ମୋଦିଙ୍କୁ ୧୦ରୁ ୮ ମାର୍କ ଦେଲେ ନବୀନ

ଭୁବନେଶ୍ୱର,୨୫।୯(ଶର୍ମିଷ୍ଠା ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲି ପ୍ରଶଂସା କରିଛନ୍ତି। ବୈଦେଶିକ ନୀତି, ଅନ୍ୟାନ୍ୟ କାର୍ଯ୍ୟ ଓ ଦୁର୍ନୀତି ହ୍ରାସ ପାଇଁ ମୋଦିଙ୍କୁ ୧୦ରୁ ୮ ମାର୍କ ଦେଇଛନ୍ତି ନବୀନ। ହୋଟେଲ ମେ’ ଫେୟାରରେ ରବିବାର ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍‌(ଓଏଲ୍‌ଏଫ୍‌)ର ଉଦ୍‌ଯାପନୀ ସାରେ ମୁଖ୍ୟଅତିଥି ଭାବେ ନବୀନ ଯୋଗଦେଇ ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ଏଡିଟୋରିଆଲ୍‌ ଡାଇରେକ୍ଟର ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେଥିରେ ସେ ଉପରୋକ୍ତ ବିଷୟରେ କହିଛନ୍ତି।
ଆଗୁଆ ନିର୍ବାଚନ ସମ୍ପର୍କରେ ହୋଇଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଯେକୌଣସି ସମୟରେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ। ‘ୱାନ୍‌ ନେଶନ ୱାନ୍‌ ଇଲେକ୍ସନ’କୁ ସେ ସ୍ବାଗତ କରୁଥିବା ମଧ୍ୟ କହିଛନ୍ତି। ରାଜ୍ୟ ପ୍ରସଙ୍ଗରେ ସେ କହିଛନ୍ତି, ବିକାଶ ହିଁ ଆମର ମୂଳ ଲକ୍ଷ୍ୟ। ଏହାକୁ ଆଧାର କରି ଆଗକୁ ବଢ଼ିବୁ। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସହ ଆମର ଭଲ ସମ୍ପର୍କ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଦୁର୍ନୀତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ଦୁର୍ନୀତି ହଟାଇବାକୁ ସେ ପ୍ରାଥମିକତା ଦେଇଆସିଛନ୍ତି। ଏବେବି ସେ ଦୁର୍ନୀତିର ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରୁଥିବା କହିଛନ୍ତି। ନିକଟରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ନବୀନ କହିଛନ୍ତି, ଦେଶରେ ମହିଳାଙ୍କୁ ଅଗ୍ରାଧିକାର ମିଳିବା ଉଚିତ୍‌। ମହିଳା ସଂରକ୍ଷଣ ବିଲ୍‌ ଆଣିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ। ଓଡ଼ିଶାରୁ ହିଁ ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବର ଉଠିଥିବା ସେ କହିଛନ୍ତି।
‘ଦ ଆଇଡିଆଜ୍‌ ଅଫ୍‌ ଆଇଡେଣ୍ଟିଟି’ ଶୀର୍ଷକ ଆଲୋଚନାରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଯୁଦ୍ଧ ସମାପ୍ତି ପରଠାରୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରସାର, ସମ୍ରାଟ ଖାରବେଳଙ୍କ ସ୍ବର୍ଣ୍ଣିମ ଯୁଗ, ଭାଷାଗତ ସ୍ବତନ୍ତ୍ରତା ଜରିଆରେ ରାଜ୍ୟ ଗଠନ, ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିବା, ଜଗନ୍ନାଥ ସଂସ୍କୃତି ଆଦି ବିଷୟରେ ମତବ୍ୟକ୍ତ କରିଛନ୍ତି। ସେହିପରି ଅତୀତର ଅଭିଜ୍ଞତାକୁ ନେଇ ବର୍ତ୍ତମାନର ଓଡ଼ିଶା ଭବିଷ୍ୟତ ଆଡ଼କୁ ରୂପାନ୍ତରଣ ହେଉଥିବା ଏବଂ ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି ସବୁକିଛି ଏକ ରୂପାନ୍ତରଣ ଶାସନ ବ୍ୟବସ୍ଥାର ସାକ୍ଷୀ ହୋଇପାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପେରୁମାଲ୍‌ ମୁରୁଗାନ୍‌ଙ୍କୁ ସୃଜନାତ୍ମକ ଉତ୍କର୍ଷ କ୍ଷେତ୍ରରେ, ଅନିରୁଦ୍ଧ କାନିସେଟ୍ଟୀଙ୍କୁ ନନ୍‌-ଫିକ୍ସନ ପାଇଁ ଏବଂ ଦେବିକା ରେଗେଙ୍କୁ ବେଷ୍ଟ ଫିକ୍ସନ ନିମନ୍ତେ ରାମନାଥ ଗୋଏଙ୍କା ସାହିତ୍ୟ ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ ବିବେକ ଦେବରୟ, ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମନୋଜ ସନଥାଲିଆ, ସମ୍ପାଦକ ସାନ୍ତ୍ବନା ଭଟ୍ଟାଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀ ମେନନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ବର୍ଗତା ଗୀତା ମେହେଟ୍ଟାଙ୍କ ଉପରେ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri