Posted inଖେଳ

ରାଜ୍ୟ ଭାରୋତ୍ତୋଳନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୧୦(ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତୋଳନ ସଙ୍ଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ସୋମବାର କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଭାରୋତ୍ତୋଳନ ପଦକଧାରୀ ତଥା ଜାତୀୟ ରେଫରି ଏସ୍‌. ଭି. ଚନ୍ଦନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ବୈଷୟିକ ନିର୍ଦ୍ଦେଶକ କଲୋନେଲ ଏ. ରାଜେଶ, ଜିଏମ୍‌ ଏଚ୍‌ପିସି କଲୋନେଲ ଆର. ଶର୍ମା, ଯୁଗ୍ମ ଶାସନ ସଚିବ ରଞ୍ଜିତ ପରିଡ଼ା, ଓଡ଼ିଶା ଭରୋତ୍ତୋଳନ ସଙ୍ଘ ସଭାପତି ଚିତ୍ତରଞ୍ଜନ ସ୍ବାଇଁଁ, କାର୍ଯ୍ୟକାରୀ ସଭାପତି ନାରାୟଣ ସାହୁ, ସମ୍ପାଦକ କେ. ରବି କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୧୧ଟି ଜିଲା ଏବଂ ୟୁନିଟ୍‌ରୁ ମୋଟ ୨୫୦ ମହିଳା ଓ ପୁରୁଷ ପ୍ରତିଯୋଗୀ ଏବଂ ୪୫ ଅଫିସିଆଲ ଭାଗ ନେଇଛନ୍ତି I
୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ସର୍ବକନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବର୍ଗର ମୋଟ ୬୦ଟି ଓଜନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି।
ପ୍ରଥମ ଦିବସରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ହର୍ଷବର୍ଦ୍ଧନ ସାହୁ ୬ଷ୍ଠ ଥର ଏବଂ ମୁନା ନାୟକ ୫ମ ଥର ପାଇଁ ନିଜ ରେକର୍ଡ ଭାଙ୍ଗିଛନ୍ତି। ୟୁଥ୍‌ ୪୯ କେଜି ବାଳକରେ ଗଞ୍ଜାମର ହର୍ଷବର୍ଦ୍ଧନ ସ୍ନାଚ୍‌ରେ ୭୫, କ୍ଲିନ୍‌ ଆଣ୍ଡ ଜର୍କରେ ୯୬ ଏହିପରି ମୋଟ ୧୭୧ କେଜି ଉତ୍ତୋଳନ କରି ୩ଟି ଯାକ ବିଭାଗରେ ରେକର୍ଡ ଭଙ୍ଗକରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସିନିୟର ୬୧ କେଜି ପୁରୁଷରେ ଗଞ୍ଜାମର ମୁନା ନାୟକ ସ୍ନାଚ୍‌ରେ ୧୧୨, କ୍ଲିନ୍‌ ଆଣ୍ଡ ଜର୍କରେ ୧୪୦ କେଜି ଏହିପରି ମୋଟ ୨୫୨ କେଜି ଉତ୍ତୋଳନ କରି ରେକର୍ଡର ଅଧିକାରୀ ହୋଇଛନ୍ତି। ୟୁଥ୍‌ ୬୧ କେଜି ବାଳକରେ ଖୋର୍ଦ୍ଧାର ସଦାନନ୍ଦ ବରିହା ମୋଟ ୨୨୫ (ସ୍ନାଚ୍‌-୧୦୦, କ୍ଲିନ ଆଣ୍ଡ ଜର୍କ-୧୨୫) କେଜି ଭାର ଉଠାଇ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ଅବସରରେ ସେ କ୍ଲିନ୍‌ ଆଣ୍ଡ ଜର୍କ ଓ ମୋଟ୍‌ ଉତ୍ତୋଳନରେ ରେକର୍ଡ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୟୁଥ୍‌ ୪୦ କେଜି ବାଳିକାରେ ଢେଙ୍କାନାଳର ପ୍ରୀତିସ୍ମିତା ଭୋଇ, ୟୁଥ୍‌ ୪୫ କେଜି ବାଳିକାରେ ଖୋର୍ଦ୍ଧାର ଜୟନ୍ତୀ ମଲିକ, ୟୁଥ୍‌ ୫୫ କେଜି ବାଳକରେ ଗଞ୍ଜାମର ରଗେବା ମଲିକ, ଜୁନିୟର ୫୫ କେଜି ପୁରୁଷରେ ଗଞ୍ଜାମର ରାମଚନ୍ଦ୍ର ମାଡ଼କାମି, ସିନିୟର ୫୫ କେଜିରେ ଢେଙ୍କାନାଳର କୁମ୍ଭେଶ୍ୱର ମଲିକ ଏବଂ ଜୁନିୟର ୬୧ କେଜି ପୁରୁଷରେ ଖୋର୍ଦ୍ଧାର ସଦାନନ୍ଦ ବରିହା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri