ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି ଆଶଙ୍କା ଅଛି। ଏପରି କି ସୁନାମି ପାଇଁ ଏହି ଜିଲାର ୬୪ ଗ୍ରାମ ବିପଦସଙ୍କୁଳ ବୋଲି ଚିହ୍ନଟ ହୋଇଛି। ସେହିପରି ପ୍ରତ୍ୟେକ ବର୍ଷ ସାମାନ୍ୟ ବନ୍ୟାରେ ଅନୂ୍ୟନ ୫୫ ଗ୍ରାମକୁ ପାଣି ପଶୁଛି। ଅଧିକ ବନ୍ୟା ହେଲେ ଜିଲାର ଅର୍ଦ୍ଧାଧିକ ଗ୍ରାମର ଅଧିବାସୀ ହନ୍ତସନ୍ତ ହେଉଛନ୍ତି। ସାମୁଦ୍ରିକ ବାତ୍ୟା ପ୍ରଭାବ ପ୍ରତି ବର୍ଷ ରହିଛି। ଏଥିରେ ଧନ ଓ ଜୀବନ ସହ ପରିବେଶ ନଷ୍ଟ ହୋଇଛି। ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଏନେଇ ବୈଠକ କରୁଥିଲେ ମଧ୍ୟ ଅଦ୍ୟାବଧି ଦୁର୍ବଳ ନଦୀବନ୍ଧର ମରାମତି ସରିନାହିଁ। ବାତ୍ୟା ସମୟରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଯାଞ୍ଚ ହୋଇନାହିଁ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଉପକରଣର ତନଖି ହେଉ ନ ଥିବାରୁ ଅଧିକାଂଶ ସାମଗ୍ରୀ ଆପଦକାଳରେ ଉପଯୋଗୀ ହୋଇପାରୁନାହିଁ। ଏଥିସହ ଜିଲା ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟିରେ ସାଇରନ ବାଜୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ କହିଛନ୍ତି, ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିବର୍ଷ ଜିଲାବାସୀ ଭୋଗୁଥିଲେ ମଧ୍ୟ ଏହାର ଆଶୁ ନିରାକରଣ ପ୍ରତି ରାଜନେତା ଓ ପ୍ରଶାସକ ଅଣଦେଖା କରି ଚାଲିଛନ୍ତି। ଲଘୁଚାପଜନିତ ସାମୁଦ୍ରିକ ଝଡ ଭୟଙ୍କର ହେଲେ ଜିଲାରେ ବନ୍ୟା ଆଶଙ୍କା ଦେଖା ଦେଇଥାଏ। ଏହି ଜିଲାରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ଏକ ବଡ ସମସ୍ୟା। ଏହାର ନିରାକରଣ ପାଇଁ କେନ୍ଦ୍ରାପଡା ଜଳସମ୍ପଦ ଡିଭିଜନ, ମହାନଦୀ ନର୍ଥ ଡିଭିଜନ, କଟକ, ଚିତ୍ରୋପତ୍ଳା ସବ୍‌ ଡିଭିଜନ ଓ ଡ୍ରେନେଜ୍‌ ଡିଭିଜନ ଅଧିକାରୀମାନେ ସତର୍କ ହେବା କଥା। ମେ’ ମାସ ପୂର୍ବରୁ ଦୁର୍ବଳ ନଦୀବନ୍ଧ ସ୍ଥାନ ଚିହ୍ନଟ ସହ ମରାମତି ହେବା କଥା। ତେବେ ଅଦ୍ୟାବଧି ଜିଲାରେ ଥିବା ଦୁର୍ବଳ ନଦୀବନ୍ଧ ସମ୍ପୂର୍ଣ୍ଣ ମରାମତି ହୋଇ ନ ଥିବା ବେଳେ ସାମାନ୍ୟ ବନ୍ୟାରେ ତାହା ଭାଙ୍ଗିବା ଆଶଙ୍କା ରହିଛି।
ସେହିପରି ଜଳ ନିଷ୍କାସନ ପଥ ପରିଷ୍କାର ପାଇଁ ଅଦ୍ୟାବଧି ଉଦ୍ୟମ ହୋଇନାହିଁ। ବାତ୍ୟାର ବେଗ ଅଧିକ ହେଲେ ସାମୁଦ୍ରିକ ତଟକ୍ଷୟ ସହିତ ଜଙ୍ଗଲ ଉପରେ ପ୍ରଭାବ ପକାଇବ। ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ୟାସ୍‌, ଗୁଲାବ, ସାହିନ, ୨୦୨୨ରେ ଅସନୀ ଓ ୨୦୨୩ରେ ମୋଚା ଆଦି ସାମୁଦ୍ରିକ ବାତ୍ୟା ଏହାର ଉଦାହରଣ ସାଜିଛି। ଏହି ସାମୁଦ୍ରିକ ଝଡ ସମୟରେ ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛିି। ଜଙ୍ଗଲ ଜମି ଜବରଦଖଲ, ଚିଙ୍ଗୁଡି ଘେରି ନିର୍ମାଣ ଆଦି ସମସ୍ୟାକୁ ରାଜନେତା ଓ ପ୍ରଶାସକ ସର୍ବଦା ଉପେକ୍ଷା କରିଚାଲିଛନ୍ତି। ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଲର୍ଟ କେନ୍ଦ୍ରରୁ ସାଇରନ ଦ୍ୱାରା ସତର୍କ କରାଯାଇଥାଏ। ତେବେ ଗତ ମୋଚା ସାମୁଦ୍ରିକ ଝଡ ସମୟରେ ରାଜନଗରର ୧୧ ଓ ମହାକାଳପଡାର ୯ କେନ୍ଦ୍ର ମଧ୍ୟରୁ ୧୦ଟିରେ ସାଇରନ ବାଜି ନ ଥିଲା। ଏଠାରେ ସିଷ୍ଟମ ସବୁ ଅକାମୀ ହୋଇଛି। ସେହିପରି ଜିଲାର ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ ହୋଇଥିବା ବେଳେ ସାମଗ୍ରୀ ନଷ୍ଟ ହେଉଛି।
ଏ ସମ୍ପର୍କରେ ଏଡିଏମ୍‌ ରବୀନ୍ଦ୍ର ମଲ୍ଲିକ କହିଛନ୍ତି, ସମ୍ଭାବ୍ୟ ସାମୁଦ୍ରିକ ଝଡର ସମ୍ମୁଖୀନ ପାଇଁ ଜିଲା ପ୍ରଶାସନ ସର୍ବଦା ପ୍ରାକ୍‌ ପ୍ରସ୍ତୁତିରେ ରହିଥାନ୍ତି। ଏଥିପାଇଁ ଜିଲାରେ ବଡ ଧରଣର କ୍ଷତିକୁ ଏଡେଇ ଦିଆଯାଇ ପାରୁଛି। ଏପରି ବିପର୍ଯ୍ୟୟ ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳର ନିରୀକ୍ଷଣ ସହିତ ସ୍ଥାନାନ୍ତର, ଗମନାଗମନ ଓ ସ୍ବାସ୍ଥ୍ୟ ସେବା ଆଦିକୁ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ବର୍ଷ କେତେକ ଅସୁରକ୍ଷିତ ଆଶ୍ରୟସ୍ଥଳକୁ ଭଙ୍ଗାଯିବା ସହିତ କେତେକ ଆଶ୍ରୟସ୍ଥଳର ମରାମତି ହୋଇଥିବା ସେ ମତ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?