‘ଦିନକୁ ୮ କେଜି ମଟନ୍ ଖାଉଛନ୍ତି’: ଆଫଗାନିସ୍ତାନଠାରୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ୱାସିମ ଆକ୍ରାମ

ନୂଆଦିଲ୍ଲୀ,୨୪/୧୦: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱକପ ୨୦୨୩ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ପୂର୍ବତ୍ତନ ଚାମ୍ପିୟାନକୁ ୨ ଉଇକେଟରେ ପରାସ୍ତ କରିଛି। ଯାହାକୁ ପ୍ରଶଂସକ ଏବଂ ପାକିସ୍ତାନର ପୂର୍ବତ୍ତନ ଖେଳାଳିମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରାଜୟ ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଖେଳାଳୀମାନଙ୍କ ଉପରେ ବର୍ଷିଛନ୍ତି। କାରଣ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ କ୍ରମାଗତ ତୃତୀୟ ପରାଜୟର ସମ୍ମୁଖୀନ ହୋଇଥିଲା କାରଣ ସେମାନଙ୍କର ସେମିଫାଇନାଲ ଆଶା ଏକ ବଡ଼ ଝଟକା ଲାଗିଛି।

ପରାଜୟ ପରେ ୱାସିମ ଆକ୍ରାମ କହିଛନ୍ତି ଯେ, “ଏହା ଅତି ଲଜ୍ଜାଜନକ। କେବଳ ୨ ୱିକେଟ୍ ହରାଇ ଆଫଗାନିସ୍ତାନ ୨୮୦-୨୯୦ ଏକ ବଡ ସ୍କୋରକୁ ହାସଲ କରିନେଲା। ପିଚ୍ ଖରାପ ନୁହେଁ, ଫିଲ୍ଡିଂ ଖରାପ ଥିଲା … ଆପଣ ପାକିସ୍ତାନ ଟିମର ଫିଟନେସ୍ ସ୍ତରକୁ ଦେଖନ୍ତୁ। ଆଶଙ୍କା ହେଉଛି ଯେ, କୌଣସି ପାକିସ୍ତାନ ଖେଳାଳୀଙ୍କର ଫିଟନେସ୍ ପରୀକ୍ଷା ହୋଇନାହିଁ। ଆକ୍ରାମ ଏହା ମଧ୍ୟ କହିଛନ୍ତି ଯେ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ମିସବାହ-ଉଲ-ହକ ଦ୍ୱାରା ପରିଚାଳିତ ହୋଇଥିବା ଫିଟନେସ ପରୀକ୍ଷାକୁ ପାକିସ୍ତାନ ଖେଳାଳିମାନେ ପସନ୍ଦ କରନ୍ତି ନାହିଁ କିନ୍ତୁ ସେହି ପରୀକ୍ଷା ଦଳକୁ ମୌଳିକ କାର୍ଯ୍ୟକୁ ଠିକ୍ କରିବାରେ ସାହାଯ୍ୟ କରିଥିଲା।’

“ପରୀକ୍ଷା ହେବା ଉଚିତ୍। ବୃତ୍ତିଗତ ଭାବରେ, ଆପଣ ନିଜ ଦେଶ ପାଇଁ ଖେଳୁଛନ୍ତି, ଆପଣଙ୍କୁ ଦରମା ଦିଆଯାଉଛି। ମୁଁ ମିସବାଙ୍କ ସହ ଅଛି। ଯେତେବେଳେ ସେ କୋଚ୍ ଥିଲେ ସେତେବେଳେ ତାଙ୍କର ସେହି ମାନଦଣ୍ଡ ରହିଥିଲା, ଖେଳାଳିମାନେ ତାଙ୍କୁ ଘୃଣା କରୁଥିଲେ। କିନ୍ତୁ, ଏହା ଦଳ ପାଇଁ କାମ କରିଥିଲା। ଫିଲ୍ଡିଂ ସବୁ ଫିଟନେସ୍ ବିଷୟରେ, ଏବଂ ଏହା ପଡ଼ିଆରେ ଦେଖାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଆମେ ଏକ ପର୍ଯ୍ୟାୟକୁ ଆସିଛୁ, ଯେଉଁଠାରେ ଆମେ ପ୍ରାର୍ଥନା କରିବୁ, ନିଜ ଉପରେ ସନ୍ଧେହ କରିବୁ, ଅନ୍ୟ ଦଳ ହାରିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ, ତା’ହେଲେ ଆମେ ସେମିଫାଇନାଲରେ ପ୍ରବେଶ କରିପାରିବା।

ଉଭୟ ଦଳ ମଧ୍ୟରେ ଦିନିକିଆ କ୍ରିକେଟରେ ଏହା ଅଷ୍ଟମ ମୁକାବିଲା ଥିଲା। ଆଫଗାନିସ୍ତାନର ମଧ୍ୟ ଏହା ପାକିସ୍ତାନ ଉପରେ ପ୍ରଥମ ପରାଜୟ। ଚେନ୍ନାଇର ସ୍ପିନ ପିଚରେ ବାବର ଆଜାମ, ଅବଦୁଲ୍ଲା ଶାଫିକ୍ ଏବଂ ଇଫ୍ଟିଖର ଅହମ୍ମଦ ଏବଂ ଶାଦବ ଖାନ ମିଳିତ ଯୋଗଦାନ ଫଳରେ ପାକିସ୍ତାନ ୫୦ ଓଭରରେ ୨୮୨ ରନ୍ କରିଥିଲେ ଏବଂ ଆଫଗାନିସ୍ତାନ ଆଗରେ ବଡ଼ ;ଲକ୍ଷ୍ୟ ଥିବା ପରି ମନେ ହେଉଥିଲା। କିନ୍ତୁ ପାକିସ୍ତାନ ବୋଲରମାନେ ଏହି ଟାର୍ଗେଟ ମଧ୍ୟରେ ଆଫଗାନିସ୍ଥାନ ଟିମକୁ ଅଟକାଇ ପାରିନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri