ପ୍ୟାଭିଲିୟନ ଫେରିଥିଲେ। ଚଳିତ ବିଶ୍ୱକପରେ ଧୂଆଁଧାର ଫର୍ମରେ ଥିବା ବିରାଟ କିନ୍ତୁ ଏହି ଆଉଟକୁ ଗ୍ରହଣ କରି ପାରି ନଥିଲେ ଏବଂ ଡ୍ରେସିଂ ରୁମରେ ବିରକ୍ତ ହୋଇ ସୋଫାକୁ ପିଠିଥିଲେ। ବିରାଟ କୋହଲି ଡେଭିଡ ୱିଲିଙ୍କ ଏକ ଲେନ୍ଥ ବଲ୍କୁ କଭର ଉପରେ ମାରିବା ବେଳେ ସେଠାରେ ଥିବା ଫିଲଡର ବେନ ଷ୍ଟୋକସ୍ ଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ।


