Posted inଫୁରସତ

ଇନ୍ଦ୍ରଧନୁ

ବର୍ଷା ପରେ ଆକାଶରେ ଦେଖାଯାଉଥିବା ଏକ ଚମତ୍କାର ଦୃଶ୍ୟ ହେଉଛି ଇନ୍ଦ୍ରଧନୁ। ସାତରଙ୍ଗର ଓ ଧନୁ ଆକାରର ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିଥାଏ। ତେବେ ଅନେକଥର ଏହି ଅଦ୍ଭୁତ ଦୃଶ୍ୟକୁ ଦେଖିବାବେଳେ ମନରେ ଏହାର ଉତ୍ପତ୍ତି ଓ ରଙ୍ଗକୁ ନେଇ ଉଠିିଥିବ ଅନେକ ପ୍ରଶ୍ନ। ଏଥର ଜାଣିବା ସେ ପ୍ରଶ୍ନର ଉତ୍ତର ସବୁ…

ସ୍କୁଲରେ ବିଜ୍ଞାନ ପଢାଇବାବେଳେ ଶିକ୍ଷକ ଦେଖାଇଥିବେ ସୂର୍ଯ୍ୟଙ୍କ ପ୍ରକାଶ ଯେବେ ଏକ ପ୍ରିଜମ ଦେଇ ଗତି କରେ ତାହା ସାତ ରଙ୍ଗରେ ବିଭକ୍ତ ହୋଇଯାଏ। ଯାହାକୁ ଆଲୋକର ପ୍ରତିସରଣ କୁହାଯାଏ। ଇନ୍ଦ୍ରଧନୁ ବି ଏହିସୂତ୍ରରେ ସୃଷ୍ଟି ହୋଇଥାଏ। ଇନ୍ଦ୍ରଧନୁ ଆଲୋକର ପରାବର୍ତ୍ତନ, ଅପବର୍ତନ ଏବଂ ଜଳ ବୁନ୍ଦାରେ ଆଲୋକ ବିକ୍ଷେପଣ ଯୋଗୁ ହୋଇଥାଏ। ଆମକୁ ସାଧାରଣତଃ ସୂର୍ଯ୍ୟର ଆଲୋକ ଧଳା ପରି ଲାଗେ। କିନ୍ତୁ ତାହା ବିଭିନ୍ନ ରଙ୍ଗର ମିଶ୍ରଣରେ ତିଆରି। ଯେତେବେଳେ ଏହି ଆଲୋକ ବର୍ଷାର ଜଳବୁନ୍ଦା ଦେଇ ଗତି କରେ ସେହି ରଙ୍ଗଗୁଡିକ ଅଲଗା ହୋଇଯାଏ। ଆଉ ଇନ୍ଦ୍ରଧନୁରେ ପରିଣତ ହୁଏ। ଯେଉଁଥିରେ ବାଇଗଣି,ଘନନୀଳ, ନୀଳ,ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ ଆଦି ସାତରଙ୍ଗ ଦେଖିବାକୁ ମିଳେ। ଆଉ ପ୍ରତିରଙ୍ଗର ଏକ ଓ୍ବେଭଲେନ୍ଥ ଥାଏ। ବାଇଗଣୀର ସବୁଠାରୁ ଛୋଟ ଓ୍ବେଭଲେନ୍ଥ ଓ ଲାଲର ସବୁଠୁ ଲମ୍ବା ଓ୍ବେଭଲେନ୍ଥ ଥାଏ। ତେଣୁ ବାଇଗଣୀ ଭିତର ଆଡକୁ ଦେଖାଯିବାବେଳେ ଲାଲରଙ୍ଗ ବାହାର ଆଡକୁ ଦେଖାଯାଏ। ଏହାକୁ ଭିଜିବଲ ସ୍ପେକ୍ଟ୍ରମ ବା ଦୃଶ୍ୟମାନ ବର୍ଣ୍ଣଛିଟା କୁହାଯାଏ। ଯଦି ସୂର୍ଯ୍ୟାଲୋକ ଜଳବୁନ୍ଦାର ସଠିକ କୋଣରେ ପ୍ରବେଶ କରେ ଓ ଆଲୋକର ଦିଗ ପରିବର୍ତ୍ତନ ହୁଏ, ଆଲୋକ ପ୍ରତିସରଣ ଦ୍ୱାରା ସୂର୍ଯ୍ୟାଲୋକ ବିଭିନ୍ନ ରଙ୍ଗରେ ବିଭକ୍ତ ହୋଇଥାଏ। ଯଦି ଅଧିକ ଆଲୋକ ଜଳବୁନ୍ଦା ଦେଇ ଗତି କରି ପ୍ରତିସରଣ ହୁଏ ଆମେ ସାତରଙ୍ଗର ଇନ୍ଦ୍ରଧନୁ ଆକାଶରେ ଦେଖୁ।

କାହିଁକି ଦେଖାଯାଏ ନାହିଁ ଅନ୍ୟରଙ୍ଗ: ବାଦାମୀ, ଧଳା ପରି ଅନ୍ୟ ରଙ୍ଗ ଇନ୍ଦ୍ରଧନୁରେ କେବେ ଦେଖିବାକୁ ମିଳେନା। ଆଉ ଏହା ପଛର କାରଣ ହେଉଛି ସାଧାରଣତଃ ଇନ୍ଦ୍ରଧନୁର ପାଖାପାଖି ଦୁଇ ରଙ୍ଗର ପଟିର ମିଶ୍ରଣରେ ଅନେକ ସମୟରେ ଏହାର ମଝି ଭାଗରେ ଅନ୍ୟ ଏକ ରଙ୍ଗ ତିଆରି ହୋଇଥାଏ। ଯେମିତିକି ସବୁଜ ଓ ନୀଳରଙ୍ଗ ପାଖାପାଖି ରହୁଥିବାରୁ ଏହି ଦୁଇ ରଙ୍ଗ ମଝିରେ ଆମେ ଟରକୋଇଜ୍‌ ରଙ୍ଗ ଦେଖିପାରୁ। ଯେହେତୁ ଲାଲ ଓ ସବୁଜ ରଙ୍ଗର ମିଶ୍ରଣରେ ବାଦାମୀ ରଙ୍ଗ ସୃଷ୍ଟି ହୋଇଥାଏ। ଆଉ ଲାଲ ଓ ସବୁଜ ରଙ୍ଗ ଇନ୍ଦ୍ରଧନୁରେ ପାଖାପାଖି ନ ଥାଏ ବାଦାମୀ ରଙ୍ଗ ଇନ୍ଦ୍ରଧନୁରେ ଦେଖିବାକୁ ମିଳେନା। ସେହିଭଳି ଧଳାରଙ୍ଗ ସବୁରଙ୍ଗର ମିଶ୍ରଣରେ ସୃଷ୍ଟି ହୁଏ। ହେଲେ ଜଳବୁନ୍ଦା ଦେଇ ସୂର୍ଯ୍ୟାଲୋକ ଗତିକଲାବେଳେ ଧଳାରଙ୍ଗ ଅପସାରିତ ହୋଇ ବିଭିନ୍ନ ରଙ୍ଗରେ ପରିଣତ ହୋଇଯାଏ। ତେଣୁ ଧଳାରଙ୍ଗ ଇନ୍ଦ୍ରଧନୁରେ ନ ଥାଏ। ଏହିଭଳି ଆହୁରି ଅନେକ ରଙ୍ଗ ଅଛି ଯାହା କିଛି ରଙ୍ଗର ମିଶ୍ରଣରେ ଉତ୍ପନ୍ନ ହୋଇଥାଏ। ଇନ୍ଦ୍ରଧନୁର ରଙ୍ଗପଟିରେ ସେହି ସବୁ ରଙ୍ଗର ମିଶ୍ରଣ ଘଟୁ ନ ଥିବାରୁ ସେହିସବୁ ରଙ୍ଗ ଇନ୍ଦ୍ରଧନୁରେ ଦେଖିବାକୁ ମିଳେନା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri