Posted inଖେଳ

ପ୍ରତିଶୋଧ ଅପେକ୍ଷାରେ ଦକ୍ଷିଣ ଆଫ୍ରିକା

ଧର୍ମଶାଳା, ୧୭।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍‌କୁ ବୃହତ୍‌ ବ୍ୟବଧାନରେ ଜିତିସାରିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ସମାନ ସଂଖ୍ୟକ ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଛି। ତେଣୁ ମଙ୍ଗଳବାର ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକାକୁ ଫେଭରାଇଟ ବିବେଚିତ କରାଯାଉଛି। ତେବେ ସୀମିତ ଓଭର କ୍ରିକେଟରେ ନେଦରଲାଣ୍ଡ୍ସ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି। ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାକୁ ପରାଜୟ ସ୍ବାଦ ଚଖାଇଥିଲା ନେଦରଲାଣ୍ଡ୍ସ । ଏହି ଫଳାଫଳ ଦକ୍ଷିଣ ଆଫ୍ରିକାକୁ ପ୍ରତିଯୋଗିତାରୁ ବିଦାୟ ପଥ ମଧ୍ୟ ଦେଖାଇଥିଲା। ତେଣୁ ଏହାର ମଧୁର ପ୍ରତିଶୋଧ ଅପେକ୍ଷାରେ ରହିଛି ଦକ୍ଷିଣ ଆଫ୍ରିକା। ବିଜୟଧାରା ବଜାୟ ରଖି ଏହି ଦଳ ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛି।
ଚଳିତ ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚ୍‌ରେ ୧୦୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ଏହି ମ୍ୟାଚ୍‌ରେ ଦଳ ୪୨୮/୫ ରନ୍‌ର ବୃହତ୍‌ ସ୍କୋର ମଧ୍ୟ କରିଥିଲା। ଏହାପରେ ଲକ୍ଷ୍ନୌରେ ଅନୁଷ୍ଠିତ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୧୩୪ ରନ୍‌ରେ ପରାସ୍ତ କରିଥିଲା। ଏପର୍ଯ୍ୟନ୍ତ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି ଦଳ ସେହି ପ୍ରଦର୍ଶନ ବଜାୟ ରଖିବା ଆଶାରେ ରହିଛି। ଟପ୍‌ ଅର୍ଡରରେ କ୍ୱିଣ୍ଟନ ଡି’କକ୍‌, ରସି ଭାନ୍‌ ଡର ଡୁସେନ ଓ ଏଡେନ ମାରକ୍ରମ ଚମତ୍କାର ଫର୍ମରେ ଅଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଏହି ୩ ଖେଳାଳି ଶତକ ହାସଲ କରିଥିଲେ। ଏହା ବ୍ୟତୀତ ହେନ୍‌ରିଚ କ୍ଲାସେନ ଓ ଡେଭିଡ୍‌ ମିଲର ଉପଯୋଗୀ ଅବଦାନ ଦେବାରୁ ଦଳ ୪୨୮ ରନ୍‌ ସ୍କୋର କରିପାରିଥିଲା। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବୋଲରମାନେ ଯଦିଓ କିଛିଟା ମହଙ୍ଗା ରହିଥିଲେ ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ଡି’କକ୍‌ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ମାର୍କୋ ଜାନସେନ ଓ କାଗିସୋ ରାବାଡ଼ା ଘାତକ ବୋଲିଂ କରିଥିଲେ। ନେଦରଲାଣ୍ଡ୍ସ ଦଳରେ ବିଶେଷ ନାମୀ ବ୍ୟାଟର ନ ଥିବାରୁ ଦକ୍ଷିଣ ଆଫ୍ରିକା ବୋଲରମାନେ ଅଧିକ ପ୍ରଭାବୀ ହୋଇପାରନ୍ତି। ଆଗାମୀ ମ୍ୟାଚରେ ଟପ୍‌ ଅର୍ଡରର ୩ ବ୍ୟାଟର ଡି’କକ୍‌, ଡୁସେନ ଓ ମାରକ୍ରମ ପୁଣି କ୍ଲିକ୍‌ କରନ୍ତୁ ବୋଲି ଦକ୍ଷିଣ ଆଫ୍ରିକା ଚାହିଁବ ନିଶ୍ଚିତ। ବଡ଼ ସ୍କୋର ହୋଇପାରିଲେ ବୋଲରମାନଙ୍କୁ ଡିଫେଣ୍ଡ କରିବା ସହଜ ହେବ।
ଅନ୍ୟପକ୍ଷରେ ଟି୨୦ ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ଯେ କେବଳ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା ତା’ ନୁହେଁ, ୨୦୦୯ରେ ଲଡର୍‌ସଠାରେ ଇଂଲଣ୍ଡକୁ ମଧ୍ୟ ହରାଇଥିଲା। ଟି୨୦ ଓ ୫୦ ଓଭର ଫର୍ମାଟ୍‌ ଯଦିଓ ସମ୍ପୂର୍ଣ୍ଣ ଭିନ୍ନ ତେବେ ପୂର୍ବ ବିଜୟଗୁଡ଼ିକରୁ ସ୍କଟ୍‌ ଏଡ୍‌ଓ୍ବାଡର୍‌ସଙ୍କ ନେତୃତ୍ୱାଧୀନ ଦଳ ଅନେକ କିଛି ଶିକ୍ଷା କରିଥିବ ନିଶ୍ଚିତ। ଗତ ରବିବାର ନୂଆଦିଲ୍ଲୀରେ ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହା ମଧ୍ୟ ନେଦରଲାଣ୍ଡ୍ସକୁ ପ୍ରେରଣା ଯୋଗାଇଥିବ। ତେଣୁ ଆଗାମୀ ମ୍ୟାଚ୍‌ ରୋମାଞ୍ଚକ ହେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri