ସହଯୋଗିତା ଓ ପ୍ରତିଯୋଗିତା

ଜଚ୍ଚିଦାନନ୍ଦ ଦାଶ

 

ଆଜିର ଦୁନିଆରେ ପ୍ରତି ମୁହୂର୍ତ୍ତରେ ମଣିଷ ପ୍ରତିଯୋଗିତାମୂଳକ ବାତାବରଣର ସମ୍ମୁଖୀନ ହେଉଛି। ଶିଶୁଟି ଜନ୍ମ ହେବାର କିଛି ଦିନ ପରେ ମଧ୍ୟ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି। ଛାତ୍ରଟି ସ୍କୁଲରେ ପଢ଼ିବାକୁ ଯାଇ ମଧ୍ୟ ପ୍ରତିଯୋଗିତାର ସାମ୍ନା କରୁଛି ।
ସେହିପରି ଯୁବକକୁ ଚାକିରି କ୍ଷେତ୍ରରେ, ପ୍ରୌଢ଼ ଓ ବୃଦ୍ଧଙ୍କୁ ପାରିବାରିକ ଜୀବନରେ ପ୍ରତିଯୋଗିତାମୂଳକ ପରିସ୍ଥିତିର ମୁକାବିଲା କରିବାକୁ ହେଉଛି।
ପାରିବାରିକ କୁହ ବା ସାମାଜିକ ବା ଅର୍ଥନୈତିକ ବା ରାଜନୈତିକ ସ୍ଥିତି କୁହ, ସବୁ କ୍ଷେତ୍ରରେ ମଣିଷକୁ ଗ୍ରାସ କରିଛି ପ୍ରତିଯୋଗିତା। ବିନା ପ୍ରତିଯୋଗିତାରେ କେହି ତିଷ୍ଠିବା ସମ୍ଭବ ହେଉନାହିଁ। ସହଯୋଗିତାର ଚିନ୍ତାଧାରା ଖୁବ୍‌ କମ୍‌ ଲୋକଙ୍କ ମନରେ ଆସେ। ଖାଲି ସହଯୋଗିତା ତ ବହୁତ ଦୂରର କଥା, ପ୍ରତିଯୋଗିତାମୂଳକ ସହଯୋଗିତା କରିବାକୁ ଆଜିର ମଣିଷ କୁଣ୍ଠାବୋଧ କରୁଛି।
ଆସନ୍ତୁ ପ୍ରତିଯୋଗିତା ଓ ସହଯୋଗିତା ନେଇ କିଛି ଉଦାହରଣ ତୋଳିବା। ଯଦିଓ ଆମେ ଜାଣୁ ଯେ, ପରସ୍ପର ସହିତ ସଦ୍‌ଭାବ, ପ୍ରୀତି ଓ ସହଯୋଗିତା ନ ଥିଲେ, ଆମେ ଚଳିପାରିବୁ ନାହିଁ, ତଥାପି ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ, ଆମେ ପିଲାଙ୍କ ଭିତରେ ସହଯୋଗିତା ଅପେକ୍ଷା ପ୍ରତିଯୋଗିତା ମନୋଭାବ ବଢ଼ାଇ ଥାଉ। ପିଲା ଜନ୍ମ ହେଲା ଦିନରୁ ବାପାମାଆ ନିଜ ପିଲାକୁ ଭାଇଭଉଣୀ ବା ଅନ୍ୟ ଆତ୍ମୀୟ ସ୍ବଜନଙ୍କ ପିଲା ସହିତ ପ୍ରତ୍ୟେକ ବିଷୟରେ ତୁଳନା କରି ଚାଲିଥାଆନ୍ତି। ସବୁ କାମ ପଛରେ ମୂଳ ଉଦ୍ଦେଶ୍ୟ ହେଲା କେମିତି ଅନ୍ୟମାନଙ୍କୁ ଟପିଯିବା। ସ୍କୁଲ ଆରମ୍ଭ ହେଲେ, ପିଲାଙ୍କୁ ଆହୁରି ଚାପଗ୍ରସ୍ତ ହବାକୁ ପଡ଼େ। ବର୍ତ୍ତମାନ ପାଠପଢ଼ାରେ, ଖେଳରେ, ହାତକାମରେ, ଗୀତନାଚ ସାଧାରଣତଃ ପିଲାର ବାପାମାଆ ଚାହାନ୍ତି, ଶ୍ରେଣୀରେ ତାଙ୍କ ପିଲା ପ୍ରଥମ ହେଉ। କ୍ଲାସରେ ଯେ କେବଳ ଗୋଟିଏ ପିଲା ପ୍ରଥମ ହୋଇପାରିବ, ସେ କଥା ଅଭିଭାବକମାନେ ଜାଣନ୍ତି। ତଥାପି ତାଙ୍କ ପିଲା ପ୍ରଥମ ହୋଇ ନ ପାରିଲେ ଦୁଃଖିତ ହୁଅନ୍ତି। ପିଲାଙ୍କୁ ବାରମ୍ବାର ବୁଝାନ୍ତି ସେ ଯଦି ଅନ୍ୟମାନଙ୍କୁ ପାଠପଢ଼ାରେ ଟପିପାରିବ ନାହିଁ, ତା ହେଲେ ଭଲ ଚାକିରି ମିଳିବ ନାହିଁ, କେହି ତାଙ୍କୁ ମାନସମ୍ମାନ ଦେଖାଇବେ ନାହିଁ। ପ୍ରତିଯୋଗିତାର ଏହି ଆକର୍ଷଣୀୟ ଦିଗଟା ଆମେ ସବୁବେଳେ ଦେଖୁ। ଏହା ଯେ, ଏକ କୁତ୍ସିତ ଦିଗ, ସେ କଥା ଆମେ ଭୁଲିଯାଉ। ଭାଇ ଭାଇ ଭିତରେ ପ୍ରତିଯୋଗିତା କାଳକ୍ରମେ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହୁଏ। ଫଳରେ ଭାଇ ଭଗାରି ହୁଏ। ସେ ବିଦ୍ୟାରେ, ଧନରେ ବା ପାରିବାରିକ ସୁଖରେ ଯଦି ନିଜର ଅନ୍ୟ ଭାଇଭଉଣୀଙ୍କୁ ଟପିଯାଏ, ମୁହଁରେ ଆନନ୍ଦ ଦେଖାଉଥିଲେ ମଧ୍ୟ ମନରେ ଈର୍ଷା ବଢ଼ିଥାଏ। କଥାରେ ଅଛି ଉପରେ ହସ ଭିତରେ ବିଷ ନିୟମରେ ପ୍ରଭାବିତ ହୋଇଥାଆନ୍ତି। ଅର୍ଥନୈତିକ ପ୍ରତିଯୋଗିତା ଆହୁରି ଭୟାବହ ହୋଇଉଠୁଛି। ପଡ଼ୋଶୀଘରର ନୂତନ ଟିଭି ବା ଏୟାରକଣ୍ଡିସନର କିଣିଲେ, ସଙ୍ଗେ ସଙ୍ଗେ ପାଖ ପଡ଼ୋଶୀର ପ୍ରତିଯୋଗିତା ଆରମ୍ଭ ହୋଇଯାଉଛି।
ଏଥର ଆସନ୍ତୁ ବିଚାର କରିବା କିପରି ପ୍ରତିଯୋଗିତା କମାଇ ସହଯୋଗିତାର ହାତ ବଢ଼ାଯାଇପାରିବ। ସ୍କୁଲରେ ଛାତ୍ରମାନଙ୍କ ମଧ୍ୟରେ ମନସ୍ତାତ୍ତ୍ୱିକ ପ୍ରତିଯୋଗିତା କମେଇବା ପାଇଁ ୟୁନିଫର୍ମ ଡ୍ରେସ୍‌ କୋଡ ଲାଗୁ କରାଯିବା ଉଚିତ। ଶିକ୍ଷକମାନେ ମେଧାବୀ ଏବଂ କମ୍‌ ଆଇକ୍ୟୁ ଥିବା ପିଲାଙ୍କୁ ନେଇ ଗ୍ରୁପ ତିଆରି କରିବା ଉଚିତ। ଖାଲି ଗ୍ରୁପ ତିଆରି କରିବା ଉଚିତ ନୁହେଁ, ଗ୍ରୁପର ସଦସ୍ୟମାନେ (ଛାତ୍ରମାନେ) ଯେପରି ପାଠ, ବୁଦ୍ଧି ଏବଂ ଅଭିଜ୍ଞତାର ପରସ୍ପର ଭିତରେ ଆଦାନ ପ୍ରଦାନ କରନ୍ତି, ସେ ପ୍ରତି ଶିକ୍ଷକମାନେ ଦୃଷ୍ଟି ଦେବା ଉଚିତ। ପରିବାରରେ ପାଠ, ନିଯୁକ୍ତି, ଅର୍ଥ ଉପାର୍ଜନ କ୍ଷେତ୍ରରେ ଅଭିଭାବକମାନେ ଉତ୍ସାହିତ କରିବା ଏବଂ ତତ୍‌ ସଙ୍ଗେ ସଙ୍ଗେ ହତୋତ୍ସାହିତ କରିବାର ସମନ୍ବୟ ରକ୍ଷା କରିବା ଉଚିତ। ନିଜ ନିଜ କମ୍ୟୁନିଟିରେ ଅର୍ଥନୈତିକ ସମାନତା ଆଣିପାରିଲେ ପ୍ରତିଯୋଗିତା କମିଯିବ ଏବଂ ସହଯୋଗିତାର ପ୍ରେରଣା ବଢ଼ିଯିବ। ସମାଜରେ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ଭକ୍ତି, ସାହାଯ୍ୟ ଓ ସହାନୁଭୂତିର ବାତାବରଣ ସୃଷ୍ଟି କଲେ, ଲୋକଙ୍କ ଭିତରେ ସହଯୋଗିତା ବଢ଼ିବ ଏବଂ ପ୍ରତିଯୋଗିତା କମିଯାଇପାରିବ। ସହଯୋଗିତା ବହୁ ଖରାପ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥାଏ। ତେଣୁ ବିଦ୍ୟାଳୟ ହେଉ ବା ପରିବାର ବା କାର୍ଯ୍ୟାଳୟ, ସମସ୍ତ କ୍ଷେତ୍ରରେ ସହଯୋଗିତାର ମନ୍ତ୍ର ଗାନ କରିବା ଉଚିତ।
ମୋ : ୯୯୩୮୧୮୧୩୨୦
ସିଡିଏ, ସେକ୍ଟର-୭, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri