Odisha Elections 2024

ମିଳେଇଯାଉଛି ଇଟା, ପିଲରରେ ଦିଶୁଛି ଛଡ଼

ଫୁଲବାଣୀ,୮ା୧୦(ରାକେଶ କୁମାର ରାଉତ)କନ୍ଧମାଳ ଜିଲା ଫୁଲବାଣୀ ଷ୍ଟାଡିୟମ ସମ୍ମୁଖରେ ରହିଛି ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍‌ଡବ୍ଲୁୃସି)ର କାର୍ଯ୍ୟାଳୟ। କିଛିଦିନ ହେବ ଏହାର ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ କାମ ଏତେ ନିମ୍ନମାନର ହେଉଛି ଯେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବାକୁ ଯାଉଛି। ପାଚେରୀ କାମରେ ଲାଗିଥିବା ଇଟା ମିଳେଇ ଯାଉଛି। ଯେଉଁ ପିଲର (କଲମ) ତିଆରି ହୋଇଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ପିଲରରେ ଛଡ଼ ଦେଖାଯାଉଛି। କୌଣସି ଅଧିକାରୀ ଅବା ଯନ୍ତ୍ରୀ କାମ ଦେଖିବାକୁ ଆସୁନାହାନ୍ତି। ଏହି ପଣ୍ୟାଗାର ନିଗମ କାର୍ଯ୍ୟାଳୟ ପାଚେରୀ ନ ଥିବାରୁ ଅନେକ ସମୟରେ ଅସାମାଜିକ ବ୍ୟକ୍ତି ସେଠାରେ ଆଡ୍ଡା ଜମାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପାଚେରୀ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲା। ଏହି କାମ କରିବା ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣାର ଜଣେ ଠିକାଦାର ଟେଣ୍ଡର ପାଇଛନ୍ତି। ପ୍ରାୟ ୨଼ ମାସ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। କାମର ତଦାରଖ ଦାୟିତ୍ୱରେ ଫୁଲବାଣୀରେ କେହି ଅଧିକାରୀ ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାମ କରୁଛନ୍ତି। ବିଭାଗୀୟ ଯନ୍ତ୍ରୀ ଥରେ ଆସି ଆଉଟଲେଟ ଦେବା ପରେ ଆଉ ଦେଖାନାହାନ୍ତି। ଠିକାଦାର ବି ଏଠାରେ ରହୁ ନ ଥିବାରୁ ନିୟୋଜିତ ଶ୍ରମିକମାନେ ନିଜ ଇଚ୍ଛାରେ କାମ କରୁଛନ୍ତି। କାର୍ଯ୍ୟାଳୟର ଉପର ପାର୍ଶ୍ୱରେ ପାହାଡ ରହିଛି। ବର୍ଷାଜଳ ଅଧିକ ପରିମାଣରେ ହେଲେ ଏହି ପିଲର ଏବଂ ପାଚେରୀ ଭୁଶୁଡିଯିବା ସମ୍ଭାବନା ରହିଛି। ତେଣୁ କାର୍ଯ୍ୟ ଠିକ ଭାବରେ କରାଯିବାକୁ ସାମାଜିକ କର୍ମୀ ଗିରିଶ ପଟ୍ଟନାୟକ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୦୪ରେ ଫୁଲବାଣୀରେ ରାଜ୍ୟ ପଣ୍ୟାଗାର ନିଗମ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା। ସେତେବେଳର ନିଗମ ଅଧ୍ୟକ୍ଷ ତଥା ଟିଟିଲାଗଡ ବିଧାୟକ ଯୋଗେନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ନିଗମ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଘରଭଡା ଦେଉଥିଲା। ପ୍ରଥମେ ଜିଲା ଯୋଗାଣ ବିଭାଗ ଏହାର ସମସ୍ତ ଗୃହକୁ ଭଡାରେ ନେଇଥିଲା। ୨୦୨୧ରେ ଏଠାରେ ଚାଉଳ ଘୋଟାଲା ହୋଇଥିଲାା ସେତବେଳେ ଦାୟିତ୍ୱରେ ଥିବା ପଣ୍ୟାଗାର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଲମ୍ବିତ ହୋଇଥିଲେ। ସେବେଠାରୁ ଏହାର ଗୋଦାମଗୃହ ଖାଲି ପଡିଥିଲାା କିଛି ଦିନ ପରେ ଟିଡିସିିସି (ଆଦିବାସୀ ଉନ୍ନୟନ ସମବାୟ ନିଗମ/ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ) ଏଠାରେ ଥିବା ୩ଟି ଗୋଦାମରୁ ଗୋଟିଏ ନେଇଛି। ସେଠାରେ ଏବେ ମାଣ୍ଡିଆ ମହଜୁଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

ଜୟଦେବ ମିଛ କହୁଛନ୍ତି, ଦମ୍‌ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି...

ଜବାଗଡ଼ ନଦୀଘାଟରେ ଡଙ୍ଗାବୁଡ଼ି ଘଟଣା: ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

କୋରାପୁଟ,୧୮ା୫(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଲାପୁଟ ପଞ୍ଚାୟତ ଜବାଗଡ଼ ନଦୀଘାଟରେ ଗତ ଗୁରବାର ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ସୁକୁ ପ୍ରଧାନୀ (୩୫)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri