Odisha Elections 2024

ଅବ୍ୟବହୃତ ଅବସ୍ଥାରେ ୨୫ ଶୌଚାଳୟ

ରାୟଗଡ଼ା,୨୫।୯(ଆଶିଷ ରଞ୍ଜନ ପଣ୍ଡା):ଉନ୍ନତ ସହର ଭାବେ ୩ ଥର ପୁରସ୍କୃତ ହୋଇଥିବା ରାୟଗଡ଼ା ସହରରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପୌର ପରିଷଦ ପକ୍ଷରୁ ୨୫ଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ନ ହୋଇ ନଷ୍ଟ ହେବାକୁ ବସିଲାଣି। ଫଳରେ ବ୍ୟବସାୟ କରିବାକୁ ଆସୁଥିବା ଉଠା ଦୋକାନୀ, ଯାତ୍ରୀ ଶୌଚାଳୟର ସୁବିଧା ପାଇପାରୁନାହାନ୍ତି। ବିଶେଷକରି ମହିଳାମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ରାୟଗଡ଼ା ସହରର ପରିମଳ ବ୍ୟବସ୍ଥାକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ପାଇଁ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୨୫ ଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ରାୟଗଡ଼ା ସହରର ମୁଖ୍ୟ ରାସ୍ତା, ଜିସିଡ଼ି ହାଇସ୍କୁଲ ପଡ଼ିଆ, ଜିଲା ପରିଷଦ କାର୍ଯ୍ୟାଳୟ ପାର୍ଶ୍ୱରେ ଏହିଭଳି ବିଭିନ୍ନ ସ୍ଥାନରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରି ପୌର ପରିଷଦ ଏହି ଶୌଚାଳୟଗୁଡ଼ିକ ନିର୍ମାଣ କରିଥିଲେ। ହେଲେ ଦୂରଦୃଷ୍ଟି ଅଭାବ କାରଣରୁ ସେଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। କେଉଁଠାର ପାଣିର ସୁବିଧା ନାହିଁ ତ ଆଉ କେଉଁଠାରେ ଅନ୍ୟ ଅସୁବିଧା ଲାଗି ରହିଛି। ମେଡ଼ିକାଲ ନିକଟରେ ନିର୍ମାଣ ହୋଇଥିବା ଶୌଚାଳୟକୁ ବ୍ୟବସାୟୀ ଦଖଲ କରି ନିଜର ଷ୍ଟୋରରୁମ୍‌ କରି ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ରଖୁଥିବା ଜଣାପଡ଼ିଛି। ସେହିଭଳି ଜିସିଡ଼ି ପଡ଼ିଆରେ ନିର୍ମାଣ ହୋଇଥିବା ଶୌଚାଳୟ ବ୍ୟବହୃତ ନ ହୋଇ ନଷ୍ଟ ହେବାକୁ ଲାଗିଲାଣି। ମଝିଘରିଆଣି ମନ୍ଦିର ନିକଟରେ ନିର୍ମାଣ ହୋଇଥିବା ଶୌଚାଳୟର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ନଷ୍ଟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଦୂରଦୂରାନ୍ତରୁ ମଝିଘରିଆଣୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ବହୁ ସମସ୍ୟା ଭୋଗୁଛନ୍ତି। ସେହିଭଳି ରୟତ କଲୋନୀ ଛକ ଏବଂ ଡେଲି ମାର୍କେଟ ଠାରେ ନିର୍ମାଣ ହୋଇଥିବା ଶୌଚାଳୟ ମଧ୍ୟ ବନ୍ଦ ପଡ଼ିଛି। ତେଣୁ ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହିତ କାର୍ଯ୍ୟକ୍ଷମ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ସାଧାରଣରେ ଦାବି ହୋଇଛି। ଏ ବିଷୟରେ ପୌରାଧ୍ୟକ୍ଷ ମହେଶ ପଟ୍ଟନାୟକଙ୍କୁ ପଚାରିବାରୁ ଖୁବଶୀଘ୍ର ସମସ୍ତ ଶୌଚାଳୟ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା...

ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ...

ଦାଣ୍ଡେ ଦାଣ୍ଡେ ପୂଜାପାଉଛନ୍ତି ମା’ ଫୁଲସୁନ୍ଦରୀ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଦୁଇଜଣ ଗୋପାଳ ସମ୍ପ୍ରଦାୟର ବ୍ୟକ୍ତି ମା’ ଫୁଲସୁନ୍ଦରୀ...

ମୋ ବସ୍‌ ଡ୍ରାଇଭରଙ୍କୁ ହାଣିଦେଲେ ଦୁର୍ବୃତ୍ତ

ଚୌଦ୍ୱାର,୨୯ା୫(ଆଶୁତୋଷ ଦାସ):ଚୌଦ୍ୱାର ଅଞ୍ଚଳରେ ମୋ ବସ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ସୁକାନ୍ତ ଦାସଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି...

ଏସ୍‌ସିବିରେ ଅବ୍ୟବସ୍ଥା, ରୋଗୀ ଅସନ୍ତୁଷ୍ଟ

କଟକ,୨୯ା୫(ଶିଳ୍ପା ପ୍ରିୟଦର୍ଶିନୀ):କଟକ ଏସ୍‌ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମେଡିକାଲର କେତେକ ସ୍ଥାନରେ ଫ୍ୟାନ୍‌ ବ୍ୟବସ୍ଥା ନ ଥିବାବେଳ ଆଉ କେତେକ ସ୍ଥାନରେ ଲାଗିଥିବା...

ବିଶ୍ୱରଞ୍ଜନ, ବର୍ଷା, ସ୍ମୃତିରେଖା, ବବିତାଙ୍କ ନାମରେ ମାମଲା

ଯାଜପୁର,୨୯ା୫(ହର୍ଷବର୍ଦ୍ଧନ ବେହେରା):ଭାରତୀୟ ଗଣତନ୍ତ୍ର ପାଇଁ ରାଜନୀତିର ଅପରାଧୀକରଣ ଉଦ୍‌ବେଗର ବିଷୟ। ଏହାସହ ପ୍ରାର୍ଥୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ମଧ୍ୟ ରାଜନୀତି ପାଇଁ ବେଶ୍‌...

ଦିନକୁ ଦିନ ବଢୁଛି ଦ୍ୱନ୍ଦ୍ୱ

ଖଇରା, ୨୯।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ଜମିଚାଲିଛି। ଭୋଟଗ୍ରହଣ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ସବୁ...

ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍‌: ୨ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ/ଫିରିଙ୍ଗିଆ,୨୮ା୫(ରାକେଶ କୁମାର ରାଉତ/ବିକ୍ରମ ଦିଗାଲ) -କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିଆ ସାହି ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ‘ସାଲୁଙ୍କି’ ନାମକ ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri