ବିଦ୍ୟାଳୟ ରାସ୍ତାରେ ବାଡ଼, ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ

ବାଲିକୁଦା,୨୩ା୯ (ତାପସ ସ୍ବାଇଁ): ବାଲିକୁଦା ବ୍ଲକ ଶିକ୍ଷା ଅଧୀନରେ ଥିବା ଅନନ୍ତପୁର ପଞ୍ଚାୟତ କେଉପଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାତାୟାତ କରିବା କଷ୍ଠକର ହେଉଛି। ମୁଖ୍ୟ ରାସ୍ତାକୁ ସେହି ଗ୍ରାମର ଦେବେନ୍ଦ୍ର ସେଠୀ ଓ ଟୁକୁନା ସେଠୀ ଜବରଦଖଲ ପୂର୍ବକ ରାସ୍ତାରେ ବାଡ଼ ପୋତିଛନ୍ତି। ଫଳରେ ବିଦ୍ୟାଳୟର ଛାତ୍ରୀଛାତ୍ର ରାସ୍ତା ଉପରେ ବସିଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ୨୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯାଜନିକା ସାହୁ ଓ ସହକାରୀ ଶିକ୍ଷକ ଭାବେ ପରୀକ୍ଷିତ ପ୍ରଧାନ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି। ବିଦ୍ୟାଳୟକୁ ଆସିବା ସମୟରେ ରାସ୍ତାରେ ବାଉଁଶ ବାଡ଼ ଦିଆଯାଇଥିବା ପିଲା ଦେଖିବାକୁ ପାଇଥିଲେ। ଶିକ୍ଷକ ଏଣୁ ଉକ୍ତ କାରଣ ସମ୍ପର୍କରେ ପଚାରିବାରୁ ଉକ୍ତ ଗ୍ରାମର ଦେବେନ୍ଦ୍ର, ତାଙ୍କ ଭାଇ ଟୁକୁନା ସେଠୀ ସେହି ଜାଗାଟି ଆମର ଓ ସରକାର ଏହାର କାଗଜପତ୍ର ଆମ ନାମରେ କରିଛନ୍ତି। ଏଣୁ ଆମେ ଉକ୍ତ ରାସ୍ତାକୁ ଅବରୋଧ କରିଛୁ। ଯଦି କେହି ଉକ୍ତ ବାଡକୁ ଭାଙ୍ଗିବାକୁ ଚେଷ୍ଟା କରେ ତେବେ ତା’ ନାମରେ ଆମେ ଥାନାରେ ଅଭିଯୋଗ କରିବୁ ବୋଲି ଧମକାଇ ଥିଲେ। ଏପରିକି ଉକ୍ତ ରାସ୍ତାର ଗତିବିଧି ଲକ୍ଷ୍ୟ ରଖିବା ପାଇଁ ଏକ ସିସିଟିଭି କ୍ୟାମେରା ଲଗାଇ ଘରେ ବସି ଏହାର ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।
ଗ୍ରାମବାସୀଙ୍କ ସୂଚନା ମୁତାବକ, ଉକ୍ତ ଜମିଟି ଝୁଡି ଜଙ୍ଗଲ ହୋଇଥିବା ବେଳେ ଏମାନଙ୍କୁ ଲିଜ୍‌ ସୂତ୍ରରେ ତହସିଲ ପକ୍ଷରୁ ଦିଆଯାଇଥିଲା। ଯାହାର ଅବିଧି ଶେଷ ହୋଇଥିଲେ ସୁଦ୍ଧା ସେମାନେ ବଳପୂର୍ବକ ଏହାକୁ ଜବରଦଖଲ କରିବାକୁ ଚେଷ୍ଟା କରୁଛନ୍ତି। ବିଦ୍ୟାଳୟ ଆରମ୍ଭରୁ ଛାତ୍ରୀଛାତ୍ର ଓ ଶିକ୍ଷକ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ। ଆଜିର ଘଟଣା ପିଲାମାନଙ୍କୁ ରାସ୍ତା ଉପରେ ଠିଆ କରାଇଛି। ଏଣୁ ସରକାର ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ରାସ୍ତା ବନ୍ଦ ହୋଇଯିବା ପରେ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ରାସ୍ତା ଉପରେ ଏକ ଜରି ପାଲ ପକାଇ ଶିକ୍ଷା ପ୍ରଦାନ କରିଥିବା େ ମଧ୍ୟାହ୍ନ ଭୋଜନ ନ ପାଇ ପିଲା ଭୋକରେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସିଆର୍‌ସିସି ବଙ୍ଗେଶ୍ୱର ସ୍ବାଇଁଙ୍କୁ ପଚାରିବାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ ବିଇଓଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ଏକ ଚିଠି ନେଇ ଅଫିସ କାର୍ଯ୍ୟାଳୟରେ ଦିଆଯାଇଛି। ଏବିଡିଓ ସଞ୍ଜୟ କୁମାର ଦାସଙ୍କୁ ପଚାରିବାରେ ବିଇଓଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ ପାଇଁ ବ୍ୟବସ୍ଥା କରୁଛି। ହେଲେ କଥା ଉଠୁଛି ଜଣେ ବ୍ୟକ୍ତି ସରକାରଙ୍କ ସମ୍ପତ୍ତିକୁ ଜବରଦଖଲ କରିଥିବା ବେଳେ କୋମଳମତି ପିଲା ରାଜରାସ୍ତାରେ ଠିଆ ହୋଇଥିବା ଦୃଶ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ସମ୍ମୁଖକୁ ଆଣିଛି। କିଭଳି ବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି ଦାବି କରିଛନ୍ତି ଗ୍ରାମବାସୀ। ସକାଳ ୧୦ଟାରୁ ଘଟଣା ଘଟିଥିବା ବେଳେ ଅତିରିକ୍ତ ତହସିଲଦାର ବିରଜା ପ୍ରସାଦ ରାୟ, ଅନନ୍ତପୁର ଫାଣ୍ଡି ଅଧିକାରୀ ବୈକୁଣ୍ଠନାଥ ଘଡ଼େଇଙ୍କୁ ନେଇ ଘଟଣାସ୍ଥଳରେ ସା ୭ ଟାରେ ପହଞ୍ଚତ୍ ଅବରୋଧକାରୀଙ୍କ ଘରକୁ ଯାଇ କାଗଜପତ୍ର ମାଗିଥିଲେ। ଏହାର କାଗଜପତ୍ର ମାଗିବା ସହ କ’ଣ ପାଇଁ ଅବରୋଧ କଲ ବୋଲି ଚେତାବନୀ ଦେଇଥିଲେ। ଶନିବାର ଉକ୍ତ ବାଡ଼କୁ ଉଚ୍ଛେଦ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଧିକାରୀଙ୍କୁ ଜଣାଇଛନ୍ତି। ଗ୍ରାମବାସୀ ତହସିଲଦାରଙ୍କ ବିଳମ୍ବରେ ଉପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri