ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

କଟକ,୨୬ା୯ (କାର୍ତ୍ତିକ ସାହୁ):ଭୁବନେଶ୍ବର ମଧ୍ୟଦେଇ ଯାଇଥିବା ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ କରିବାରେ ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକରଣର ବିଚାରପତି ବି. ଅମିତ ସ୍ଥାଲେକର ଏବଂ ଡ. ଅରୁଣ କୁମାର ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଗଙ୍ଗୁଆ ନାଳ ପ୍ରଦୂଷଣ ମାମଲା ଅନ୍ତ ଘଟାଇଛନ୍ତି।
ବର୍ଜ୍ୟଜଳ ଯୋଗୁ ଚନ୍ଦକା ସଂରକ୍ଷିତ ବନାଞ୍ଚଳରୁ ବାହାରିଥିବା ଗଙ୍ଗୁଆ ନାଳ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇରହିଛି। ୪୫ କିଲୋମିଟର ଅତିକ୍ରମ କରିଥିବା ଏହି ନାଳର ପ୍ରଦୂଷିତ ଜଳ ଦ୍ୱାରା ଦୟା ନଦୀ ଓ ଚିଲିକା ହ୍ରଦ ପ୍ରଦୂଷିତ ହେଉଛି। ଗଙ୍ଗୁଆ ନାଳ, ଦୟା ନଦୀ ଓ କୁଆଖାଇ ନଦୀକୁ ପ୍ରଦୂଷଣମୁକ୍ତ କରିବା ଉପରେ ଏନ୍‌ଜିଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ବର ସହରରେ ନର୍ଦ୍ଦମା ଜଳ ନିୟନ୍ତ୍ରଣ ପାଇଁ ସ୍ବେରେଜ ପ୍ରକଳ୍ପ ହୋଇ ନ ଥିବାରୁ ୧୦ଟି ଡ୍ରେନ ଜରିଆରେ ସିଧାସଳଖ ଗଙ୍ଗୁଆ ନାଳରେ ମିଶୁଛି। ଗଙ୍ଗୁଆର ପ୍ରଦୂଷିତ ଜଳ ଦୟା ନଦୀରେ ମିଶି ଚିଲିକା ମଧ୍ୟରେ ପ୍ରବେଶ କରି ତାକୁ ମଧ୍ୟ ପ୍ରଦୂଷିତ କରୁଛି। ତେଣୁ ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ କାର୍ଯ୍ୟ କରିବ। ଏହି ଟାସ୍କଫୋର୍ସ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏହି ଟାକ୍ସଫୋର୍ସ ଗଠନ କରାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲାପାଳ, କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ବୈଜ୍ଞାନିକଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇଛି। ଏହି କମିଟି ଦ୍ବାରା ଗଙ୍ଗୁଆକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ନର୍ଦ୍ଦମା ଜଳକୁ ପ୍ରଦୂଷଣମୁକ୍ତ କରିବା ଲାଗି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର କାର୍ଯ୍ୟ ନଭେମ୍ବର ମାସ ସୁଦ୍ଧା ଶେଷ ହେବ। କୁଆଖାଇ, ଗଙ୍ଗୁଆ ନାଳ ଓ ଦୟାନଦୀକୁ ପ୍ରଦୂଷଣମୁକ୍ତ ଲାଗି ସ୍ବତନ୍ତ୍ର ଟାସ୍କ ଫୋର୍ସ କାର୍ଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଜାରି ରହିଥିବା ବେଳେ ଏନ୍‌ଜିଟିଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଥିବା ସ୍ବତନ୍ତ୍ର ଟାସ୍କଫୋର୍ସ ଗଙ୍ଗୁଆ, ଦୟାନଦୀ ଓ କୁଆଖାଇ ନଦୀକୁ ପ୍ରଦୂଷଣମୁକ୍ତ ରଖିବା ନିମନ୍ତେ କାର୍ଯ୍ୟ କରିବା ନେଇ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷ ବର୍ଷ ଧରି ଗଙ୍ଗୁଆ ନାଳର ଏପରି ଅବସ୍ଥା ଲାଗି ରହିଥିବା ବେଳେ ଦୟା ଓ ଚିଲିକାକୁ ପ୍ରଦୂଷଣମୁକ୍ତ କରିବାକୁ ହେଲେ ପ୍ରଥମେ ଗଙ୍ଗୁଆ କେନାଲକୁ ପ୍ରଦୂଷଣମୁକ୍ତ ରଖିବାକୁ ହେବ ବୋଲି ଆବେଦନ କରି ସାମାଜିକ କର୍ମୀ ବୃନ୍ଦାବନ ଦାସ ଆଜାଦ ଏନ୍‌ଜିଟିରେ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଫ୍ରାଜ ସୁହେଲେ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri