ସାଇତା ହୋଇପାରୁନି ସ୍ମୃତି

ବାଳୁତ ଅବସ୍ଥା, ତଥାପି ଦେଶ ପ୍ରେମରେ ସେ ଥିଲେ ବୟସ୍କ। ସ୍ବାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ସାରଥି। ବନ୍ଧୁକଧାରୀ ବ୍ରିଟିଶ ଫୌଜଙ୍କୁ ବ୍ରାହ୍ମଣୀ ପାର କରାଇ ନ ଦେବାର ପଣ କରି ଶହୀଦ ହୋଇଥିଲେ ସେ। ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ବି ଏଯାଏ ସାଇତା ହୋଇପାରିନି ଏହି ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ସ୍ମୃତି। ବିକାଶଠାରୁ ଦୂରରେ ରହିଯାଇଛି ତାଙ୍କ ଜନ୍ମମାଟି ନୀଳକଣ୍ଠପୁର ଗାଁ। ଅକ୍ଟୋବର ୫ ଜନ୍ମଦିବସରେ ତାଙ୍କୁ ମନେ ପକାଇବ ପୂରା ଦେଶ। ସ୍ମୃତିଚାରଣ କରିବେ ନେତା, ଜନତା। କିନ୍ତୁ ନୀଳକଣ୍ଠପୁରରେ କେତୋଟି ନାମ ଫଳକ, ସ୍ମୃତିସ୍ତମ୍ଭ ଛଡ଼ା କିଛି ବି କରିପାରିନି ସ୍ଥାନୀୟ ପ୍ରଶାସନ।

ଢେଙ୍କାନାଳ,୫ା୧୦(ରତନ ନାୟାର)ସର୍ବକନିଷ୍ଠ ଶହୀଦ ବାଜି ରାଉତ ଦେଶର ଗର୍ବ ଓ ଗୌରବ। ତାଙ୍କ ସାମର୍ଥ୍ୟ, ସାହସକୁ ସର୍ବଦା ସ୍ମରଣ କରାଯାଉଛି। ପ୍ରତିବର୍ଷ ଅକ୍ଟୋବର ୫ ଜନ୍ମ ଦିବସ ଓ ଅକ୍ଟୋବର ୧୧ ପୁଣ୍ୟତିଥିରେ ଏହି ଶହୀଦଙ୍କ ସ୍ମୃତିଚାରଣ ହେଉଛି। ସଭା, ସମିତିଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବରେ ତାଙ୍କ ତ୍ୟାଗ ଓ ବଳିଦାନର ଉଦାହରଣ ଦିଆଯାଉଛି। ତାଙ୍କ ଗାଁ ନୀଳକଣ୍ଠପୁରକୁ ଆଦର୍ଶ ଗ୍ରାମ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଛି। ସେଠାରେ ଥିବା ସ୍ମୃତିସ୍ତମ୍ଭ ପରିସରରେ ପାର୍କ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି। ହେଲେ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଆଗ୍ରହ ଦେଖାଉ ନ ଥିବାରୁ ଶହୀଦଙ୍କ ସ୍ମୃତିରକ୍ଷା ହୋଇପାରୁ ନ ଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି।
ଭୁବନ ବ୍ଲକ ନୀଳକଣ୍ଠପୁର ଗ୍ରାମରେ ୧୯୨୬ ଅକ୍ଟୋବର ୫ରେ ଜନ୍ମ ହୋଇଥିଲେ ବାଜି ରାଉତ। ପିତା ଥିଲେ ହରି ରାଉତ ଓ ମା’ ରାଣିଆ ଦେବୀ। ତାଙ୍କର ଆଉ ୨ଜଣ ବଡଭାଇ ରହିଛନ୍ତି। ଢେଙ୍କାନାଳ ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ସ୍ବାଧୀନତା ସଂଗ୍ରାମ ଉଗ୍ରରୂପ ନେଉଥିବା ବେଳେ ୧୯୩୮ ଅକ୍ଟୋବର ୧୧ରେ ବ୍ରିଟିଶ ଫୌଜ ଭୁବନ ପଟୁ ଆସି ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ନଦୀ ପାର ହେବା ପାଇଁ ଉଦ୍ୟମ କରୁଥିଲେ। ହେଲେ ଗ୍ରାମର ୧୨ ବର୍ଷର ବାଳକ ବାଜି ରାଉତ ଏହାର ତୀବ୍ର ପ୍ରତିିବାଦ କରିଥିଲେ। ବ୍ରିଟିଶ ଫୌଜଙ୍କ ନାଲି ଆଖିକୁ ସେ ଖାତିର କରି ନ ଥିଲେ। ଶେଷରେ ବ୍ରିଟିଶ ଫୌଜଙ୍କ ଗୁଳିରେ ସେ ଶହୀଦ ହୋଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ବୀର ବୈଷ୍ଣବ ପଟ୍ଟନାୟକଙ୍କ ଉଦ୍ୟମରେ ବାଜି ରାଉତ ଏବଂ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କୁ କଟକ ନିଆଯାଇ ବିଶାଳ ଶୋଭାଯାତ୍ରାରେ ସତୀ ଚଉରାଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ହେଲେ ଶହୀଦ ହେବାର ୮୫ ବର୍ଷ ପରେ ମଧ୍ୟ ତାଙ୍କ ସ୍ମୃତିରକ୍ଷା ପାଇଁ ସରକାର ନେଇଥିବା ପଦକ୍ଷେପକୁ ସ୍ଥାନୀୟ ପ୍ରଶାସନ ଆଗେଇ ନେଇପାରି ନାହିଁ। ତାଙ୍କ ଜନ୍ମମାଟିରେ କେତୋଟି ନାମ ଫଳକ ଏବଂ ସ୍ମୃତିସ୍ତମ୍ଭ ଛଡା ଆଉ କିଛି ଦେଖିବାକୁ ମିଳୁନାହିଁ। ସ୍ମୃତିସ୍ତମ୍ଭ ପରିସରରେ ପାର୍କ ଓ ଆଲୋକୀକରଣ ହୋଇପାରି ନାହିଁ। ଜନ୍ମ ସ୍ଥାନରେ ୭/୮ ବର୍ଷ ହେବ କେବଳ ଏକ କଂକ୍ରିଟ୍‌ ପିଣ୍ଡି ନିର୍ମାଣ କରି ସ୍ଥାନୀୟ ପ୍ରଶାସନ ଚୁପ୍‌ ରହିଛି। ଏକ ଘର ନିର୍ମାଣ କରାଯାଇ ସେଥିରେ ପ୍ରତିମୂର୍ତ୍ତି, ଫଟୋଚିତ୍ର, ତାଙ୍କ ସମ୍ପର୍କିତ ଓ ଗ୍ରାମ ସମ୍ପର୍କିତ ତଥ୍ୟ ରଖିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ତାହା ଏଯାଏ ହୋଇପାରି ନାହିଁ। ଗାଁକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ବ୍ରାହ୍ମଣୀ ଘାଟରେ ସ୍ମୃତି ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।

କେବଳ ନାମରେ ସୀମିତ ରଖାଯାଇଛି
ନୀଳକଣ୍ଠପୁରର ଯେଉଁଭଳି ବିକାଶ ହେବା କଥା ତାହା ହୋଇପାରିନାହିଁ। କେବଳ ଜନ୍ମ ଓ ଶ୍ରାଦ୍ଧ ଦିବସରେ ସମସ୍ତେ ଆସୁଛନ୍ତି, ଶହୀଦଙ୍କ ସ୍ମୃତିଚାରଣ କରୁଛନ୍ତି। କିନ୍ତୁ ଏହାପରେ କେବଳ ନାମରେ ତାଙ୍କୁ ସୀମିତ ରଖାଯାଇଛି। ନୀଳକଣ୍ଠପୁର ଗ୍ରାମକୁ ନିକଟରେ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି। ତେଣୁ ଏହାକୁ ଏକ ସ୍ବତନ୍ତ୍ର ଗ୍ରାମରେ ପରିଣତ କରାଯାଉ।
-ବେଣୁଧର ପ୍ରଧାନ, ନୀଳକଣ୍ଠପୁର

ଜନ୍ମମାଟିକୁ ମନେରଖିବା ଭଳି କାର୍ଯ୍ୟ ହେବା ଦରକାର
ପିଲାବେଳେ ଆମେ ବାଜିଙ୍କୁ ଦେଖିଛୁ। ଭୁବନ ଆଡୁ ଗୋରା ଫୌଜ ମାଡି ଆସୁଥିଲେ। ନଦୀଘାଟରେ ଡଙ୍ଗାରେ ପାର କରିବା ପାଇଁ ବାଜିଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ସେ ନ ମାନିବାରୁ ଗୋରା ଫୌଜ ଗୁଳି କରିଥିଲେ। ବାଜି ଟଳି ପଡିଥିଲେ। ବାଜି ରାଉତ ସମସ୍ତଙ୍କ ପାଇଁ ଗର୍ବ ଗୌରବ ଓ ପ୍ରେରଣା। ସବୁପିଢି ତାଙ୍କୁ ଏବଂ ତାଙ୍କର ଜନ୍ମମାଟିକୁ ମନେ ରଖିବା ଭଳି କାର୍ଯ୍ୟ ହେବା ଦରକାର।
-କାହ୍ନୁ ଚରଣ ମଲ୍ଲିକ, ନୀଳକଣ୍ଠପୁର


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri