Odisha Elections 2024

ତିରିମଲ ଗ୍ରାମରେ ବାଣ ବିସ୍ଫୋରଣ

ଜଟଣୀ,୧୨ା୧୦(ରବୀନ୍ଦ୍ରନାଥ ମହାକୁଡ଼)ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଣ ବିସ୍ପୋରଣ ଘଟିଛି। ଏଥିରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବାବେଳେ ବାଣ ପ୍ରସ୍ତୁତକାରୀଙ୍କ ଘରଛାତ ଉଡ଼ିଯିବା ସହ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ପୋରଣ ଯୋଗୁ ଭୀଷଣ ଶବ୍ଦ ସୃଷ୍ଟି ହେବା ସହିତ କେତେଜଣ ପଡ଼ୋଶୀ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ତିରିମଲ ଗ୍ରାମର ପାତ୍ର ସାହିରେ ଥିବା ତ୍ରିନାଥ ପାତ୍ରଙ୍କ ଘରେ କୌଣସି କାରଣରୁ ବାଣ ବିସ୍ପୋରଣ ଘଟିଥିଲା। ତ୍ରିନାଥ ବାଣ ତିଆରି କରିବା ସହ ବିକ୍ରି କରିଥାନ୍ତି। ପରିବାର ପ୍ରତିପୋଷଣ ପାଇଁ ସେ ବାଣ ବ୍ୟବସାୟ ଉପରେ ନିର୍ଭରଶୀଳ। ଘରେ ବାଣ ଗଛିତ ଥିବାବେଳେ କୌଣସି କାରଣରୁ ବିସ୍ପୋରଣ ଘଟିଥିଲା। ଏହି ଘଟଣାରେ ତ୍ରିନାଥଙ୍କ ଦୁଇ ବଖରା ସହିତ ପଡ଼ୋଶୀ ମାଗୁଣି ପାତ୍ରଙ୍କ ଦୁଇ ବଖରା ଘରର ଛାତ ଉଡ଼ିଯାଇଥିଲା। ମାଗୁଣିଙ୍କ ସ୍ତ୍ରୀ ବାଣ ବିସ୍ପୋରଣରେ ଆହତ ହୋଇଥିଲେ। ଘଟଣାସ୍ଥଳରେ ଏକ ବାଛୁରୀର ମୃତ୍ୟୁ ହୋଇଥିଲା। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଏବଂ ପରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତ୍ରିନାଥଙ୍କ ସାନପୁଅ ମୁନା ପାତ୍ର ଏବ ତାଙ୍କ ସ୍ତ୍ରୀ ସ୍ମୃତିରେଖା ପାତ୍ର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ଜଣାପଡିଛି। ବିସ୍ପୋରଣରେ ସ୍ମୃତିରେଖା ପୋଡ଼ିିଯାଇଥିବା ବେଳେ ସେ  ୭ ମାସର ଗର୍ଭବତୀ ରହିଥିବା ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଖବର ଲେଖା ହେଲା ପର୍ଯ୍ୟନ୍ତ ପୀଡିତଙ୍କ ପକ୍ଷରୁ କେହି ଜଟଣୀ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି। ତେବେ ଆଲୋକର ପର୍ବ ଦୀପାବଳି ପୂର୍ବରୁ ଏଭଳି ଅଘଟଣକୁ ନେଇ ଜଟଣୀ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆସନ୍ତା ଦୀପାବଳିକୁ ନଜରରେ ରଖି ଜଟଣୀରେ କୋଟି କୋଟି ଟଙ୍କାର ବାଣ ଆସି ବିଭିନ୍ନ ସ୍ଥାନରେ ଗଛିତ କରିଲେଣି। ଜଟଣୀ ସହର ଓ ଏହାର ପାଖଆଖରେ ବେପାର କରୁଥିବା ସିଜିନାଲ ବ୍ୟବସାୟୀମାନେ ବାଣ ଗଛିତ ରଖିବା ଓ ବିକ୍ରି କରିବା ପାଇଁ ବୈଧ ଲାଇସେନ୍ସ ପାଇଥିବା ଏବଂ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ସଜାଗ ରହିଛନ୍ତିକି ନାହିଁ ସେ ନେଇ ଅନେକ ପ୍ରଶ୍ନ ଉଠିଛି।

Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri