ଫ୍ଲାଏଆଶ୍‌ ଇଟା ନିମ୍ନମାନର

କୁଜଙ୍ଗ,୨୫।୯ (ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକରେ ଗଢି ଉଠିଥିବା ଫ୍ଲାଏଆଶ୍‌ ଇଟା କାରଖାନା ମାଲିକମାନେ ବିଭିନ୍ନ ଉପାୟରେ ଗରିବ ଜନସାଧାରଣଙ୍କୁ ଠକି ଚାଲିଛନ୍ତି। ଏଥିନିମନ୍ତେ ସାଧାରଣ ଜନତା ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। ପ୍ରକାଶ ଯେ, ଫ୍ଲାଏଆଶ୍‌ ଇଟା କାରଖାନା ମାଲିକମାନେ ଲୁଣା ଓ ପୋତେଇ ବାଲି ବ୍ୟବହାର କରୁଥିବା ବେଳେ ନିମ୍ନମାନର ସିମେଣ୍ଟ, ଜିପ୍‌ସମ ଓ ପାଉଁଶ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଇଟାର ମାନ ଦୁର୍ବଳ ହେଉଥିବାରୁ ଖୁବ୍‌କମ୍‌ ଦିନରେ ନଷ୍ଟ ହୋଇଯାଉଛି। ଜଣେ ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଅବା ବିଜୁ ପକ୍କାଘର ଯୋଜନାରେ ଘରଖଣ୍ଡେ କରୁଥିଲେ ବି ତାହାର ଆୟୁଷ କମିଯାଉଛି। ଅନ୍ୟପଟେ ୧୦ ଇଞ୍ଚ ଇଟା ପରିବର୍ତ୍ତେ ୯ ଇଞ୍ଚ ବା ସାଢେ ୮ ଇଞ୍ଚର ଇଟାଦେଇ ଗ୍ରାହକମାନଙ୍କୁ ଠକାଯାଉଛି। ଅପରପକ୍ଷେ କାରଖାନାରେ ଇଟାର ମୂଲ୍ୟସୂଚୀ ପ୍ରଦର୍ଶିତ କରାଯାଉନାହିଁ। ଇଟା କାରଖାନା ମାଲିକମାନେ ବ୍ୟବହାର କରୁଥିବା ଲୁଣାବାଲିକୁ ଚୋରାରେ ଆଣୁଛନ୍ତି। ଏଭଳି ଶତାଧିକ ଟ୍ରିପ୍‌ ବାଲି ଆଣି କାରଖାନା ପରିସର ବାହାରେ ଯଥା କେନାଲ ବନ୍ଧ କଡ଼ ଓ ବିଭିନ୍ନ ସ୍ଥାନରେ ଜମାକରି ରଖିଛନ୍ତି ା ସେମାନେ ବାଲି କେଉଁ ସଇରାତରୁ ଆଣିଛନ୍ତି ତାହାର ପ୍ରମାଣ ମଧ୍ୟ ଦେଇପାରୁନାହାନ୍ତି। ଅନ୍ୟପଟେ ସରକାରୀ ସଂସ୍ଥାରେ ବ୍ୟବହାର କରିବା ପୂର୍ବରୁ ମାନ ନିର୍ଦ୍ଧାରଣ କରାଯାଉନାହିଁ ବୋଲି ମାଟି ସୁରକ୍ଷା ମଞ୍ଚ ସଂଯୋଜକ ହୃଷୀକେଶ ନାଥ ଅଭିଯୋଗ କରିଛନ୍ତି। ଜଗତ୍‌ସିଂହପୁର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri