ବଢ଼ିଚାଲିଛି ମାନ୍ଦାବସ୍ଥା ପ୍ରଭାବ; ଅଟୋ ସେକ୍ଟରକୁ ବଞ୍ଚାଇ ପାରିବ ୧୦% ଜିଏସ୍‌ଟି ହ୍ରାସ

ନୂଆଦିଲ୍ଲୀ,୯-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡି ଆସିଛି। ଗତ କିଛି ମାସ ହେବ ଏହି ସେକ୍ଟରର ଅବସ୍ଥା ସଙ୍ଗୀନ ହୋଇଛି। କାର୍‌, ଦୁଇଚକିଆ ଯାନ ସମେତ ସମସ୍ତ ପ୍ରକାର ଗାଡି ବିକ୍ରି କ୍ରମାଗତ କମିବାରେ ଲାଗିଛି। ଗତ ଏକ ବର୍ଷ ହେବ ଏହି ଧାରା ଜାରି ରହିଛି। ଜୁଲାଇରେ କାର୍‌ ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ କର୍ମଚାରୀ ଛଟେଇ ଆରମ୍ଭ ହୋଇଯାଇଛି। ଅଟୋ ନିର୍ମାତା ସଂଘର ଆକଳନ ଅନୁଯାୟୀ, ଆଜି ସୁଦ୍ଧା ଏହି ସେକ୍ଟରରେ ପ୍ରାୟ ସାଢ଼େ ୩ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ହରାଇବାକୁ ପଡିଛି। ତେବେ ଅଟୋମୋବାଇଲ ସେକ୍ଟରରେ ଚାହିଦା ବଢ଼ାଇବାକୁ ହେଲେ ୧୦ ପ୍ରତିଶତ ଜିଏସ୍‌ଟି ହ୍ରାସ କରିବାକୁ ଦାବି ଜୋରଦାର ହୋଇଛି। ଅଟୋ କମ୍ପାନୀଗୁଡ଼ିକ ଜିଏସ୍‌ଟି ହାରକୁ ୨୮ରୁ ୧୮ ପ୍ରତିଶତକୁ କମାଇବାକୁ ଦାବି କରିଛନ୍ତି। ଏଥିସହିତ ଅଧିକ ଡେପ୍ରିସିଏଶନ ଲାଭ ଓ ଅନୁକୂଳ ସ୍କ୍ରାପେଜ ପଲିସି ଆଣିବାକୁ ସରକାରଙ୍କ ନିକଟରେ କୁହାଯାଇଛି।
ଅଟୋମୋବାଇଲ ସେକ୍ଟରରେ ଦେଖାଦେଇଥିବା ଅସୁବିଧା ସମ୍ପର୍କରେ ଜାଣିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବୈଠକ ଡକାଇଥିଲେ। ବୈଠକରେ ଉପସ୍ଥିତ ଶୀର୍ଷ କମ୍ପାନୀ ମୁଖ୍ୟମାନେ ସହାୟତା ପ୍ୟାକେଜ ମାଗିଛନ୍ତି। ଅଟୋ ସେକ୍ଟରରେ ୨୮% ଜିଏସ୍‌ଟି ସହ ସେଗମେଣ୍ଟ ହିସାବରେ ସେସ୍‌ ଆଦାୟ ହେବା କାରଣରୁ ଟିକସ ପରିମାଣ ବଢ଼ିଯାଉଛି। ବିକ୍ରି ବଢ଼ାଇବା ଲାଗି ଉଦ୍ୟୋଗକୁ ଅଧିକ ପୁଞ୍ଜି ଉପଲବ୍‌ଧତା ହେବା ଜରୁରୀ ବୋଲି ମତପ୍ରକାଶ ପାଇଛି। ତେବେ ଅଟୋ ସେକ୍ଟରରେ କାହିଁକି ମାନ୍ଦାବସ୍ଥା ମାଡି ଆସିଛି, ସେସମ୍ପର୍କରେ ତର୍ଜମା କରାଯାଉ।
ବିକ୍ରି ହ୍ରାସ ପାଇବାର କାରଣ
ଦେଶର ଅର୍ଥନୀତି ଧିମା ହେବା, ନଗଦ ସଙ୍କଟ କାରଣରୁ ଋଣ ପାଇବା ଏବେ ଅସମ୍ଭବ ହେଲାଣି। ଗ୍ରାମାଞ୍ଚଳରେ ଚାହିଦା କମିବା ଏବଂ ପୁରୁଣା ଗାଡ଼ିର ସଂଗଠିତ ବଜାର ବିକାଶ ହେବା ନୂଆ ଗାଡ଼ି ବିକ୍ରି କମିବାର ମୁଖ୍ୟ କାରଣ ବୋଲି ଧରାଯାଉଛି।
ଋଣ ମିଳିବାରେ ଅସୁବିଧା
ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଓ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ଦେଖାଦେଇଥିବା ସଙ୍କଟ କାରଣରୁ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକରେ ନଗଦ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଏବେ ଅଟୋ ଋଣ ମିଳିବା କଷ୍ଟକର ହୋଇଛି। ଅର୍ଥନୀତି ଧିମା ହୋଇଯିବା କାରଣରୁ ବେତନ ନ ବଢ଼ିବା ଯୋଗୁ ଲୋକଙ୍କ ନିକଟରେ ଗାଡ଼ି କିଣିବା ଲାଗି ପର୍ଯ୍ୟାପ୍ତ ଅର୍ଥର ଅଭାବ ରହିଛି। ଫଳରେ ଲୋକେ ଗାଡ଼ି କିଣିବା ଯୋଜନାକୁ ଟାଳିବାରେ ଲାଗିଛନ୍ତି।
ସବୁ ସେଗମେଣ୍ଟରେ ବିକ୍ରି ହ୍ରାସ
କେବଳ ଯେ କାର୍‌ ବିକ୍ରି କମିଛି ତାହା ନୁହେଁ ଅଟୋ ସେକ୍ଟରର ସମସ୍ତ ସେଗମେଣ୍ଟରେ ଏହି ଦୂରାବସ୍ଥା ଦେଖାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଜୁନ, ୨୦୧୯ରେ ଶେଷ ହୋଇଥିବା ତ୍ରୈମାସରେ ଯାତ୍ରୀ ବାହନ ବିକ୍ରି ୧୮.୪% ହ୍ରାସ ପାଇଛି। ସେହିପରି କମର୍ସିଆଲ ଗାଡ଼ି ସେଗମେଣ୍ଟରେ ୧୬.୬%, ଦୁଇଚକିଆ ଯାନରେ ୧୧.୭% ବିକ୍ରି ହ୍ରାସ ଦେଖାଯାଇଛି। ସେହିପରି ପାସେଞ୍ଜର ଯାନ ବିକ୍ରି ଜୁନ୍‌ରେ ୧୮ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଗ୍ରାମୀଣ ଅର୍ଥନୀତିର ସଙ୍କେତ ଦେଉଥିବା ଟ୍ରାକ୍ଟର ଉଦ୍ୟୋଗରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ଦେଖାଦେଇଛି। ମାର୍ଚ୍ଚ ୨୦୧୯ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଟ୍ରାକ୍ଟର ଉଦ୍ୟୋଗ କ୍ରମାଗତ ୩ ବର୍ଷ ଧରି ୨ ଅଙ୍କ ବୃଦ୍ଧି ହାର ହାସଲ କରିଥିଲା। ତେବେ ଏହାପର ଠାରୁ ହ୍ରାସ ପାଇବା ଧାରା ଆରମ୍ଭ ହୋଇଛିି। ପରିସ୍ଥିତି ଏପରି ହେଲାଣି ଯେ, ଜୁନ୍‌ରେ ବିକ୍ରି ହାର ସର୍ବାଧିକ ୩୨ ପ୍ରତିଶତକୁ ଖସି ଆସିଛି। ମୌସୁମୀର ଅନୀୟମିତତା କାରଣରୁ ଚଳିତ ବର୍ଷ ଖରିଫ ବୁଣା କମିଛି। ଏହି କାରଣରୁ ଟ୍ରାକ୍ଟର ବିକ୍ରି କମିଛି। ସରକାର ଏକ୍ସେଲ ଲୋଡ୍‌ ମାନଦଣ୍ଡରେ ପରିବର୍ତ୍ତନ କରିବାରୁ କମର୍ସିଆଲ ଗାଡି ବିକ୍ରି ହ୍ରାସ ପାଇଛି। ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍ଚରର୍ସ(ସିଆମ୍‌) ଅନୁସାରେ ଏପ୍ରିଲ-ଜୁନ, ୨୦୧୯ରେ କମର୍ସିଆଲ ଗାଡି ସେଗମେଣ୍ଟରେ ବିକ୍ରି ୯.୫୩% ହ୍ରାସ ପାଇଛି।
ଆଗକୁ କ’ଣ ହେବ
ଆଗାମୀ ଦିନରେ ଅଟୋ ସେକ୍ଟର ପାଇଁ ସୁଖବର ନାହିଁ। ମୌସୁମୀ ବର୍ଷାରେ ସୁଧାର, ଗ୍ରାମୀଣ ଅର୍ଥନୀତି ଦୃଢ଼ ହେବା, ପାର୍ବଣ ଋତୁର ଚାହିଦା ଆଦି ଉପରେ ଅଟୋ ସେକ୍ଟର ପ୍ରଦର୍ଶନ ନିର୍ଭର କରିବ। ଏହାବ୍ୟତୀତ ଜିଏସ୍‌ଟିରେ ସଂଶୋଧନ, ଏନ୍‌ବିଏଫ୍‌ସି ସଙ୍କଟର ସମାଧାନ ଉପରେ ଅଟୋ ସେକ୍ଟର ପୁନରୁଦ୍ଧାର ନିର୍ଭର କରିବ।
ଦ୍ୱନ୍ଦ୍ୱରେ ଗ୍ରାହକ
ଆସନ୍ତାବର୍ଷ ଜୁନ୍‌ରୁ ଦେଶରେ ବିଏସ୍‌-୬ ମାନଦଣ୍ଡର ଗାଡ଼ି ଚାଲିବ। ଫଳରେ ଦେଶରୁ ଧିରେ ଧିରେ ବିଏସ୍‌-୪ ଗାଡ଼ିକୁ ପ୍ରତ୍ୟାହାର କରାଯିବ। ଏହାଦ୍ୱାରା ତୈଳ ଇନ୍ଧନଯୁକ୍ତ ଗାଡ଼ି ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ଅନେକାଂଶରେ କମାଇହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏବେ ଇଲେକ୍ଟ୍ରିକ ଗାଡି ବିକ୍ରିକୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି। ଇ-ଯାନ କ୍ରୟରେ ଆୟକରରେ ଦେଢ଼ ଲକ୍ଷ ଟଙ୍କା ଛାଡ଼ ସହ ଜିଏସ୍‌ଟି ୧୨ରୁ ୫%କୁ ହ୍ରାସ କରାଯାଇଛି। ସେହିପରି ବ୍ୟାଟେରୀ ଉପରେ ଜିଏସ୍‌ଟି ୫%କୁ ହ୍ରାସ କରାଯାଇଛି। କେଉଁ ଗାଡି କିଣିଲେ ଉଚିତ୍‌ ହେବ ସେ ନେଇ ଏବେ ଗ୍ରାହକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଏହି କାରଣରୁ ସେମାନେ ଗାଡ଼ି କିଣିବାଠାରୁ ଦୂରେଇ ଯାଇଛନ୍ତି। ଗାଡ଼ି ବିକ୍ରି ହ୍ରାସ ପାଇବା ଏହା ଅନ୍ୟତମ ମୁଖ୍ୟ କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri