Posted inଜାତୀୟ

ନୂଆ ସଂସଦ ଭବନରେ ଏଣ୍ଟ୍ରି କରିବା ପୁର୍ବରୁ ଏମପିଙ୍କୁ ମିଳିବ ୭୫ ଟଙ୍କାର ଚାନ୍ଦି କଏନ, ସମ୍ବିଧାନର କପି

ନୂଆଦିଲ୍ଲୀ,୧୯।୯: ଦେଶର ୭୫ବର୍ଷର ସଂସଦୀୟ ଯାତ୍ରା ଇତିହାସକୁ ସଂରକ୍ଷିତ ରଖିଥିବା ପୁରୁଣା ସଂସଦ ମଙ୍ଗଳବାର (ସେପ୍ଟେମ୍ବର ୧୯) ରେ ବିଦାୟ ନେବ। ନୂଆ ସଂସଦରେ ଏମପିଙ୍କ ପ୍ରବେଶକୁ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିବେ। ଏହି ବିଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଉଭୟ ସଂସଦ, ରାଜ୍ୟ ସଭା ଏବଂ ଲୋକସଭା ସଦସ୍ୟଙ୍କୁ ସ୍ବତନ୍ତ୍ର ଉପହାର ଦିଆଯିବ।
ଏହି ଉପହାରରେ ସମ୍ବିଧାନର ଏକ ନକଲ, ୭୫ ଟଙ୍କା ରୌପ୍ୟ ମୁଦ୍ରା ଏବଂ ନୂତନ ସଂସଦର ଷ୍ଟାମ୍ପ ସହିତ ଏକ ବୁକଲେଟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସଂସଦ ଗୃହର ସିଲ ସହିତ ଅନ୍ୟାନ୍ୟ ଅନେକ ଉପହାର ମଧ୍ୟ ରହିବ।
ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୧ଟାରେ ସେଣ୍ଟ୍ରାଲ ହଲରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କୁ ଲୋକ ସଭା ଓ ରାଜ୍ୟ ସଭାର ବରିଷ୍ଠ ମନ୍ତ୍ରୀ ଓ ଏମପିମାନେ ଯୋଗଦେବେ। ଏହି ସମୟ ମଧ୍ୟରେ ସେଣ୍ଟ୍ରାଲ ହଲରେ ଏକ କାର୍ଯ୍ୟକ୍ରମ ହେବ ଯେଉଁଥିରେ ୨୦୪୭ ସୁଦ୍ଧା ଭାରତକୁ ସମୃଦ୍ଧ ରାଷ୍ଟ୍ର କରିବା ପାଇଁ ପ୍ରତିଶ୍ରୁତି ନିଆଯିବ। ପ୍ରଧାନମନ୍ତ୍ରୀ ସେଣ୍ଟ୍ରାଲ ହଲରୁ ସମ୍ବିଧାନର କପି ନେଇ ନୂତନ କୋଠାକୁ ଯିବେ। ସମସ୍ତ ଏମପି ମୋଦିଙ୍କୁ ଅନୁସରଣ କରିବେ।
ନୂତନ ସଂସଦରେ ପ୍ରବେଶ କରିବା ପରେ ସେଠାରେ ଏକ ଆନୁଷ୍ଠାନିକ ପୂଜା ହେବାକୁ ପଡିବ ଯାହା ଅତି କମରେ ଦେଢଘଣ୍ଟା ନେଇପାରେ। ଏହା ପରେ ରାତି ୧ଟା ୩୦ରେ ନୂତନ ସଂସଦ ଗୃହରେ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁଠାରେ ରାଜ୍ୟ ସଭାର ପ୍ରକ୍ରିୟା ରାତି ୨ଟା ୧୫ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri