ଲାଗିଲା ରେଡ୍‌ ଲାଇଟ୍‌ ସିଗ୍‌ନାଲ

ଢେଙ୍କାନାଳ,୨୨ା୯(ରତନ ନାୟାର):ଢେଙ୍କାନାଳ ଜିଲାର ବିଭିନ୍ନ ରାସ୍ତା ପାର୍‌ ହୋଇ ହାତୀ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଉଛନ୍ତି। ଏପରି କି ୫୫ନଂ. ଜାତୀୟ ରାଜପଥ ଉପରେ ମଧ୍ୟ ଅନେକ ସମୟରେ ହାତୀ ଠିଆ ହୋଇ ରହୁଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଭାରିଯାନ ଧକ୍କାରେ ମଧ୍ୟ ହାତୀଙ୍କ ମୃତ୍ୟୁ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ତେଣୁ ରାସ୍ତା ପାର ହେଉଥିବା ହାତୀଙ୍କ ସମ୍ପର୍କରେ କିପରି ଗାଡ଼ି ଚାଳକ, ଯାତ୍ରୀ ଓ ନିକଟସ୍ଥ ଅଞ୍ଚଳବାସୀ ସୂଚନା ପାଇପାରିବେ ଏବଂ ସତର୍କ ହୋଇପାରିବେ ସେ ନେଇ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଗୁରୁବାର ରେଡ୍‌ଲାଇଟ୍‌ ସହିତ ସାଇରନ ବ୍ୟବସ୍ଥା କରାଯାଇଛି। ମୋବାଇଲ ଦ୍ୱାରା ପରିଚାଳିତ ଏହି ବ୍ୟବସ୍ଥା ରାଜ୍ୟରେ ପ୍ରଥମ କରି ତଥା ଢେଙ୍କାନାଳ ଜିଲାରେ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଢେଙ୍କାନାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରେଞ୍ଜ୍‌ରେ ମୋଟ ୨୫ଟି ରେଡ୍‌ଲାଇଟ ଓ ସାଇରନ ବ୍ୟବସ୍ଥା କରାଯିବ। ସେଥିରୁ ପ୍ରାୟ ୨୨ଟି ରେଡ ଲାଇଟ୍‌ ଓ ସାଇରନ କେବଳ ହିନ୍ଦୋଳ ଓ ସଦର ରେଞ୍ଜ୍‌ରେ ଲାଗିବ। ସଦର ରେଞ୍ଜ୍‌ ଅଧୀନ ଢେଙ୍କାନାଳ-କପିଳାସ ରାସ୍ତାର ମେଘା ଜଙ୍ଗଲ କଡ଼ରେ ଏହି ରେଡ ଲାଇଟ୍‌ ଓ ସାଇରନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ବିଦ୍ୟୁତ୍‌ ଖୁଣ୍ଟଭଳି ଏକ ଖୁଣ୍ଟରେ ଏହାକୁ ଲଗାଯାଇଛି। ଏହା ସୌରକିରଣ ମାଧ୍ୟମରେ କାର୍ଯ୍ୟ କରିବ। ଏହାସହିତ ଏକ ଷ୍ଟ୍ରିଟ୍‌ଲାଇଟ୍‌ ମଧ୍ୟ ଲଗାଯାଇଛି। ଏହାକୁ ୪ଟି ମୋବାଇଲ ଫୋନ ଦ୍ୱାରା ପରିଚାଳନା କରାଯିବ। ୪ଟି ମୋବାଇଲ ମଧ୍ୟରୁ ୩ଟି ମୋବାଇଲ ଫୋନ୍‌ ଓ ଏଥିରେ ଥିବା ନମ୍ବର ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟରମାନଙ୍କ ପାଖରେ ରହିଛି। ଅନ୍ୟଟି ଜିଲା ବନଖଣ୍ଡ କାର୍ଯ୍ୟାଳୟରେ ରହିଛି। ହାତୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଲା ମାତ୍ରେ ସମ୍ପୃକ୍ତ ଅଞ୍ଚଳରେ ଥିବା ଫରେଷ୍ଟ ଗାର୍ଡ ଓ ଫରେଷ୍ଟରମାନେ ନିଜ ମୋବାଇଲ ନମ୍ବରରୁ ତାଙ୍କୁ ଦିଆଯାଇଥିବା ଏହି ନୂଆ ବ୍ୟବସ୍ଥାର ନମ୍ବରକୁ ଡାଏଲ କଲେ ଜୋର୍‌ରେ ସାଇରନ ବାଜିବା ସହିତ ରେଡ୍‌ ଲାଇଟ୍‌ ଜଳି ଉଠିବ। ଏହା ୩ ମିନିଟ ପର୍ଯ୍ୟନ୍ତ ବାଜିବ। ଏହି ସାଇରନ ୨ କିଲୋମିଟର ପର୍ଯ୍ୟନ୍ତ ଶୁଣାଯିବ ଓ ଲାଇଟ୍‌ ମଧ୍ୟ ବହୁ ଦୂର ପର୍ଯ୍ୟନ୍ତ ଦେଖାଯିବ। ଏଥିସହିତ ରେଡ୍‌ ଲାଇଟ୍‌ ସହ ସିଗନାଲ କାର୍ଯ୍ୟକ୍ଷମ ହେବା ମାତ୍ରେ ବନ କର୍ମଚାରୀମାନଙ୍କୁ ମେସେଜ୍‌ ଯିିବ। ଗୋଟିଏ ରେଡ୍‌ଲାଇଟ ଓ ସିଗନାଲ ବ୍ୟବସ୍ଥା ପାଇଁ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହାତୀଙ୍କୁ ନେଇ ସତର୍କ ରହିବା ପାଇଁ ଢେଙ୍କାନାଳ ଜିଲାରେ ମୋବାଇଲ ଦ୍ୱାରା ପରିଚାଳିତ ଏପରି ରେଡ୍‌ଲାଇଟ ଓ ସାଇରନ ବ୍ୟବସ୍ଥା ରାଜ୍ୟରେ ପ୍ରଥମ ବୋଲି ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି। ପ୍ରଥମ ପର୍ଯ୍ୟାୟ ପରେ ପରବର୍ତ୍ତୀ ସମୟରେ ଅନ୍ୟସ୍ଥାନଗୁଡ଼ିକରେ ଏହା ଲଗାଯିବା ଲକ୍ଷ୍ୟ ରଖାଯାଇଛି। ଢେଙ୍କାନାଳ ଜିଲାର ହିନ୍ଦୋଳ ରେଞ୍ଜ୍‌ରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ହାତୀ ରହୁଥିବା ବେଳେ ସଦର ରେଞ୍ଜ୍‌ରେ ୧୦୦ରୁ ଅଧିକ ରହିଛନ୍ତି। ଏହି ରେଡ୍‌ଲାଇଟ ଓ ସାଇରନ ବ୍ୟବସ୍ଥା ଯୋଗୁ ରାସ୍ତା ଆଖପାଖ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ମଧ୍ୟ ସତର୍କ ସୂଚନା ଦେଇହେବ ବୋଲି ଜିଲା ବନଖଣ୍ଡ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri